-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ନଅ ଦିନଧରି ହେବାକୁଥିବା ତୁଳସୀ ରାମାୟଣ ଓ ନବାହ୍ନ ପାରାୟଣ ଓ ପ୍ରବଚନ ଏବଂ ପୂଜନ ଚଳିତ ବର୍ଷ ୧୪ବର୍ଷରେ ପଦାର୍ପଣ କରିଛି l ଆସନ୍ତା ୧୬ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ଦିନ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ଆଜି ମାଙ୍ଗଳିକ ତଥା ଦେବନିମନ୍ତ୍ରଣ କାର୍ଯ୍ୟକ୍ରମ ଯଥା ପୂଜା ରୀତିନୀତି ଅନୁସାରେ ପଣ୍ଡିତ ସନତ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପନ୍ନ ହୋଇଛି l ନଅଦିନ ଧରି ପ୍ରତ୍ୟେହ ସନ୍ଧ୍ୟାରେ ଭୁବନେଶ୍ୱରରୁ ଆଗତ ଶ୍ରୀରାମ ଚରିତ ମାନସ ପ୍ରବଚକ (ମାନସ କଳ୍ପତରୁ) ପଣ୍ଡିତ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ଙ୍କ ମୁଖରୁ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଚଉଦ ବର୍ଷ ବନବାସର ଅମୃତ କଥା ଶ୍ରବଣ କରିବାର ସୌଭାଗ୍ୟ ମିଳିବ l ପ୍ରତ୍ୟେହ ସକାଳ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ନନ୍ଦନମାଳ ର ବ୍ୟାସ ଶ୍ରୀଯୁକ୍ତ ମଧୁସୂଦନ ଦାସ ଙ୍କ କଣ୍ଠରୁ ତୁଳସୀ ରାମାୟଣ କଥା ଶ୍ରବଣ କରିବାକୁ ମିଳିବ l ସେହିପରି ୧୮ତାରିଖ ମଙ୍ଗଳବାର ଦିନ ସୀତାବିବାହ ଉପଲକ୍ଷେ ବାଣ ରୋଷଣୀ ସହ ବରଯାତ୍ରୀଙ୍କ ବିରାଟ ଶୋଭାଯାତ୍ରା ହେବ ମୁଖ୍ୟ ଆକର୍ଷଣ l ସେହିପରି ୧୪ବର୍ଷ ପୂର୍ତ୍ତି ଉପଲକ୍ଷେ ୨୫ତାରିଖ ମଙ୍ଗଳବାର ଦିନ ଅଷ୍ଟପ୍ରହରୀ ନାମଯଜ୍ଞ ର ଆୟୋଜନ କରାଯାଇଥିବା ନେଇ ସମ୍ପାଦକ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି l ଏଥିରେ ଯଜ୍ଞ କର୍ତ୍ତା ଭାବେ ନୀଳାଞ୍ଚଳ ଗୁରୁ ଓ ପତ୍ନୀ ଶୋଭାଗିନୀ ଗୁରୁ ଏବଂ ପୂଜକ ଭାବେ ପଣ୍ଡିତ ସନତ କୁମାର ମିଶ୍ର ଦାୟିତ୍ୱ ତୁଲାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ,ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ, ହରିବନ୍ଧୁ ପୁରୋହିତ, ଜୟ କୁମାର ମହାରଣା, ଅରୁଣ କୁମାର ସାହୁ ସମେତ ଶ୍ରୀରାମ, ହନୁମାନ କମିଟି ଭକ୍ତବୃନ୍ଦ ସହଯୋଗ କରିଥିଲେ l