-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

୩୮ ତମ ଖଟଖଟିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଜିସିସି ସିଂଢୋଲକୁ ହରାଇ ଏସଡିସିଏ ସୋନପୁର ଚମ୍ପିୟାନ 

02-Feb-2025



କଣ୍ଟାମାଲ(ଜୟ କୁମାର ମହାରଣା): ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଠାରେ ଚାଲିଥିବା ୩୮ ତମ ରାଜ୍ୟସ୍ଥରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି |ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚ ଟି ତିନି ଫର୍ମାଟ ବିଶିଷ୍ଟ ମ୍ୟାଚ ଥିଲା | ୧୫ ଓଭର ବିଶିଷ୍ଟ ପ୍ରଥମ ଫର୍ମାଟରେ ଏସଡିସିଏ ସୋନପୁର ଦଳ ଟସ ଜିଣି ପ୍ରଥମେ ବ୍ୟାଂଟି ର ନିଷ୍ପତି ନେଇଥିଲା |ସୋନପୁର ଦଳ ନିର୍ଧାରିତ ୧୫ ଓଭର ରେ ୫ ୱିକେଟ ହରାଇ ୧୫୦ ରନ ସଂଗ୍ରହ କରିଥିଲେ |ଜବାବ ରେ ଜିସିସି ସିଂଢୋଲ ଦଳ ୧୫ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରି ପରାଜିତ ହୋଇଥିଲେ | ୮ ଓଭର ବିଶିଷ୍ଟ ଦ୍ଵିତୀୟ ଫର୍ମାଟ ରେ ଏସଡିସିଏ ସୋନପୁର ଦଳ ନିର୍ଧାରିତ ୮ ଓଭର ଖେଳି ୫ ୱିକେଟ ହରାଇ ୮୩ ରନ ସଂଗ୍ରହ କରିଥିଲେ |ଜବାବରେ ଜିସିସି ସିଂଢୋଲ ଦଳ ୭ ୱିକେଟ ହରାଇ ୮୬ ରନ କରି ବିଜୟୀ ହୋଇଥିଲେ |ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ଥିବାରୁ |ସୁପର ଓଭର ଖେଳ ହୋଇଥିଲା |ଏଥିରେ ଜିସିସି ସିଂଢୋଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୬ ଟି ବଲ ରେ ୧୬ ରନ କରିଥିବାବେଳେ ଏସଡିସିଏ ସୋନପୁର ଦଳ ୫ ଟି ବଲ ରେ ୧୭ ରନ କରି ବିଜୟୀ ହୋଇଥିଲା |ଆଜିର ଫାଇନାଲ ଦିବସରେ କଣ୍ଟାମାଲ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ବେଶ କିଛି ସମୟ ଖେଳକୁ ଉପଭୋଗ କରିଥିଲେ |ଗତ ସତ ଦିନଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏସଡିସିଏ ସୋନପୁର ଦଳର ଖେଳାଳି ସିକନ ସେଠି ମ୍ୟାନ ଅଫ ଦି ସିରିଜ ହୋଇଥିବାବେଳେ ଫାଇନାଲ ମ୍ୟାଚରେ ଜିସିସି ସିଂଢୋଲ ଦଳର ସୌରଭ ନାଏକ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ | ସିରିଜ ରେ ବେଷ୍ଟ ଛକା ପାଇଁ ଜିସିସି ସିଂଢୋଲ ଦଳର ଅତୁଲ୍ୟ ,ବେଷ୍ଟ ବୋଲର ଭାବେ ଏସଡିସିଏ ସୋନପୁର ଦଳର ଆକାଶ ପାତ୍ର,ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଏସଡିସିଏ ସୋନପୁର ଦଳର ସିକନ  ସେଠି  ପୁରସ୍କୃତ ହୋଇଥିଲେ |ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜ଼ିଲ୍ଲାପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସଂସଦଙ୍କ କଣ୍ଟାମାଲ ବ୍ଲକ ପ୍ରତିନିଧି ଦୀପକ ବାରିକ,ବିଜେପି ନେତା ଶିବ ନାରାୟଣ ଚାଉଳିଆ,ବିଜେପି ଜ଼ିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ,ପୂର୍ବତନ କ୍ରିକେଟ ଖେଳାଳି ପୁରନ୍ଦର କର୍ମୀ ,ଅବସରପ୍ରାପ୍ତ ଶିକ୍ଷକ ମୋହନ ମାଝୀ,ସମାଜସେବୀ କିରଣ ମହାନ୍ତି ଓ ବିଜିତ ପ୍ରଧାନ ପ୍ରମୁଖ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳ କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ  |  ଫାଇନାଲ ଦିବସରେ ଶ୍ୟାମ ସୁନ୍ଦର ପଣ୍ଡା ଓ ସୁବାଷ ଭୋଈନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ |ଯୁବରାଜ ବାରିକ ଓ ଭରଦ୍ୱାଜ ଖେତୀ ସ୍କୋରର ଦାୟିତ୍ୱ ତୁଲାଇଥିବାବେଳେ ବାବୁଲାଲ ଗୁରୁ ,ରଞ୍ଜୁ ଅମାତ ମ୍ୟାଚ ର ଧାରା ବିବରଣୀ ପ୍ରଦାନ କରିଥିଲେ |ଆୟୋଜକ କମିଟିର ସଭାପତି ରଞ୍ଜନ କୁମାର ପାତ୍ର ,ସମ୍ପାଦକ ଆକାଶ ମାଝୀଙ୍କ ସମେତ ଶିବରାଜ ବାରିକ,ଭଗବାନ ବସ୍ତିଆ ,ଜ୍ୟୋତିରଞ୍ଜନ ମହାନ୍ତି ,ସୁମନ୍ତ ପ୍ରଧାନ ,ଜିଲୁ ବଗର୍ତ୍ତୀ ,ରୀଙ୍କୁ ନାଏକ ,ପବିତ୍ର ଭୁରୁଭୁରି ,ବିକାଶ ମାଝୀ , କୁଳମଣି ସମାରଥ,ବାସୁଦେବ ବସ୍ତିଆ ,ପରୀକ୍ଷ ବସ୍ତିଆ ପ୍ରମୁଖ ସହଯୋଗ କରିଥିଲେ |


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like