-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ମନୋରଞ୍ଜନ

ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହର ପ୍ରଥମ ସନ୍ଧ୍ୟା, ବଲାଙ୍ଗୀର ଆସିଲେ ପ୍ରାୟ ମୋତେ ଭାବପ୍ରବଣ ଲାଗେ: ଜଷ୍ଟିସ ସଞ୍ଜୟ ମିଶ୍ର

05-Jan-2025



ବଲାଙ୍ଗୀର (ପ୍ରେରଣା ଖବର): 'ବଲାଙ୍ଗୀର ଆସିଲେ ପ୍ରାୟ ମୋତେ ଭାବପ୍ରବଣ ଲାଗେ କାରଣ ଏହା ମୋର ଜନ୍ମମାଟି | ମୋତେ ମୋର ମାଟି ଅତିପ୍ରିୟ | ଆପଣଙ୍କ ଚେଷ୍ଟା ସାଧୁବାଦର ହକଦାର' ।

  ଆଜି ସନ୍ଧ୍ୟାରେ ଭୂମିକା ଅନୁଷ୍ଠାନ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ମଠଖାଇ ମହୋତ୍ସବ ର ଉଦଘାଟନୀ ଉତ୍ସବରେ  ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଭାରତ ସରକାରଙ୍କ ଜି.ଏସ୍. ଟି

 

ଏପେଲେଟ  କାଉନସିଲ ଜଷ୍ଟିସ୍ ଡ. ସଂଜୟ ମିଶ୍ର । ସମ୍ମାନିତ ଅତିଥି ଭାବେ ସମ୍ବାଦ ଓ କନକର ଗ୍ରୁପ ଏଡିଟର ଭବାନୀ ତ୍ରିପାଠୀ ଯୋଗଦେଇ ନିଜ ଅଭିଭାଷଣରେ କଳା କେବେ ମରେନାହିଁ, ଏହା ନିରନ୍ତର ପ୍ରବାହମାନ ବୋଲି କହିଥିଲେ । ନାଟକ ବଂଚିବା ପର୍ଯ୍ୟନ୍ତ ମଣିଷ ନିଜର ଅଭିନୟ କରିଚାଲି ଥିବ ବୋଲି ଶ୍ରୀ ତ୍ରିପାଠୀ ମତପ୍ରକାଶ କରିଥିଲେ। ମଠଖାଇ ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ର ମଞ୍ଚାସୀନ ରହି ଉପସ୍ଥିତ ନାଟ୍ୟପ୍ରେମୀ ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।  ଭୂମିକା ର ସଭ୍ୟ ତଥା ଦୈନିକ ପ୍ରମେୟ ର କେବିକେ ସଂସ୍କରଣ ମୁଖ୍ୟ ଅଖିଳ ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଦିବସରେ ଭୂମିକାର ରଶ୍ମି ରଞ୍ଜନ ବକ୍ସି ପ୍ରାରମ୍ଭିକ ଭାଷଣ ଦେଇଥିଲେ।  ଆଜିର ମଞ୍ଚକୁ ସ୍ଵର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କ ନାମରେ ସମର୍ପିତ କରାଯାଇଥିଲା । ଜଷ୍ଟିସ୍ ସଞ୍ଜୟ ମିଶ୍ରଙ୍କୁ ମାନପାତ୍ର  ଓ ଉପଢୌକନ ପ୍ରଦାନ ପୂର୍ବକ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ଅର୍ଘ୍ୟ ଅର୍ପଣ ମିଶ୍ର । ଏହି ଅବସରରେ 

ଭୂମିକା ପକ୍ଷରୁ ସ୍ମରଣିକା 'ନାଟ ମଣ୍ଡପ' ଉନ୍ମୋଚିତ ହୋଇଥିଲା । ସଭା ଶେଷରେ ଭବାନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ| l ଭାଲେରର ସମଲେଶ୍ଵରୀ କଳା ପରିଷଦ ତରଫରୁ ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ପରେ ପଦ୍ମପୁରର ନାଟ୍ୟାନୁଷ୍ଠାନ 'ଲୁ' ତରଫରୁ ପରିବେଷିତ କୋଶଲି  ନାଟକ 'ଆଦମଖୋର୍' କୁ ଦର୍ଶକ ମାନେ ଉପଭୋଗ କରିଥିଲେ l ଆସନ୍ତା ଜାନୁୟାରୀ ୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କଳା,ସାହିତ୍ୟ ଓ ମନୋରଞ୍ଜନ ର ଅନନ୍ୟ ପର୍ବ ମଠଖାଇ ମହୋତ୍ସବରେ ବହୁସଂଖ୍ୟାରେ ନାଟ୍ୟପ୍ରେମୀ ଓ ଜନସାଧାରଣ ଯୋଗଦେଇ ଉତ୍ସବକୁ ସଫଳ କରିବା ପାଇଁ ଭୂମିକା ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm