-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ କିଶୋର ସାହିତ୍ୟ ପତ୍ରିକା"ଅକ୍ଷର"ର ବାର୍ଷିକ ଉତ୍ସବ ପାଳିତ ବଲାଙ୍ଗିର:-ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିଶୁ କିଶୋର ସାହିତ୍ୟ ପତ୍ରିକା "ଅକ୍ଷର"ର ବାର୍ଷିକ ଉତ୍ସବ ପାଳନ ହୋଇଥିଲା।ଅଜିତ କୁମାର ମିଶ୍ରଙ୍କ ସଭାପତିତ୍ବରେ,କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ଶ୍ରୀ ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି,ଗିରିଜା ଶଙ୍କର ରଥ,ଭବାନୀ ଶଙ୍କର ପଟେଲ,ଡ. ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ମଦନମୋହନ ରଥ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ।ଦେବରାଜ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ସମ୍ପାଦକ ହୃଷୀକେଶ ପୁରୋହିତ
ବାର୍ଷିକ ବିବରଣୀ ସହ ପତ୍ରିକା ର ପୂର୍ବାଭାଷ ପ୍ରଦାନ କରିଥିଲେ। ମଧୁ ସାହୁଙ୍କ ସଂଯୋଜନା ରେ ଶିଶୁମାନେ କବିତା ପାଠ କରିଥିଲେ। ୧୦ ଜଣ କବି ଏବଂ ଲେଖକମାନଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।ନେପାଳ ଚନ୍ଦ୍ର ବାଗ,ବଳିଷ୍ଠ ପ୍ରଧାନ,ପ୍ରଦିପ ନାଏକ,ସଞ୍ଜିବ ଷଡ଼ଙ୍ଗୀ,ପ୍ରକାଶ ସାହୁ,ପଦ୍ମ ଲୋଚନ ସୁନା ନବ କିଶୋର ବେହେରା ପ୍ରମୁଖ ସାହିତ୍ୟ ପତ୍ରିକା ର ଉତ୍ତରୋତ୍ତର କାମନା କରିଥିଲେ।