-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||     

HOME   ରାଜ୍ୟ

ରାଜ୍ୟର ପ୍ରଥମ ‘କାର୍ଡିଆକ୍‌ କେୟାର୍‌ ହସ୍‌ପିଟାଲ୍‌’ ଖୁବ୍‌ଶୀଘ୍ର

15-Jan-2021



ଝାରସୁଗୁଡ଼ା (ପ୍ରେରଣା ଖବର): ସଂପ୍ରତି ହୃଦ୍‌ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ଚିକିତ୍ସାରେ ବହୁ ଅର୍ଥ ଖର୍ଚ୍ଚ ହେଉଥିବାରୁ ପଶ୍ଚିମ ଓଡ଼ିଶା ଭଳି ଅଞ୍ଚଳର ‌ଲୋକେ ଚିକିତ୍ସା ଖର୍ଚ୍ଚ ଭରଣ କରିବାରେ ଅସମର୍ଥ ହୋଇ ପଡ଼ୁଛନ୍ତି। ଏହା ସହିତ ହୃଦ୍‌ରୋଗର ଚିକିତ୍ସା ପାଇଁ ଏଠାରେ କୌଣସି ସୁବିଧା ମଧ୍ୟ ନାହିଁ।  ପଶ୍ଚିମ ଓଡ଼ିଶାରେ କେଉଁଠି ହାର୍ଟ ହସ୍‌ପିଟାଲଟିଏ ନାହିଁ। ଭୁବନେଶ୍ବରଠାରେ ଥିବା କିଛି ଘରୋଇ ହସ୍‌ପିଟାଲ୍‌କୁ ଛାଡ଼ି ଦେଲେ ରାଜ୍ୟରେ ବି ହାର୍ଟ ଚିକିତ୍ସା ପାଇଁ ସେପରି କିଛି ସୁବିଧା ନାହିଁ। ଏହି ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟର ପ୍ରଥମ ହାର୍ଟ ହସ୍‌ପିଟାଲ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା ଓ ଏହାକୁ ପିପିପି ମୋଡ୍‌ରେ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ସୁବିଧା ଯୋଗାଇ ଦେବାର ଉଦ୍ୟମ କରାଯାଇଥିଲା। ଗତ ୨୦୧୮ ମସିହା ଡିସେମ୍ବର ମାସ ୨୫ ତାରିଖ ଦିନ ଏହି ହସ୍‌ପିଟାଲ୍‌ର ଶୁଭାରମ୍ଭ କରିଥିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ଶହେ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ହାର୍ଟ ହସପିଟାଲ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେଉଛି। ବାଲିଯୋରିଠାରେ ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏହି ହାର୍ଟ ହସ୍‌ପିଟାଲର ନିର୍ମାଣ କ୍ଷୀପ୍ର ଗତିରେ ଆଗେଇ ଚାଲିଥିଲେ ମଧ୍ୟ ନିର୍ମାଣ ସଂପୂର୍ଣ୍ଣ ପାଇଁ ଥିବା ନିର୍ଦ୍ଧାରିତ ତାରିଖ ଡେଇଁ ଯାଇଛି। ହାର୍ଟଭଳି ଏକ ମାରାତ୍ମକ ରୋଗର ଚିକିତ୍ସା ବ୍ୟୟ ବହୁଳ ହୋଇଥିବା ବେଳେ ଜରୁରୀ ସମୟରେ ରୋଗୀକୁ ଦୂର ଦୂରାନ୍ତରେ ଥିବା ହସପିଟାଲ୍‌ରେ ପହଞ୍ଚାଇବା ସମ୍ଭବ ନଥାଏ। ଏଠାରେ ହାର୍ଟ ହସପିଟାଲ୍‌ ହେଲେ ଏହି ଅଞ୍ଚଳ ସମେତ ସାରା ପଶ୍ଚିମ ଓଡ଼ିଶାର ଲୋକ ଏଠାରେ ଉପକୃତ ହୋଇ ପାରିବେ ବୋଲି କୁହାଯାଉଛି। ଏହି ହାର୍ଟ ହସ୍‌ପିଟାଲ୍‌ ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ଆର୍ଥିକ ସହାୟତା ‌ଯୋଗାଇ ଦିଆଯାଇଥିବା ବେଳେ ଦୁଇ ବର୍ଷ ମଧ୍ୟରେ ଏହି ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ହସପିଟାଲ୍‌ କୋଠା ପାଇଁ ୩୨ କୋଟି ୪୨ ଲକ୍ଷ ୭୯୦ ଟଙ୍କା ବ୍ୟୟ ବରାଦ ହୋଇଛି। ହାଇଦ୍ରାବାଦର ମଞ୍ଜିରା କନ୍‌ଷ୍ଟ୍ରକସନ୍ ଲିମିଟେଡ଼୍‌ ସହ ଚୁକ୍ତି ସ୍ବାକ୍ଷରିତ ହୋଇ ୨୦୧୮ ଅଗଷ୍ଟ ୨୮ ତାରିଖରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ୨୦୨୦ ଅଗଷ୍ଟ ୧୯ ତାରିଖରେ ସଂପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ବୈଷୟିକ ଜ୍ଞାନ କୌଶଳ ଏବଂ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବା ସହିତ ପରିଚାଳନା ଭାର ଗ୍ରହଣ କରିବାକୁ କ୍ବାଲିଟି କେୟାର ହସ୍‌ପିଟାଲ୍‌ ପ୍ରାଇଭେଟ୍ ଲିମିଟେଡ଼୍‌ ସହିତ ଚୁକ୍ତି ହୋଇ ସାରିଛି। ତିନି ମହଲା ବିଶିଷ୍ଟ ଏହି କୋଠାରେ ହୃଦ୍‌ରୋଗୀଙ୍କ ପାଇଁ ଏକଶହ ଶଯ୍ୟା ରହିବ। ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଯେପରି ସ୍ଥିତିରେ ଅଛି ଏହି ହାର୍ଟ ହସ୍‌ପିଟାଲ କେତେ ଦୂର ସାଧାରଣ ଲୋକଙ୍କ ସେବାରେ ଆସିବ ତା’ ଉପରେ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଂଗ୍ରେସ ବିଧାୟକ ଥିବାବେଳେ ଶ୍ରୀ ଦାସଙ୍କ ଉଦ୍ୟମରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସୌଭାଗ୍ୟକୁ ଶ୍ରୀ ଦାସ ସଂପ୍ରତି ରାଜ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି। ଏହି ବିଭାଗ ଦାୟିତ୍ବ ନେବା ପରେ ନବଙ୍କ ଏହି ଡ୍ରିମ୍‌  ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ସଂପୂର୍ଣ୍ଣ ହେବ ଓ ହସ୍‌ପିଟାଲ୍‌ ଆରମ୍ଭ ହେବ ସେ ନେଇ ସାଧାରଣରେ ଉତ୍ସୁକତା ଦେଖା ଦେଇଛି। ଝାରସୁଗୁଡ଼ାରେ ବିମାନବନ୍ଦର ସୁବିଧା ଉପଲବ୍ଧ ହୋଇଥିବା ବେଳେ  ହାତ ପାହାନ୍ତାରେ ହାର୍ଟ ହସପିଟାଲ ଝାରସୁଗୁଡ଼ା ଜିଲ୍ଲାର ଗୁରୁତ୍ବକୁ ଆହୁରି ବୃଦ୍ଧି କରିବ।


News Comment




Photo in News

Advertisment
Lastest News
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026

You Might Also Like