-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ପାଟଣାଗଡ଼(ଗୋରେଖନାଥ ବରିହା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲଜି ବାହାଲ ଡ଼୍ୟାମ ନିର୍ମାଣ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କୃଷକ ମହାସଂଘ ସଭାପତି ଯତି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଲଜି ବାହାଲ ସ୍ଥିତ ପୁରୁଣା ଡ଼୍ୟାମ ନିର୍ମାଣ ଓ ନିଲଜି ବାହାଲ ରୁ ବୁଦାମୁଣ୍ଡାକୁ ଯାଇଥିବା ଗ୍ରାମ୍ୟ ସଡ଼କ ରାସ୍ତା ପ୍ରାୟ ଦୁଇ କିମି କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରୁବାକୁ ବହୁ ଦିନରୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନିଲଜି ବାହାଲ ଡ଼୍ୟାମ ନିର୍ମାଣ ହେଲେ ପ୍ରାୟ ୫ ଖଣ୍ଡ ଗ୍ରାମ ବୁଦା ମୁଣ୍ଡା,ତରାଗାଁ,ବାବେଯୂରୀ,ନିଲଜି ବାହାଲ ଆଦି ଗ୍ରାମ ର ୩୦୦ ଏକର ଜମିକୁ ପାଣି ମାଡି ପାରିବ । ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ସୁଦ୍ଧା ଦୃଷ୍ଟି ଦେଉନଥିବାରୁ ନିଲଜି ବାହାଲ ଡ଼୍ୟାମ ନିର୍ମାଣ ରାସ୍ତା ପାଇଁ ଆନ୍ଦୋଳନ କରିବାକୁ ବୈଠକ ନିଷ୍ପତ୍ତି ନିଆଯାଇଥିଲା । ଶୁକଦେବ ଦାଶ,ମଦନ ଥପା ପ୍ରମୁଖ ଆନ୍ଦୋଳନ କରିବାକୁ ମତ ପ୍ରକାଶ ଦେଇଥିବାବେଳେ ନିଲଜି ବାହାଲ, ବୁଦା ମୁଣ୍ଡା ,ବାବେଯୁରୀ, ତରାଗାଁ,ଖଲିଆ, ତୁର୍ଲାମାଲ, ଧାତୁକ ,ଜାମବାହାଲ ଆଦି ଗ୍ରାମରୁ ଶତାଧିକ ଚାଷୀ ପୁରୁଷ ମହିଳା ଯୋଗ ଦେଇଥିଲେ ।