-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
12-Jan-2025
(ପୁର୍ଣ୍ଣ ଶଶୀ ଶେଖର ରାଓ)ବଣ ର ମଲ୍ଲୀ ହୋଇ ଆଜି ସାରା ରାଜ୍ୟରେ ମହକିଲା ଭଲି କାର୍ଯ୍ୟ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ତୁରେକେଲା ବ୍ଲକ ର ଛାତ୍ର ଆୟୁଷ। ତୁରେକେଲା ବ୍ଲକ ଢୋଲମାନ୍ଦଲ ଗ୍ରାମ ପଞ୍ଚାୟତ ଡମନୀଚୁଆଁ ଗାଁ ର ବାଞ୍ଛାନିଧି ମାଝୀ (ଢୋଲମାନ୍ଦଲ ମଣ୍ଡି ସମ୍ପାଦକ)ଓ ତିଲୋତ୍ତମା ମାଝୀ ଙ୍କ ପୁତ୍ର ଆୟୁଷ ମାଝୀ କଣ୍ଟାବାଞ୍ଜି ଶିଶୁ ମନ୍ଦିରରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି।ତାଙ୍କ ନାଁ ଯେମିତି ତାଙ୍କ କାର୍ଯ୍ୟ ମଧ୍ୟ ସେମିତି ସେ ପାଠରେ ଯେମିତି ଖେଳରେ ମଧ୍ୟ ସେମିତି ବୋଲି ଶିଶୁ ମନ୍ଦିରର ଗୁରୁଜୀଙ୍କ ଠାରୁ ଶୁଣିବାକୁ ମିଳେ।ସେ ଦୌଡ଼ରେ ବ୍ଳକ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ଅଞ୍ଚଳର ଗୌରବ ଆଣିଛନ୍ତି।ସେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଭବିଷ୍ୟତ ଇଚ୍ଛା ପୂରଣ ହେବା ସହ ଉଜ୍ଜ୍ୱଳମୟ ହେଉ ବୋଲି କଣ୍ଟାବାଞ୍ଜି ତଥା ତୁରେକେଲା ବ୍ଳକ ର ଜ୍ଞାନୀ, ଗୁଣି, ବୁଦ୍ଧିଜୀବୀ ମାନେ ମଙ୍ଗଳ କାମନା କରିଛନ୍ତି।