-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||     

HOME   ଜିଲ୍ଲା

ପ୍ରଭାବ ଶାଳୀ ବିଜେଡି ରାଜନେତା ଙ୍କ ସରକାରୀ ଜମି ଜବର ଦଖଲ ବିରୁଦ୍ଧ ରେ ପୌର ଅଧିକାରୀ ଙ୍କୁ ଘେରିଲେ ବିଜେପି କାର୍ଯ୍ୟକର୍ତ୍ତା

04-Mar-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଳ ଙ୍କ ନେତୃତ୍ୱରେ ନଗର ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ପୌର ଅଧିକାରୀ ଙ୍କୁ ଭେଟି ଆଜି ପୌର ପରିଷଦ ଅଞ୍ଚଳରେ ଥିବା ସରକାରୀ ଜମି କୁ  ଜବରଦଖଲ  ଉଚ୍ଛେଦ ପାଇଁ ଅଭିଯୋଗ କରିଛନ୍ତି। ବ୍ଲକ୍ ଛକ ରୁ ପଟାଭାଡ଼ି ରାସ୍ତା ର ବାମ ପାର୍ଶ୍ୱ ତଥା ସହର ର ଅନେକ ଜାଗା ସହ ଅନେକ ପୋଖରୀ ଗୁଡ଼ିକ ପୋତି ଦେଇ ପ୍ଲଟିଂ ଜମି କୁ ବିକ୍ରୀ କରି ଜଣେ  ଚତୁର ରାଜନେତା ବିଗତ ସରକାର ସମୟରୁ ଏ ସବୁ କାରବାର ରେ କୋଟି ପତି ହୋଇ ଥିବା ବିଷୟ  ଉଲ୍ଲେଖ କରିଛନ୍ତି ଓ ଉକ୍ତ ସ୍ଥାନ ଗୁଡ଼ିକୁ କୁ ତୁରନ୍ତ ଡିମାରର୍କେଶନ କରି ଉଚ୍ଛେଦ କରାଯିବା ସହିତ ପୌର ପ୍ରଶାସନ ଜିଲ୍ଲା ପ୍ରଶାସନ ଜବରଦଖଲ କାରୀ ଙ୍କ ଉପରେ କଡ଼ା କାର୍ଯ୍ୟlନୁଷ୍ଠାନ ନେବାକୁ ବିଜେପି ନେତା ମାନେ ଦାବି କରିଛନ୍ତି l  ସ୍ଥାନୀୟ ନୂତନ ଟାଉନ୍ ହଲ୍ ପାଖରେ ଏକ ବେଆଇନ ନର୍ସରୀ କରା ଯାଇଥିବା ଓ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହା କୁ ଭଡ଼ା ସୂତ୍ର ରେ ଫାଇଦା ଉଠାଉଥିବା ବିଷୟ ମଧ୍ୟ ଏମାନେ ଅଭିଯୋଗ କରିଥିଲେ l ଏହି ବିଷୟ ରେ ମୁଁ ଆଦୌ ଅବଗତ ନ ଥିଲେ ମଧ୍ୟ ଉପ ଜିଲ୍ଲାପାଳ ଓ ତହସିଲଦାର ଙ୍କ ସହ ପରାମର୍ଶ କରି ଉକ୍ତ ସ୍ଥାନ ଗୁଡିକୁ ସାତ ଦିନ ଭିତରେ  ଉଚ୍ଛେଦ କରାହେବା ନେଇ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ପୌର ପରିଷଦ ଅଧିକାରୀ ଶ୍ରୀ ଋଷି ମାଝୀ l ସୋନପୁର ସହର ମଧ୍ୟ ରେ କେତୋଟି ପୋଖରୀ ଅଛି ଓ ପୌର ପ୍ରଶାସନ ସମସ୍ତ ପୋଖରୀ ସୂତ୍ର ରୁ କେତେ ଟଙ୍କା ଆୟ କରୁଛନ୍ତି ଏହାର ଶୀଘ୍ର ହିସାବ ଦେବାକୁ ବଲାଙ୍ଗୀର ସାଂସଦ ଙ୍କ ପୌର ପରିଷଦ ପ୍ରତିନିଧି ଶିବରାମ ସାହୁ  ଓ ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ ଦାବୀ କରିଛନ୍ତି l ଏବଂ ଗଣ ମାଧ୍ୟମ ଜରିଆରେ ଏ ସବୁ ପ୍ରଶାସନ କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ ଜୋର୍ ଦାର ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହା ସହିତ ସହର ର ପରିମଳ, ଡ୍ରେନାଇଜ ସିଷ୍ଟମ ଓ ରାସ୍ତା ଘାଟ ସବୁ ବିପର୍ଯ୍ୟସ୍ଥ ଅବସ୍ଥା ରେ ରହିଥିବା ଓ ଦୀର୍ଘ ବର୍ଷ ରୁ ପୌର ସଂସ୍ଥା ସ୍ଥାଣୁ ହୋଇ ପଡିଥିବା ବିଷୟ କୁ ଦୃଢ଼ ନିନ୍ଦା କରିଥିଲେ l  ଆହୁରି କିଛି ଯୁବ ନେତା କହିଛନ୍ତି ଯେ ଉକ୍ତ ନେତା ଙ୍କ କୁଲପଡ଼ା ଠାରେ ଥିବା ପର୍ଯ୍ୟାପ୍ତ ବିଛିନ୍ନ ଜମି କୁ ରାସ୍ତା ସଂଯୋଗ କରିବାକୁ ଓ ଜମି ର ଚାହିଦା ବୃଦ୍ଧି କରିବାକୁ ବିଗତ ବର୍ଷ ମାନଙ୍କ ରେ ଚତୁରତା ସହିତ ପୋଲିସ ନିଉ ରିଜର୍ଭ କଲୋନୀ ଓ ପ୍ରାକ୍ତନ ଏସପି ଙ୍କ ସହଯୋଗ ଲୋଡ଼ି ଉଦ୍ୟମ ରେ ବିଫଳ ହୋଇଛନ୍ତି l ଓ ରିଜର୍ଭ କଲୋନୀ ର ମନ୍ଦିର ପଛ ପଟେ ଏବେ ବି ତାଙ୍କ ସମ୍ପର୍କୀୟ ଲୋକ କିଛି ଗୋଦାମ ନିର୍ମାଣ କରି ଜାଗା ଅକ୍ତିଆର ପାଇଁ ପ୍ରୟାସ  ଆରମ୍ଭ କରିଥିବା ଚର୍ଚ୍ଚା ହେଊଛି l  ପ୍ରକାଶ ଥାଉ କି ଯେ ଗତ ସପ୍ତାହ ରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସିଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ  ଆଗେ ସହର ର ବଡ ବଡିଆ ଲୋକ ସମ୍ପନ୍ନ ଲୋକ ଙ୍କ ସରକାରୀ ଜମି ଜବରଦଖଲ ଜାଗା ଚିହ୍ନଟ କରି ସେ ସବୁ କୁ ଉଚ୍ଛେଦ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି  l ଓ ଏନ୍ଫୋର୍ସ ମେଣ୍ଟ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ପ୍ରସ୍ତୁତି ଚାଲିଥିବା ବିଷୟ ଗଣ ମାଧ୍ୟମ କୁ ମନ୍ତ୍ରୀ କହିଥିଲେ l  ଆଜିର ର ଏଇ ପ୍ରତିବାଦ ବେଳେ କାଉନସିଲର ଗଙ୍ଗା ତରିଆ, କାଉନସିଲର ସୁକାନ୍ତ ସାହୁ, ପୂର୍ବତନ କାଉନସିଲର ତ୍ରିଲୋଚନ ତରିଆ,ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ନରସିଂହ ପୃଷ୍ଟି, ବିବେକା ନନ୍ଦ ମିଶ୍ର, ବିକ୍ରାନ୍ତ କେଶରୀ ମିଶ୍ର, ରାଜେଶ୍ ସାହୁ, କିଶୋର ମିଶ୍ର, ଅନନ୍ତ ମିଶ୍ର, ଦେବାଶିଷ ପୁଝାରୀ, ସୁରୁବାବୁ ସାହୁ,ବିକି ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ବାବୁଲୁ ଭରସାଗର ପ୍ରମୁଖ ଅନେକ ନଗର ବିଜେପି ସଦସ୍ୟ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026
  ଜିଲ୍ଲା  
ସିଲ୍ ହେଲା ବେଆଇନ ବାଲି ଘାଟ   28-Apr-2026
  ଜିଲ୍ଲା  
ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   28-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   28-Apr-2026
  ଜିଲ୍ଲା  
ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   27-Apr-2026
  ଜିଲ୍ଲା  
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ   27-Apr-2026
  ଜିଲ୍ଲା  
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   27-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ   27-Apr-2026
  ଜିଲ୍ଲା  
ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି   27-Apr-2026
  ଜିଲ୍ଲା  
ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ   27-Apr-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026

You Might Also Like