-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର)- ସ୍ଥାନୀୟ ପି.ପି.ଏକାଡେମୀ ସଭାଗୃହରେ ମୋ ସ୍କୁଲ ଅଭିଯାନବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜସେବୀ ବିକ୍ରମାନନ୍ଦ ବହିଦାର, ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ପୁତ୍ର ସନ୍ତୋଷ ପଣ୍ଡା ଓ ପୁତ୍ରବଧୁ ପଙ୍କଜିନୀ ପଣ୍ଡା, ପ୍ରଧାନ ଶିକ୍ଷକ ଶିନୁ ସୁନ୍ଦର ପାଢୀ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଯୋଜନାଟିକୁ ସମସ୍ତ ପୁରାତନ ଛାତ୍ର ମାନଙ୍କୁ ଯୋଗାଯୋଗ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଢୀ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ସଂଜୟ ରଥ, ପ୍ରଭାସ ପାଣିଗ୍ରାହୀ, ହେମନ୍ତ ପଣ୍ଡା, ମନୋରଂଜନ ସାହୁ, ଲକ୍ଷ୍ମଣ ଅଗ୍ରୱାଲ, ନାସୀର ଖାନ, ଶଶିଭୂଷଣ ପୁରୋହିତ, ସ୍କୁଲର ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖି ସମସ୍ତେ ସହଯୋଗ ର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ହେତୁ ପୁରାତନ ଛାତ୍ର ସୟିଦ ଅଫତାବ ହୁସେନ, ରଂଜୟ ଦାସ ଓ ବାପୁନି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆଲୁମିନି ଗୃପର ସଭାପତି ରୂପେ ସୟିଦ ଅଫତାବ ହୁସେନଙ୍କ ନାମ ଘୋଷଣା କରାଯାଇଥିଲା । ଏହି ବୈଠକରେ ବିଦ୍ୟାଳର ୧୩୦ ଜଣ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ବିଦ୍ୟାଳୟର ଉନ୍ନତି କରିବାକୁ ଯଥାସାଧ୍ୟ ସହଯୋଗ କରିବାକୁ ପୁରାତନ ଛାତ୍ର ମାନେ ସଙ୍କଳ୍ପ ନେଇଥିଲେ । ବିଦ୍ୟାଳୟର ସୁରେନ୍ଦ୍ରୀ ସ୍ୱାଇଁ, ରଞ୍ଜିତା ତ୍ରିପାଠୀ, ମଧୁମିତା ମିଶ୍ର, ରତ୍ନମାଳା ମିଶ୍ର, ଅଂଶୁପା ଭୋଇ, କେତକୀ ଭୋଇ, ସତ୍ୟଜିତ୍ ବୁଡେକ, ଅକ୍ରୁର ସାହୁ, ଶୋଭାଗିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ସୁନିଲ କୁମାର ବେହେରା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ଝୁନୁଲତା ସାବତ୍ ।