-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
01-Dec-2024
କଣ୍ଟାବାଞ୍ଜି(ମୋହନ ସୁନା): ଜଣେ ଚାଷୀ ବର୍ଷ ତମାମ ନିଜର ପରିଶ୍ରମ କରି ୩ ଏକଡ ଜମିରେ ଧାନ ଚାଷ କରିଥିଲା। ଧାନ କାଟି ଜମି ରେ ଗଛିତ ରଖି ଥିବା ବେଳେ ଜଣେ ଗଛିତ ଧାନ କୁ ଜଣେ ଦୁବୃର୍ତ୍ତ ନିଆଁ ଲଗେଇ ଦେଇଥିବା ନେଇ ଚାଷୀ ଜଣକ ଥାନା ରେ ଏତଳା ଦେଛନ୍ତି। ସୂଚନା ଅନୁସାର ରେ ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଳ ଗାଁ ର ଚାଷୀ ତରଣୀ ସୁନା ତାଙ୍କ ଗାଁ ର ଚାଷ ଜମିରେ କରିଥିବା ଧାନ କାଟି ମେସିନ ରେ ଧାନ ମଡାଇବାକୁ ରଖିଥିବା ବେଳେ ସେହି ଗାଁ ର ଜଣେ ବ୍ୟକ୍ତି ସହ ପୂର୍ବ ସସୃତା ଥିବା ଯୋଗୁଁ ସେହି ଧାନ କୁ ରାତିରେ ନିଆଁ ଲଗାଇ ଦେଇଥିବା ଯୋଗୁଁ ସବୁ ଧାନ ପାଉସ ହୋଇଛି। ପ୍ରତୋକ ବର୍ଷ ସେହି ଚାଷ ଜମିରୁ ୯୦ ରୁ ୧୦୦ ପକେଟ ଧାନ ବାହାରିଥାଏ। ଚଳିତ ବର୍ଷ ସମୁର୍ଣ୍ଣ ଧାନ ଜଳିଯିବାରୁ ଚାଷୀ ଙ୍କ ଏକ ବର୍ଷ ର ପରିଶ୍ରମ ପାଉସ ହୋଇଛି।
ତେବେ ଏନେଇ କ୍ଷତିଗ୍ରସ୍ତ ଚାଷୀ ତରଣୀ ମୁରିବାହାଲ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି