-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2025
ଆଗଲପୁର, (ବିନୋଦ ଦୀପ) ଆସୋସିଏସନ୍ ପକ୍ଷରୁ ମିନି ଷ୍ଟାଡିୟମ ପଡ଼ିଆ ରେ ପୁଷପୁନି ଉପଲକ୍ଷେ କ୍ରିକେଟ୍ ମ୍ୟାଚ୍ ଉଦ୍ଘାଟିତ ହୋଇଯାଇଛି। ସାମାଜିକ ଭାଇ ଚାରା ବୃଦ୍ଧି ସହ ଯୁବ ସମାଜ ଉପରେ ଖେଳୁଆଡ ମନୋଭାବ ପ୍ରଦର୍ଶନ କରିବା ନିମନ୍ତେ ପ୍ରତିବର୍ଷ ଭାଇ ଚାରା ର ବାର୍ତା ନେଇ ବହୁ ଆଡମ୍ବନା ସହିତ ମ୍ୟାଚ୍ ଅନୁଷ୍ଠିତ ହୋଇଥାଏ l ଏ ବର୍ଷ ବି ଖୁସି ର ମାହୋଲ ଦେଖିବା ପାଇଁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ସଭାପତି ସୁରେଶ ପଧାନ, ସମ୍ପାଦକ ବିରେନ୍ଦ୍ର ପଧାନ, ପୂର୍ବତନ ଖେଳାଳି ମାନଙ୍କ ମଧ୍ୟରେ ବିଶ୍ବନାଥ ବାରିକ୍, ମୃତ୍ୟୁଞ୍ଜୟ ସାହୁ, ପ୍ରଦୀପ ସାହୁ, ଦେବାନନ୍ଦ ପଧାନ,ସୁଶାନ୍ତ ସାହୁ, ପ୍ରଶାନ୍ତ ପଧାନ, ପ୍ରଶାନ୍ତ ସାହୁ, ସଂଗ୍ରାମ ପଧାନ, ଲିଙ୍ଗରାଜ ପଧାନ, ଶଙ୍କର ବାରିକ, ଯୋଗ ଦେଇଥିଲେ l ମୋଟ୍ ପାଞ୍ଚଟି ଟିମ୍ ଅଂଶ ଗ୍ରହଣ କରିଥିଲେ ସେହି ଦଳ ଗୁଡ଼ିକ ହେଲା ନରସିଂହ କ୍ଲବ୍, ଜଗନ୍ନାଥ ପଡ଼ା, ଶାନ୍ତି ପଡ଼ା, ନରସିଂହ ପଡ଼ା, ସିନିୟର୍ ଟିମ୍ l ଆଜିର ଅନୁଷ୍ଠିତ ମ୍ୟାଚ ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ନରସିଂହ ପଡ଼ା କୁ 15 ରନ୍ ରେ ପରାସ୍ତ କରି ନରସିଂହ କ୍ଲବ୍ ବିଜୟ ଲାଭ କଲା l