-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Dec-2024
- ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ଓଟିଡିସି ( ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ନିଗମ) ପକ୍ଷରୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ପରିସର ରେ ଏକ ଅତିଥି ଭବନ ର ନିର୍ମାଣ କାର୍ଯ୍ୟ କୂ ବିଭାଗୀୟ ପ୍ରମୁଖ ଯନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରି ଛନ୍ତି l ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଜଷ୍ଟିସ ସି ଆର୍ ଦାଶ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାୟକ, ପ୍ରାକ୍ତନ ପୌର ଅଧକ୍ଷ ପ୍ରକାଶ ସାହୁ, ମନ୍ଦିର କମିଟି ର ସଦସ୍ୟ ବୈକୁଣ୍ଠ ଶତପଥି, ଆଇନ୍ ଜିବୀ ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ, ପଣ୍ତିତ କାଳୀ ଚରଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ୩ କୋଟି ୮୦ ଲକ୍ଷ ଟଙ୍କା ରେ ନିର୍ମାଣ ହେବାକୁ ଥିବା ଏହି କାର୍ଯ୍ୟ କୁ ସଠିକ ଢଙ୍ଗ ରେ ଓ ତ୍ୱରାନ୍ୱିତ କରିବାକୁ ଜଷ୍ଟିସ ଶ୍ରୀ ଦାଶ ଓ ଟି ଡି ସି ଅଧିକାରୀ ଙ୍କୁ ପରାମର୍ଶ କରିଥିଲେ l