-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଫୁଟବଲ୍ ପଡ଼ିଆରେ କୃପାମୟ ଆଦିବାସୀ ଯୁବକ ସଂଘ ପକ୍ଷରୁ ଏକ ଦିବସୀୟ ଦିଲ୍ଲିପ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳ ଯଥା ସାତକମା, ଚନ୍ଦନିମାଳ, କୁଚିଣ୍ଡା ଜ୍ୟୋତି ପଡା, ଜମନକିରା, ମା ବନ ଦୁର୍ଗା, ଫଟାଟାଙ୍ଗର, ଲଇଡାଗୁଣା, କିରାଶାସନ, ଆଦି ଦଳ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ କୁଟୁରାଚୁଆଁ ର ଅଧ୍ୟକ୍ଷ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ସ୍ବେଚ୍ଛାସେବୀ ସରୋଜ ମେହେର ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସାତକମା ଦଳ ୧/୦ ଗୋଲ୍ ରେ ଚମ୍ପିୟାନ ହୋଇ ସିଲଡ ସହ ୫ ହଜାର ଟଙ୍କା ଅର୍ଥ ରାଶି ଏବଂ ଜମନକିରା ଦଳ ରନର୍ସ ଅପ୍ ହୋଇ କପ୍ ସହ ଚାରି ହଜାର ଟଙ୍କା ଅର୍ଥ ରାଶି ମୁଖ୍ୟ ଅତିଥି ଙ୍କ ହାତରୁ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଘ ର ସଭାପତି ଯଶୋବନ୍ତ ବାଘ ଓ ସଂପାଦକ ମୋହନ ପିଙ୍ଗ ପରିଚାଳନା କରିଥିଲେ। ରେଫରି ଭାବରେ ସୁଶାନ୍ତ ଭୋଇ, କ୍ଷେତ୍ର କିସାନ ଓ କ୍ଷେତ୍ର ନାରାୟଣ ଖେଳ ପରିଚାଳନା କରିଥିଲେ।