-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
କଟକ ସ୍ଥିତ କଳାବିକାଶ କେନ୍ଦ୍ରରେ ରଘୁନାଥ ଜିଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧକ୍ଷା ଡ.ସ୍ନେହଲତା ମିଶ୍ର ଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସଂପାଦକ ନୃସିଂହ ପାତ୍ର, ପୂର୍ବତନ ସଭାପତି ଇଁ ରଘୁନାଥ ପ୍ରସାଦ ଦାସ୍, ପୂର୍ବତନ ଅଧ୍ୟକ୍ଷା ଜୟଶ୍ରୀ ଦେ, ଅନୀମା ଜେନା, ପ୍ରଫେସର୍ ଦିପ୍ତିରଞ୍ଜନ ପଣ୍ଡା, ହାସ୍ୟ ବ୍ୟଙ୍ଗ କବି ଲକ୍ଷ୍ମୀ ଛଡ଼ା ,ଯୋଗ ଦେଇ ପିଲା ମାନଙ୍କୁ ଭଲ ମଣିଷ ହେବାପାଇଁ ନିଜକୁ ସର୍ବଦା ପ୍ରସ୍ତୁତ କରି ସମାଜର ବିକାଶ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ପାଇଁ କହିଥିଲେ
ଏହି ଉପଲକ୍ଷେ ପୂର୍ବତନ ଅଧ୍ୟାପକ ଡ଼. ରବିନାରାୟଣ ମହାରଣା ଙ୍କୁ ଅନୁଷ୍ଠାନ ପକ୍ଷରୁ ଅଧକ୍ଷl ସମ୍ବର୍ଧିତ କରିଥିଲେ।
ଅଧ୍ୟାପିକା ତନୁଜା ରାଉତ୍ ସ୍ୱlଗତ ଭାଷଣ ଦେଇଥିଲେ। ସାଂସ୍କୃତିକ କମିଟି ସଦସ୍ୟ କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର ମହାନ୍ତି, ସସ୍ମିତା ରଥ , ରବୀନ୍ଦ୍ର ସାମଲ, ସତ୍ୟମ୍ ନାୟକ କାର୍ଯକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ଡ଼. ଲକ୍ଷ୍ମୀ ନାରାୟଣ ପଣ୍ଡା, ଅଧ୍ୟାପକ ସlରଦlକlନ୍ତ ମିଶ୍ର ଡ଼. ହେମନ୍ତ କୁମାର ପରିଡା, ଅଧ୍ୟାପକ ପ୍ରଶାନ୍ତ ପ୍ରଧାନ, ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ, ଅଧ୍ୟାପକ ଜ୍ୟୋତି ପ୍ରକାଶ ପରିଡା , ଅଧ୍ୟାପକ ରାମକୃଷ୍ଣ ଦଳେଇ, ଡ.ସଞ୍ଜୟ ରାଉତ୍, ଅଧ୍ୟାପକ ରଂଜନ କୁମାର ଜେନା ଓ କର୍ମଚାରୀ ଅକ୍ଷୟ ସେଠୀ, ସୁବାସ ଦାସ୍, କିଶୋର ଦାସ୍
ଆଇତା ବାହାଦୁର ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା କରିଥିଲେ। କମିଟି ସଭ୍ୟ ଲେଖିକା ମୀରା ବେଉରା
ସାଂସ୍କୃତିକ କାର୍ଯକ୍ରମ କୁ ସଂଚାଳନ କରିଥିଲେ । ଛାତ୍ର ଛାତ୍ରୀ ମାନେ ସୁନ୍ଦର ଭାବରେ ନୃତ୍ୟ, ସଙ୍ଗୀତ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହେବା ସହ ଅନୁଷ୍ଠିତ ହେଉଥିବା ବାର୍ଷିକ ଉତ୍ସବରେ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ। ସମସ୍ତ କର୍ମଚାରୀ ପରିଚାଳନାରେ ସହଜୋଗ କରିଥିଲେ। ଅଧ୍ୟକ୍ଷl ଡ. ସ୍ନେହ ଲତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ଆନୁଷ୍ଠାନିକ ଭାବେ ଅଧ୍ୟାପିକା ସସ୍ମିତା ରଥ ଧନ୍ୟବାଦ୍ ଦେଇଥିଲେ।