-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସ୍ଥାନୀୟ କସ୍ତୁରୀ ହୋଟେଲ ର ସମ୍ମିଳନୀ କକ୍ଷ ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନ ମୋହନ ସିଂହ ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ର ଯୁବନେତା ସୁଧିର ପଣ୍ଡା ଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ଵର୍ଗତ ସିଂହଙ୍କ ବଳିଷ୍ଠ ନେତୃତ୍ବ ରେ ଭାରତୀୟ ଅର୍ଥନୀତି ଏକ ପ୍ରମୁଖ ଦିଗରେ ଗତି କରିଥିବା ସମୟରେ ସେ ଜଣେ ବିଚକ୍ଷଣ ଅର୍ଥନୈତିକ ବିଶାରଦ ଥିବା ପ୍ରମାଣିତ ହୋଇଥିଲା। ଏହି ସଭାରେ ଉପସ୍ଥିତ ସମସ୍ତ ବକ୍ତା ସ୍ଵର୍ଗତ ସିଂହ ଙ୍କର ଦୁରଦୃଷ୍ଟି ଯୋଗୁଁ ମନରେଗା ଯୋଜନା ତଥା ସୂଚନା ଅଧିକାର ଆଇନ ତଥା ଅନେକ ଯୁଗାନ୍ତକାରୀ ପଦକ୍ଷେପ କୁ ଭୂରି ଭୂରି ପ୍ରଶଂସା କରିବା ସହ ଦିବଂଗତ ଆତ୍ମା ଙ୍କର ସ୍ମୃତି ଚାରଣ କରିଥିଲେ। ଆଜି ର ଏହି ଶ୍ରଦ୍ଧାଞ୍ଜଳି ସଭା ରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୈାରୀଶ୍ୟାମ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ,ମାଧବ କୁମ୍ଭାର, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ, ମହମ୍ମଦ ଇମ୍ରାନ୍, ସ୍ଵପ୍ନେଶ୍ଵର ପୃଷ୍ଟି, କୃଷ୍ଣ ଚନ୍ଦ୍ର ବାଘ,ସଚ୍ଚିଦାନନ୍ଦ ସାହୁ,ରଞ୍ଜିତ ରୟ , ରାଜେଶ ମିଶ୍ର ,ଭରତ ସାହୁ,ଶିଶିର ମେହେର, ଲବ ସା ପ୍ରମୁଖ ଙ୍କ ସହ ଅନେକ କଂଗ୍ରେସ ନେତା ଯୋଗଦେଇ ସ୍ଵର୍ଗତ ଆତ୍ମା ଙ୍କର ସ୍ମୃତି ଚାରଣ କରିଥିଲେ।