-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଖେଳ

ଭାରତୀୟ ଖେଳାଳିଙ୍କୁ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗ : କଠୋର ଓ ଜରୁରୀ କାର୍ଯ୍ୟାନୁଷ୍ଠାନ ଦାବି କଲେ କୋହଲି; ସଚିନ କହିଲେ ଖେଳ ଏକାଠି ହେବା ଶିଖାଏ, ବିଭେଦ ନୁହେଁ

11-Jan-2021



ପ୍ରେରଣା ବୁ୳ରୋ : ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଅକ୍ଷେପ ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରାଟ କୋହଲି । ଜାତିଆଣ ଆକ୍ଷେପକୁ କୌଣସି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଏଭଳି ଘଟଣା ପଡ଼ିଆରେ ଦେଖିବା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜରୁରୀ କାଳୀନ ଭିତିରେ ତଦନ୍ତ ହେବା ଦରକାର । ଏହାସହ ଜାତିଆଣ ଆକ୍ଷେକାରୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି କୋହଲି । କୋହଲି ଏବେ ସିଡନୀ ଟେଷ୍ଟରେ ଖେଳୁନାହାନ୍ତି । ତାଙ୍କ ବଦଳରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ପଦ ସମ୍ଭାଳୁଛନ୍ତି । ସେପଟେ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ମଧ୍ୟ ଜାତିଆଣ ଆକ୍ଷେପ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସଚିନ ଲେଖିଛନ୍ତି ଯେ, କ୍ରୀଡ଼ା ଏକାଠି ହେବା ଶିଖାଇଥାଏ, ବିଭେଦ ନୁହେଁ । କ୍ରିକେଟ କେବେ ହେଲେ ବିଭେଦ ସୃଷ୍ଟି କରେ ନାହିଁ । ବଲ୍ ଓ ବ୍ୟାଟ ଏହାକୁ ଧରିଥିବା ଖେଳାଳିଙ୍କ ଜାତି, ବର୍ଣ୍ଣ, ଧର୍ମ କିମ୍ବା ଜାତୀୟତାକୁ ଦେଖେ ନାହିଁ, ବରଂ ସମ୍ପୃକ୍ତ ଖେଳାଳିଙ୍କ ଦକ୍ଷତାକୁ ପରଖିଥାଏ । ଆଉ ଯେଉଁମାନେ ଏହା ବୁଝିବାକୁ ଅସମର୍ଥ ସେମାନଙ୍କ ପାଇଁ ଖେଳପଡ଼ିଆରେ କୌଣସି ସ୍ଥାନ ନାହିଁ ବୋଲି ସଚିନ କହିଛନ୍ତି ।ଅନ୍ୟପକ୍ଷରେ ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଠାରୁ ରିପୋର୍ଟ ମାଗିଥିଲା ଆଇସିସି ।  ଏହାକୁ ନେଇ ଅଷ୍ଟ୍ରେଲିଆ ବୋର୍ଡ ତଦନ୍ତ କରୁଛି ଓ ଏହି ରିପୋର୍ଟ ଆଇସିସି ମ୍ୟାଚ୍ ରେଫେରିଙ୍କୁ ଦିଆଯିବ । ତେବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଆନୁଷ୍ଠାନିକ ବୟାନ ଜାରି କରାଯାଇଛି । ଏଥିରେ ଜାତିଆଣ ଆକ୍ଷେପ ଆଣିଥିବା କିଛି ଦର୍ଶକଙ୍କୁ ପଡ଼ିଆରୁ ବାହାର କରାଯାଇଥିବା କୁହାଯାଇଛି । ଜାତିଆଣ ଆକ୍ଷେପ ପ୍ରସଙ୍ଗ ନେଇ ଭାରତୀୟ ଖେଳାଳିଙ୍କୁ ଭୁଲ ମାଗିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।ଏହାସହ ତୁରନ୍ତ ପ୍ରସଙ୍ଗକୁ ସାମନାକୁ ଆଣିଥିବାରୁ ଭାରତୀୟ ଖେଳାଳିଙ୍କୁ ଧନ୍ୟବାଦ ଦେଇଛି ଅଷ୍ଟ୍ରେଲିଆ ବୋର୍ଡ । ସିଡନୀ ଟେଷ୍ଟର ତୃତୀୟ ଦିନ ଅର୍ଥାତ ଶନିବାର ଖେଳ ସମୟରେ ଭାରତୀୟ ଖେଳାଳିଙ୍କୁ ଷ୍ଟାଡିୟମରେ ଥିବା ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ହୋଇଥିଲେ । ଷ୍ଟାଡିୟମରେ ଥିବା ଅଷ୍ଟ୍ରେଲିଆ ଦର୍ଶକ ତାଙ୍କୁ କଳା ଗଧ ଓ ଭାଲୁ ବୋଲି ଆକ୍ଷେପ କରିଥିଲେ । ଏହି ଘଟଣାକୁ ତୁରନ୍ତ କ୍ୟାପଟେନ୍ ରାହାଣେଙ୍କ ନଜରକୁ ଆଣିଥିଲେ ସିରାଜ । ଏହା ପରେ ପରେ ଫିଲ୍ଡ ଅମ୍ପାୟାରଙ୍କୁ ରାହାଣେ ଏନେଇ ଜଣାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ଚିହ୍ନଟ କରି ବାହାର କରି ଦିଆଯାଇଥିଲା । ଏସବୁ ସତ୍ୱେ ଟେଷ୍ଟର ଚତୁର୍ଥ ଦିନ ଅର୍ଥାତ ରବିବାର ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରତି କିଛି ଅଷ୍ଟ୍ରେଲିଆ ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like