-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2020
କରୋନା ସଂକ୍ରମଣରୁ ଆରୋଗ୍ୟ ହେବା ପାଇଁ ଏଯାବତ୍ ସଠିକ୍ ଔଷଧ ଏବଂ ଟିକା ଆସିନଥିବା ବେଳେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜ୍ମା ଥେରାପୀ ବେଶ୍ ସହାୟକ ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏଥିପାଇଁ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍ମା ହିଁ ଉପଯୋଗୀ। କାରଣ, ସଂକ୍ରମଣମୁକ୍ତ ହେବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁର ମୁକାବିଲା କରିବା ଲାଗି ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ। ଏମାନଙ୍କ ରକ୍ତରୁ ପ୍ଲାଜ୍ମା ବାହାର କରିବା ପରେ ରକ୍ତ ପୁନଶ୍ଚ ଶରୀରରେ ଲଗାଇ ଦିଆଯାଏ। ପ୍ରାରମ୍ଭିକ ସ୍ତରରେ ଆରୋଗ୍ୟ ହେଉଥିବା ଲୋକେ ପ୍ଲାଜ୍ମା ଦେବାକୁ ଭୟ କରୁଥିବା ବେଳେ ଆଗେଇ ଆସିଥିଲେ ଅହମ୍ମଦାବାଦର ସ୍ମୃତି ଠକ୍କର। ପ୍ୟାରିସ୍ରେ ପଢୁଥିବା ୨୪ବର୍ଷୀୟା ସ୍ମୃତି ମାର୍ଚ୍ଚ ୧୯ରେ ଭାରତ ଆସିଥିବା ବେଳେ କିଛିଦିନ ପରେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଲା। ପରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଥିଲେ। ପ୍ଲାଜ୍ମା ଥେରାପିକୁ ଚିକିତ୍ସା ପାଇଁ ଅନୁମତି ମିଳିବା ପରେ ପ୍ରଶାସନ ସ୍ମୃତିଙ୍କ ସହାୟତା ଲୋଡିବାରୁ ପିତାମାତାଙ୍କ ଅନୁମତି ନେଇ ସମ୍ମତି ଜଣାଇଥିଲେ ସ୍ମୃତି। ତାଙ୍କଠାରୁ ଯାଇଥିବା ପ୍ଲାଜ୍ମାରେ ୪ଜଣ ଚିକିତ୍ସିତ ହୋଇପାରିବେ ବୋଲି ଜାଣିବା ପରେ ସେ ଖୁବ୍ ଉତ୍ସାହିତ ହୋଇଥିଲେ। ଏବେ ସ୍ମୃତିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଉଛି।