-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||     

HOME   ରାଜ୍ୟ

କାକୁଡ଼ିଆରେ କଙ୍ଗାରୁ କୋର୍ଟ! ୭ ପରିବାର ବାସନ୍ଦ, ଲକ୍ଷେ ଲେଖାଏଁ ଜରିମାନା

10-Jan-2021



 ଅନୁଗୋଳ କଣିହାଁ (ଲକ୍ଷ୍ମୀଧର କବି ଙ୍କ ରିପୋର୍ଟ) : ଏକବିଂଶ ଶତାବ୍ଦୀରେ ବି ସାମାଜିକ ବାସନ୍ଦ! ଗାଁ ନିଷ୍ପତ୍ତି ନମାନିବାରୁ ୭ଟି ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ, ସେମାନଙ୍କର ସମସ୍ତ ଅଧିକାର ଉଚ୍ଛେଦ କରାଗଲା ବୋଲି ଗାଁ କମିଟି ଘୋଷଣା କରିବା ସହ ପରିବାର ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। କଣିହାଁ ବ୍ଲକ୍‌ କାକୁଡ଼ିଆ ଗାଁରେ ଘଟିଥିବା ଏଭଳି ଏକ ମଧ୍ୟଯୁଗୀୟ ଅମାନବୀୟ ଘଟଣା ଏବେ ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବାସନ୍ଦ ପରିବାର ମଧ୍ୟରୁ ୪ ଜଣ ଏସଂପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଗୁହାରି କରି ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ସୂଚନା ଅନୁଯାୟୀ, କଣିହାଁ ସ୍ଥିତ ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର (ଏନଟିପିସି) ପରିଚାଳନା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ଦାକିନୀ ‘ବି କୋଇଲା ଖଣି ଲିଜ୍‌ରେ ପ୍ରଦାନ କରାଯାଇଛି। ଏହି ପ୍ରସ୍ତାବିତ କୋଇଲା ଖଣି ପାଇଁ କାକୁଡ଼ିଆ ଗାଁ ଅଧିଗୃହୀତ ହୋଇଛି। ୨୦୧୯ ମସିହା ଜୁନ୍‌ ୧୨ ତାରିଖରେ କୋଲ୍‌ ବିୟରିଂ ଆକ୍ଟ, ଧାରା ୧୯୫୭ ଅନୁଯାୟୀ ଏଥିପାଇଁ ୭ (୧) ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଭାବିତ ପ୍ରଜାଙ୍କର କୌଣସି ଆପତ୍ତି ଅଭିଯୋଗ ଥିଲେ, ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ସେମାନେ ଭାରତ ସରକାରଙ୍କ କୋଲ୍‌ କଣ୍ଟ୍ରୋଲ୍‌ କାଉନ୍‌ସିଲ୍‌, କୋଲକାତା ନିକଟରେ ଅଭିଯୋଗ  କରିପାରିବେ ବୋଲି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଥିଲା। କିନ୍ତୁ ମନ୍ଦାକିନୀ କୋଇଲା ଖଣି କର୍ତ୍ତୃପକ୍ଷ ପୁନର୍ବାସ ତଥା ଥଇଥାନ ସଂପର୍କିତ ସେମାନଙ୍କ ଦ୍ବାରା ଉପସ୍ଥାପିତ ଦାବି ପୂରଣ ନକଲେ ତାଙ୍କୁ ସହଯୋଗ କରିବେ ନାହିଁ ବୋଲି କାକୁଡ଼ିଆ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ଖଣି ସଂକ୍ରାନ୍ତ କୌଣସି କାର୍ଯ୍ୟକ୍ରମରେ ଗାଁ ଲୋକ ଯୋଗଦେବେ ନାହିଁ ବୋଲି ସ୍ଥିର କରିଥିଲେ। ତେବେ ପରେ ଗାଁର ୭ ଜଣ ବ୍ୟକ୍ତି ଗାଁ ନିଷ୍ପତ୍ତିକୁ ନମାନି କୋଲକାତା ଯାଇ ସେମାନଙ୍କ ଅଭିଯୋଗପତ୍ର ଦେବା ନିମନ୍ତେ କୋଲ୍‌ କଣ୍ଟ୍ରୋଲ କାଉନ୍‌ସିଲ୍‌ଙ୍କୁ ସାକ୍ଷାତ କରିଥିଲେ। ଗାଁ ନିଷ୍ପତ୍ତିକୁ ବେଖାତିର କରି କୋଲକାତା ଯାଇଥିବା ବ୍ୟକ୍ତିମାନଙ୍କୁ ଗ୍ରାମବାସୀମାନେ ଡାକି ୨୦୧୯ ଅକ୍ଟୋବର ୨୧ ତାରିଖରେ ଏକ ବୈଠକ କରିଥିଲେ। ଗ୍ରାମବାସୀଙ୍କ କଥା ନମାନି କୋଲକାତା ଯାଇଥିବା ଏହି ୭ ଜଣଙ୍କୁ ପରିବାର ପିଛା ୧ ଲକ୍ଷ ଲେଖାଏଁ ଟଙ୍କା ଜରିମାନା କରାଯିବା ସହ ଗ୍ରାମର ସମସ୍ତ ଅଧିକାରରୁ ବଞ୍ଚିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗାଁର ନିଷ୍ପତ୍ତି କ୍ରମେ ଗ୍ରାମ ସଭାପତି ଅଶୋକ ପ୍ରଧାନ, ଉପସଭାପତି ବିଜୟ ଦାସ, ସମ୍ପାଦକ ନନ୍ଦକିଶୋର ଜ୍ୟୋତିଷ ଓ ପୂର୍ବତନ ସଭାପତି ରତ୍ନାକର ପ୍ରଧାନ ସେମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ସମସ୍ତ ଅଧିକାରରୁ ସେମାନଙ୍କୁ ଉଚ୍ଛେଦ କରାଗଲା ବୋଲି ଘୋଷଣା କରିଥିଲେ। ବାସନ୍ଦ ୭ ଜଣଙ୍କ ମଧ୍ୟରୁ ଗତକାଲି ବାବୁଲା ପ୍ରଧାନ, ଦିଲୀପ ପ୍ରଧାନ, ଜୟନ୍ତ ପ୍ରଧାନ ଓ ଅନିଲ ପ୍ରଧାନ ଅନୁଗୁଳ ଜିଲ୍ଲାପାଳ, ଏସ୍‌ପି, ତାଳଚେର ଉପଜିଲ୍ଲାପାଳ, କଣିହାଁ ଥାନା ଅଧିକାରୀଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ବାସନ୍ଦ ପରିବାରର କୌଣସି ବ୍ୟକ୍ତିଙ୍କ ସହ ଗାଁ ଲୋକ କଥାବାର୍ତ୍ତା ହେଲେ ତାଙ୍କୁ ୫ ଶହ ଟଙ୍କା ଜରିମାନା କରାଯିବ, ବାସନ୍ଦ ବ୍ୟକ୍ତିଙ୍କ ଚାଷଜମିକୁ କୌଣସି ଚାଷୀ ଭାଗରେ ଧରିବେ ନାହିଁ, ଗାଁର ଅନ୍ୟ ଲୋକଙ୍କ ଜମି ଡେଇଁ ସେମାନେ ନିଜ ଜମିକୁ ଯାଇପାରିବେ ନାହିଁ, ସେମାନଙ୍କୁ ଦୋକାନବଜାର ବନ୍ଦ କରାଯିବା ସହ ବିବାହ, ବ୍ରତ ପ୍ରଭୃତି ସାମାଜିକ କାର୍ଯ୍ୟକ୍ରମରେ ସହଯୋଗ କରାଯିବ ନାହିଁ, ଗାଁରେ ଥିବା ଭାଇ, ବନ୍ଧୁ ସେମାନଙ୍କଠାରୁ ଦୂରେଇ ରହିବା ପାଇଁ ଗାଁରେ ନିଷ୍ପତ୍ତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାକୁଡ଼ିଆ ଗ୍ରାମ ସଭାପତି ଅଶୋକ ପ୍ରଧାନଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ୍‌ ନ ଉଠାଇବାରୁ ଏ ନେଇ ତାଙ୍କର ମତାମତ ମିଳିପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like