-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||     

HOME   ମହାନଗର

ଚିକିତ୍ସା ପାଇଁ ଜାଗା ନାହିଁ; ବଢୁଛନ୍ତି ମାନସିକ ରୋଗୀ; ୩୦ ବେଡ୍ ନିଷ୍ପତ୍ତି କାର୍ଯ୍ୟକାରିତାକୁ ନେଇ ସନ୍ଦେହ

15-Jan-2021



କଟକ (ପ୍ରେରଣା ଖବର): କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍‌ପିଟାଲ ଗଲା ୪ ବର୍ଷ ହେବ ମାନସିକ ରୋଗ ବିଭାଗ ପାଇଁ ୧୦ଟି ଇନଡୋର ବେଡ୍‌ ଯୋଗାଇପାରୁ ନାହିଁ। ଏବେ ବଡ଼ ମେଡିକାଲ୍‌ରେ କାର୍ଯ୍ୟ କରୁଥିବା ନିଶା ନିବାରଣ କେନ୍ଦ୍ରକୁ ଜିଲ୍ଲା ମାନସିକ ରୋଗ ବିଭାଗ ସହିତ ମିଶ୍ରଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ପରେ ଅଡ଼ୁଆ ବଢ଼ିଯାଇଛି। ନିଶା ନିବାରଣ କେନ୍ଦ୍ର ମିଶ୍ରଣ ହେଲେ ଅଧିକ ୩୦ଟି ବେଡ ସିଟି ହସପିଟାଲରେ ଆବଶ୍ୟକତା ରହିଛି। ମୋଟ ଉପରେ କହିବାକୁ ଗଲେ ୪୦ଟି ବେଡ୍‌ ଉଭୟ ମାନସିକ ରୋଗ ବିଭାଗ ଏବ˚ ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକତା ଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ହସପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଚିକିତ୍ସା ପାଇଁ ଜମି ମିଳୁନଥିବାରୁ ହସପିଟାଲର ଦୁର୍ବଳ ଭିତ୍ତିଭୂମି ଉପରେ କିଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ କାର୍ଯ୍ୟ କରିବ, ସେନେଇ ବର୍ତ୍ତମାନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। ସୂଚନା ଅନୁଯାୟୀ, ୨୦୧୭ରୁ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ କଟକ ସିଟି ହସପିଟାଲରେ ଖୋଲିଥିଲା ମାନସିକ ରୋଗ ବିଭାଗ। ଦୈନିକ ପ୍ରାୟ ୧୦ ଜଣ ମାନସିକ ରୋଗୀ ଚିକିତ୍ସିତ ହେଉଛନ୍ତି। ୨୦୧୮ରେ ୩୦୮ ମାନସିକ ରୋଗୀ, ୨୦୧୯ରେ ୭୫୦, ୨୦୨୦ରେ ୧୧ ଶହ ରୋଗୀ ଚିକିତ୍ସିତ ହେଇଛନ୍ତି। କେବଳ ୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ଭିତରେ ୮୦୦ ମାନସିକ ରୋଗୀ କରୋନା ପାଇଁ ସୃଷ୍ଟି ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଜିଲ୍ଲାରେ ମାନସିକ ରୋଗୀ ଏଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବିଭାଗ ଖୋଲିବାର ୪ ବର୍ଷ ପରେ ବି ରୋଗୀ ଭର୍ତ୍ତି ହେବା ପାଇଁ ଇନ୍‌ଡୋର ବ୍ୟବସ୍ଥା କରାଯାଇପାରିଲା ନାହିଁ। ଦୁଇଟି କୋଠରୀରେ ଚାଲିଛି ଆଉଟ୍‌ଡୋର। ସିଟି ହସପିଟାଲରେ ମାନସିକ ରୋଗୀଙ୍କ ପାଇଁ ୧୦ଟି ବେଡ୍‌ର ଆବଶ୍ୟକତା ଥିବା ବେଳେ ମାନସିକ ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲ ପଠାଯାଉଛି। କଟକ ସିଟି ହସ୍‌ପିଟାଲରେ ଏଭଳି ଢ˚ଗରେ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବଡ଼ ମେଡିକାଲ୍‌ରେ ୨୦୧୬ରୁ କାର୍ଯ୍ୟ କରିଆସୁଥିବା ନିଶା ନିବାରଣ କେନ୍ଦ୍ରକୁ ସିଟି ହସପିଟାଲର ମାନସିକ ରୋଗ ବିଭାଗ ସହିତ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଗଲା ୨୦୨୦ ଡିସେମ୍ବର ୭ ତାରିଖରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କଟକ ବଡ଼ ମେଡିକାଲ୍‌ ସମେତ ଏମକେସିଜି ବ୍ରହ୍ମପୁର, ଭିମସାର‌୍‌ ବୁର୍ଲାରେ ଥିବା ନିଶା ନିବାରଣ କେନ୍ଦ୍ରକୁ ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାନସିକ ରୋଗ ବିଭାଗ ସହିତ ମିଶ୍ରଣ କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। କଟକ କଥା ଯଦି ଦେଖାଯିବ, ତେବେ ସିଟି ହସପିଟାଲରେ ଏହି ଦୁଇଟି କେନ୍ଦ୍ରର ନୋଡାଲ୍‌ ଅଫିସର ଭାବେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଚୟନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ଛାତ ତଳେ ହିଁ ଦୁଇଟି କାର୍ଯ୍ୟକ୍ରମ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବ। ଏହି ନିର୍ଦ୍ଦେଶନାମାକୁ ଏକ ମାସ ପୂରି ସାରିଥିବା ବେଳେ କଟକ ବଡ଼ ମେଡିକାଲ୍‌ରେ କାର୍ଯ୍ୟ କରୁଥିବା ନିଶା ନିବାରଣ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ସିଟି ହସପିଟାଲକୁ ସ୍ଥାନାନ୍ତର ହୋଇପାରିଲା ନାହିଁ। ସିଟି ହସପିଟାଲରେ କୋଠାର ଅଭାବ ଥିବାରୁ ଏହା ସ୍ଥାନାନ୍ତର ହୋଇପାରୁ ନାହିଁ। ନିଶା ନିବାରଣ କେନ୍ଦ୍ର ପାଇଁ ୩୦ଟି ବେଡର‌୍‌ ଆବଶ୍ୟକତା ଥିବା ବେଳେ ସିଟି ହସପିଟାଲ କର୍ତ୍ତୃପକ୍ଷ ବେଡ୍‌ ଯୋଗାଇବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ଗୋଟିଏ ପଟେ ମାନସିକ ରୋଗୀଙ୍କ ପାଇଁ ୧୦ଟି ବେଡ୍‌ ବର୍ତ୍ତମାନ ସୁଦ୍ଧା ହସପିଟାଲ ଯୋଗାଇ ପାରୁନଥିବା ବେଳେ ପୁଣି ୩୦ ବେଡ ଖୋଲିବା ପ୍ରସ˚ଗ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ଉଭୟ ମାନସିକ ରୋଗ ଏବ˚ ନିଶା ନିବାରଣ କେନ୍ଦ୍ର ଦୁଇଟି କାର୍ଯ୍ୟକ୍ରମ ପାଇଁ ୪୦ ବେଡ୍‌ର ଆବଶ୍ୟକତା ଥିବା ବେଳେ ଏବେ ବେଡ୍‌ ମିଳୁନଥିବାରୁ ଏଥିପାଇଁ ତର୍ଜମା ଚାଲିଛି। ଉଚ୍ଚସ୍ତରୀୟ ବୈଠକରେ ଏ ସ˚କ୍ରାନ୍ତ ନିଷ୍ପତ୍ତି ପାଇଁ ଯୋଜନା କରାଯାଉଛି। ଅନ୍ୟପଟେ ଗୋଟିଏ ନିଶା ନିବାରଣ କେନ୍ଦ୍ର ପିଛା ଷ୍ଟାଫ୍‌ ନର୍ସ ୧୦, ସାଇକ୍ରାଟିକ୍‌ ସ୍ପେଶାଲିଷ୍ଟ ୨, ଜେନାରାଲ ଡ୍ୟୁଟି ମେଡିକାଲ୍‌ ଅଫିସର ୨ଟି, କ୍ଲିନିକାଲ ସାଇକୋଲଜିଷ୍ଟ ୨, ସାଇକ୍ରାଟିକ୍‌ ସୋସିଆଲ୍‌ ଵାର୍କର ୨ ପଦବି ମଞ୍ଜୁର ଥିବା ବେଳେ କଟକ ନିଶା ନିବାରଣ କେନ୍ଦ୍ର କ୍ଷେତ୍ରରେ ବେଡ୍‌ ସହିତ ଯୋଡ଼ିହୋଇଛି ବରିଷ୍ଠ ଅଧିକାରୀ ପଦବି ଖାଲି ପ୍ରସ˚ଗ। ୨ ଜଣ ଜେନେରାଲ୍‌ ଡ୍ୟୁଟି ମେଡିକାଲ୍‌ ଅଫିସର ନାହାନ୍ତି। ଏଭଳି ସ୍ଥିତିରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ଆଶଙ୍କା ଦେଖା ଦେଇଛି। ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟ୍ଟରାୟ କହିଛନ୍ତି ଯେ ସିଟି ହସପିଟାଲ୍‌ରେ ନିଶା ନିବାରଣ କେନ୍ଦ୍ର ପାଇଁ ସ୍ଥାନର ଅଭାବ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026

You Might Also Like