-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-Jan-2025
ଯାଜପୁର/ବରୀ (ରଞ୍ଜିତ ମହାନ୍ତି): ବରୀ ବ୍ଲକ ବାଲିଆ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଛାତ୍ରୀ ଦୁଷ୍କର୍ମ। ଘଟଣାକୁ ନିନ୍ଦା କରି ବରୀ ପୋଲିସ୍ର ନିଷ୍କ୍ରିୟତା ବିରୋଧରେ ଶୁକ୍ରବାର ବରୀ ବିଜେଡି ବରୀ ଥାନା ସମୁଖରେ ଏକ ବିଶାଳ ଗଣଧାରଣା ମାଧ୍ୟମରେ ଗର୍ଜନ ଦେଇଥିଲା। ବରୀ ବ୍ଲକରୁ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବରୀ ବିଧାୟକଙ୍କ ନିର୍ଦ୍ଦେଶରେ ସାମିଲ ହୋଇ ଆସାମୀକୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଥିଲେ। ଏହି ଘେରାଉରେ ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପ ଉପାଧ୍ୟକ୍ଷ ଅର୍ଜନା ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ, ବ୍ଲକ ବିଜେଡି ସଭାପତି କେଦାର ସାମଲ, ରଞ୍ଜନ ପଣ୍ଡା, ବୁଲୁ ଯାଦବ, ଅଭିମନ୍ୟୁ ଦାଶ, ଅଭିମନ୍ୟୁ ସାହୁ ଙ୍କ ସହ ବହୁ କର୍ମୀ ବରୀ ପୋଲିସ ଓ ରାଜ୍ୟ ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ପରେ ବିଜେଡିର ସମସ୍ତ ଦାବି ଯାହାକି ଦୁଇ ଜଣ ଆସାମୀଙ୍କୁ ଗିରଫ, ବରୀ ଥାନାଧିକାରୀଙ୍କୁ ବରୀରୁ ଅପସାରଣ ଓ ପିଡିତାଙ୍କୁ ନ୍ୟାୟ ଦିଆଯିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୂଚନା ଅନୁଯାୟୀ ଅଧ୍ୟାପକ ବିଦ୍ୟାଧର ଧଳ ଓ କଲେଜ ଅଧ୍ୟକ୍ଷ ସୁଧୀର ରାଉତଙ୍କୁ ଶିକ୍ଷା ବିଭାଗ ଗୁରୁବାର ନିଲମ୍ବନ କରିଛି।