-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଆଜି ସୋନପୁର ସାନ ଝିଙ୍କି ସ୍ଥିତ ଷ୍ଟାର ୟଙ୍ଗ ଆଚିଭର ପ୍ଲେ ସ୍କୁଲ ରେ ବାର୍ଷିକ କ୍ରୀଡା ମହୋତ୍ସବ | ବିଦ୍ୟାଳୟର ନିର୍ଦେଶୀକା ଶ୍ରୀମତୀ ସାଗରିକା ମିଶ୍ର ମୁଖ୍ୟ ଅତିଥି ତଥା ନୃତ୍ୟ ଶିକ୍ଷକ ଶ୍ରୀଯୁକ୍ତ ଆଶୁତୋଷ ଦାଶ ଏବଂ ପ୍ରଧାନ ଶିକ୍ଷକ କୋଶଳ ଉଚ୍ଚ ବିଦ୍ୟାଳୟ ଶ୍ରୀଯୁକ୍ତ ପରମାନନ୍ଦ ନାଏକ ଆଦି ସମ୍ମାନିତ ଅତିଥି ଯୋଗଦେଇ କ୍ରୀଡା ମହୋତ୍ସବ ର ଶୁଭାରମ୍ଭ କରିଥିଲେ | ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର କ୍ରୀଡା ତଥା ଡାନ୍ସ ଏବଂ ଫେନସି ଡ୍ରେସ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ | ସମସ୍ତ ଶିଶୁ ଙ୍କ ଅଭିଭାବକ ମାନେ ମଧ୍ୟ ବହୁତ ଆନନ୍ଦ ଉଲ୍ଲାସ ସହିତ ସମସ୍ତ ପ୍ରତିଯୋଗିତା ର ଉପଭୋଗ ନେଇଥିଲେ | ଶେଷରେ ସମସ୍ତ ଉତୀର୍ଣ୍ଣ ପ୍ରତିଯୋଗୀ ଛାତ୍ର ଛାତ୍ରୀ ସମ୍ମାନିତ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ତା ପରେ ସ୍କୁଲ କମିଟି ତରଫରୁ ଏକ ସୁପର ଡେଡ଼ ଏବଂ ସୁପର ମମ୍ ର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା ଏବଂ ଉତୀର୍ଣ୍ଣ ମମ୍ ଦେଡ଼ ଙ୍କୁ ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଜ୍ଞା ଚାନ୍ଦିନୀ ପ୍ରଧାନ ତଥା ଅନ୍ୟାନ୍ୟ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର, ଶ୍ରୀମତୀ ପ୍ରାଚୀ ମିଶ୍ର ଏବଂ ଶ୍ରୀମତୀ ଏଲିନା ତ୍ରିପାଠୀ ସ୍କୁଲ ୱାର୍ଡେନ ସୁରେଶ ଏବଂ ଗୀତା ଙ୍କ ସହଯୋଗରେ ସୂଚାରୁରୂପେ ପରିଚାଳନା କରା ଯାଇଥିଲା l