-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ପଦ୍ମପୁର (ପ୍ରେରଣା ଖବର )
ସ୍ଥ।ନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ୪୦ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଅଛି I ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାକାର୍ଯ୍ୟ ରେ ୮୦ ଜଣ ଭାଇ ଭଉଣୀ ମାନଙ୍କ ସ୍ୱାଗତ ସଂଗୀତ ଗାନ କରିଥିଲେ । ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ. କରି ନୂତନ ବନ୍ଦନା ମଣ୍ଡପ କୋଠାଘର କୁ ଉହ୍ପାଟନ ଓ ବାର୍ଷିକ ମୁଖପତ୍ର ଅରୁଣ ର ଶୁଭ ଉନ୍ମୋଚନ କରି ଶିଶୁର ସର୍ବାଙ୍ଗୀନ ବିକାଶ ନିମିତ୍ତ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l
ସଭାପତି, ପଶ୍ଚିମ ସମ୍ଭାଗ, ଶିକ୍ଷା ବିକାଶ ସମିତି ଓଡିଶା ତଥା ଆସୋସିଏଟ୍ ପ୍ରଫେସର ଡ଼ଃ ବେଣୁଧର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁଙ୍କୁ ସଂସ୍କାରିତ କରି ଗଢି ତୋଳିବା ରେ ମାତାପିତାଙ୍କ ଭୂମିକା ଉପରେ ଗୁରୁଦ୍ୱାରୋପ କରିଥିଲେ l ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ l
ବିଶିଷ୍ଟ ସାଦ ଜଣ ପ୍ରମୁଖ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l
ବାର୍ଷିକ ଉତ୍ସବର ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।ଶେଷରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଉତ୍ସବ ପ୍ରମୁଖ ସୁକାନ୍ତ କିଶୋର ସାହୁ ଙ୍କ ତତ୍ବାବଧାନରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ , ନାଚ, ଗୀତ,ଯୋଗାସନ ଓ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଙ୍କ ନିର୍ଦ୍ଦେଶିତ ନାଟକ ସସେମିରା ଓ ନାଟ୍ୟକାର ଶ୍ରୀଯୁକ୍ତ କେଶରଞ୍ଜନ ପ୍ରଧାନ ଙ୍କ ରଚିଦ ଓ ଦୟାସାଗର ଧରୁଆଙ୍କ ନିର୍ଦ୍ଦେଶିତ ମାଧୋସିଂ ଉପରେ ପର୍ଯ୍ୟବେଶିତ ନାଟକ ଘାଟି ପ୍ରଭୃତି ଅନୁଷ୍ଠିତ ହୋଇଥିଲା । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା ଓ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l ମାତୃଭାରତୀ ସଦସ୍ୟା , ପୂର୍ବ ଛାତ୍ର ସଂସଦ ର ସଦସ୍ୟ ଓ ପରିଚାଳନା କମିଟୀର ସଦସ୍ୟ ବୃନ୍ଦ ତଥା ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।