-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
01-Dec-2024
ବିଶ୍ଵାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରରେ ଅଷ୍ଟମ ଆନ୍ତଃ-ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତା ୨୯ ଏବଂ ୩୦ ନଭେମ୍ବର ଦୁଇଦିନ ଧରି ହଷୋଲ୍ଲାସପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ଵାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ଦୀପ-ପ୍ରଜ୍ବଳନପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ବାତ୍ମ ବିଦ୍ୟା ମନ୍ଦିରର ବିଭିନ୍ନ ଶାଖାମାନଙ୍କର ୧୦୩ଟି ବିଜ୍ଞାନ ପ୍ରକଳ୍ପ ଏବଂ ୧୫୦ଟି କଳା ଏବଂ ହସ୍ତଶିଳ୍ପ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଏବଂ ତନ୍ମଧ୍ୟରୁ ୧୦ଟି "ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ" ନିର୍ବାଚିତ ହୋଇଥିଲା । ଏହି ଅବସରରେ
ପୂଜ୍ୟପାଦ ଶ୍ରୀ ସ୍ଵାମୀଜୀ ମହାରାଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣର ଅଭିବୃଦ୍ଧି ବିକାଶ ଉପରେ ଗୁରୁତ୍ବ ଦେଇ କହିଥିଲେ ଯେ ଭାରତୀୟ ପୁରାତନ ଋଷିମୁନୀମାନେ ବୈଜ୍ଞାନିକ ଥିଲେ । ଜୀବନ ଏବଂ ଜଗତର ଅନେକ ତଥ୍ୟ ସେମାନେ ଅନୁସନ୍ଧାନ କରୁଥିଲେ ଏବଂ ଆମେ ସମସ୍ତେ ସେହି ଋଷି ବୈଜ୍ଞାନିକମାନଙ୍କ ଦାୟାଦ । ପ୍ରଥମ ଦିନ
ସନ୍ଧ୍ୟାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଦ୍ଵିତୀୟ ଦିବସ ଉଦ୍ଯାପନ ସମାରୋହରେ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ ବିଶ୍ବାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ତଥା ବିଦ୍ୟାଳୟ ଚେୟାରମ୍ୟାନ ସ୍ଵାମୀ ସତ୍ୟବେଦାନାନ୍ଦ ସରସ୍ଵତୀଜୀ, ପୂଜ୍ୟ ସ୍ବାମୀ ମାଧବାନନ୍ଦ ସରସ୍ଵତୀ (ମାଲକାନଗିରି), ବିଦ୍ୟାମନ୍ଦିରର, ବଲାଙ୍ଗୀରର ସମ୍ପାଦକ ନବୀନ କୁମାର ବେଦବାକ, ବିଶ୍ବାତ୍ମ ବିଦ୍ୟା ଉଚ୍ଚ ବିଦ୍ୟାଳୟ ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ, ନିର୍ଦ୍ଦେଶିକା ମାଁ ଶ୍ରଦ୍ଧାମୂର୍ତ୍ତି, ବିଦ୍ୟାମନ୍ଦିରର, ସମ୍ବଲପୁର ର ସମ୍ପାଦକ ବିମଳ ପ୍ରସାଦ ପାଣ୍ଡିଆ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ବିଜ୍ଞାନମେଳା ସଂଯୋଜକ ଚନ୍ଦ୍ରକୁମାର ପୁରୋହିତ ଉପସ୍ଥିତ ରହିଥିଲେ । ଏହି ସମ୍ପୂର୍ଣ୍ଣ ବିଜ୍ଞାନମେଳାକୁ ବିଦ୍ୟାମନ୍ଦିରର ବିଜ୍ଞାନ ବିଭାଗ ପ୍ରମୁଖ ସୁଶ୍ରୀ ଇଲାମୟୀ ପଟ୍ଟନାୟକ, ରାଜା ରାମ ପୁରୋହିତ ଏବଂ ଜୟରାମଭୋଇ ପରିଚାଳନା କରିଥିବା ବେଳେ ବିଶ୍ବାତ୍ମ ବିଦ୍ୟାମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଭାକାର୍ଯ୍ୟର ସଂଯୋଜନା କରିଥିଲେ ।