-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ରାଜ୍ୟ

ବାଜିଲା ରଥଯାତ୍ରାର ବିଗୁଲ : ଆଜି ରଥ କାଠ ଅନୁକୂଳ

12-Jan-2021



ପୁରୀ, (ପ୍ରେରଣା ଖବର ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଉଦ୍ଦେଶ୍ୟରେ ରଥ ସଂହିତା ଅନୁଯାୟୀ, ପ୍ରତିବର୍ଷ ନୟାଗଡ଼ ବନଖଣ୍ଡରୁ କାଠ ଯୋଗାଇ ଦିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଅନୁକୂଳ ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ ମା’ବଡ଼ରାଉଳ ଠାକୁରାଣୀଙ୍କ ପୀଠ ବଡମୂଳରେ ମଙ୍ଗଳବାରେ ପୂଜାର୍ଚ୍ଚନା କରାଯାଇ ରଥକାଠ ସଂଗ୍ରହର ଶୁଭାରମ୍ଭ କରାଯିବ । ୧୨୮ଖଣ୍ଡ ଅସନ ଓ ଧଉରା କାଠ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି!!ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କାଠ ଚିହ୍ନଟ ଅନୁକୂଳ ପାଇଁ ସୋମବାର ଅପରାହ୍‌ଣ ୩ଟାରେ ପୁରୀରୁ ନୟାଗଡ଼ ଯାତ୍ରା କରିଛନ୍ତି ଶ୍ରୀମନ୍ଦିର ସେବକ । ବଡ଼ରାଉଳ ଠାକୁରାଣୀଙ୍କ ପୂଜାର୍ଚ୍ଚନା ପାଇଁ ବଡ଼ଦେଉଳରୁ ଶ୍ରୀଜିଉଙ୍କ ମାଳ ମହାର୍ଦ୍ଦ, ଲାଗି ଲୁଗା ନେଇ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରୁ କାଠ ଚିହ୍ନଟ ଅନୁକୂଳ ଦଳ ଯାତ୍ରା କରିଛନ୍ତି । ସନ୍ଧ୍ୟାରେ ଏହି ଦଳ ନୟାଗଡ଼ରେ ପହଞ୍ଚିଛନ୍ତି । ଆଜି ରାତିରେ ଏହି ଦଳ ନୟାଗଡ଼ ବନ ବିଭାଗ ଡାକ ବଙ୍ଗଳାରେ ରହିବେ । ମଙ୍ଗଳବାର ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ କାଠ ଅନୁକୂଳ ପୂଜା ସମ୍ପନ୍ନ ହେବ । ଏହି ଦଳରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ରଥକାଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ରଥ ଭୋଇ ସର୍ଦ୍ଦାର ରବି ଭୋଇ ଅଛନ୍ତି!!ରଥସଂହିତା ମୁତାବକ ତିନି ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଗଣ୍ଡି ଆବଶ୍ୟକ । ୨୦୨୦ ରଥଯାତ୍ରାର ତିନି ରଥ ନିର୍ମାଣ ବେଳେ ୬୯ କାଠ ଗଣ୍ଡି ବଳକା ଥିଲା । ଆଉ ୭୯୬ କାଠ ଗଣ୍ଡି ନୟାଗଡ଼ ବନ ଖଣ୍ଡରୁ ସଂଗ୍ରହ କରାଯିବ । ଏହି କାଠରୁ ବଡ଼ଦାଣ୍ଡସ୍ଥିତ ରଥଖଳାକୁ ୩୦୬ କାଠ ଗଣ୍ଡି ଆଉ କଟକ ଖପୁରିଆସ୍ଥିତ ବନ ନିଗମର କରତ କଳକୁ ୪୯୦ କାଠ ଗଣ୍ଡି ଯିବ । ମୁଖ୍ୟତଃ ଅସନ, ଧଉରା, ଫାସୀ, ସିମିଳି ଆଦି କାଠଗଣ୍ଡି ଏହି ଦୁଇ ସ୍ଥାନରେ ପହଞ୍ଚିବ । ରଥକାଠ ଚିହ୍ନଟ ଅନୁକୂଳ ଦଳର ନୟାଗଡ଼ ବନଖଣ୍ଡ ଯାତ୍ରାଠାରୁ ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି!!ଶ୍ରୀମନ୍ଦିର ରଥଯାତ୍ରା ସଂହିତା ମୁତାବକ କାଠ ଚୟନ ଅନୁକୂଳ ପରେ ସରସ୍ୱତୀ ପୂଜାରେ (ଫେବ୍ରୁଆରୀ ୧୬) ରଥ କାଠ ପୂଜା, ଅକ୍ଷୟ ତୃତୀୟା ( ମେ ୧୫)ରେ ରଥ ନିର୍ମାଣ ଅନୁକୂଳ, ଭଉଁରୀ ଯାତ୍ରାରେ ରଥ ଚକ ଡେରା (୪ ଜୁନ), ଦେବସ୍ନାନ ପୂର୍ଣ୍ଣିମା (୨୪ ଜୁନ)ରେ ତିନି ରଥର ଚାରି ନାହାକା ଉଠିବା ସହ ରଥ ନିର୍ମାଣ ଶେଷ ପରେ ତିନି ରଥ ସିଂହଦ୍ୱାରକୁ ବିଜେ କରିବେ । ପରେ ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା, ଜୁଲାଇ ୧୬ରେ ହେରାପଞ୍ଚମୀ, ଜୁଲାଇ ୨୦ରେ ବାହୁଡ଼ା ଯାତ୍ରା, ୨୧ ଜୁଲାଇରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ, ୨୨ରେ ରଥ ଉପରେ ଅଧରପଣା, ଜୁଲାଇ ୨୩ରେ ନୀଳାଦ୍ରି ବିଜେ ଆଦି ନୀତି ରହିବ ବୋଲି କ୍ୟାଲେଣ୍ଡରରେ ଦର୍ଶାଯାଇଛି। ରଥଯାତ୍ରାର ସମସ୍ତ ନୀତିର ତିଥି ଶ୍ରୀମନ୍ଦିର ପରିଚାଳନା କମିଟି ନୀତି ଉପକମିଟି ଆଉ ଛତିଶା ନିଯୋଗର ପରାମର୍ଶ ମାର୍ଗଦର୍ଶନରେ ହେବ!!


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like