-+91-9937148622 |

prerana_bgr@rediffmail.com |

  Sunday 8th March 2026 |

| | | |

R.N.I. Regd No. ODIODI/2010/46693

Breaking News

୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||     

HOME   ରାଜ୍ୟ

ତିଖାଲି ଡ୍ୟାମ୍ ପ୍ରକଳ୍ପ, ବଂଶୀ ମାଝିର ବିସ୍ଥାପନ: ଭାତହାଣ୍ଡିରୁ ଗୋଟିଏ: କାଲି ଥିଲା ଜମିଦାର , ଆଜି ସେ ତ ଯାଯାବର !

28-Nov-2024



ନୂଆପଡା(ମଳୟ ମିଶ୍ରଙ୍କ ରିପୋର୍ଟ)  ଲୋୟର୍ ଇନ୍ଦ୍ର ଜଳଅମଳ ପ୍ରକଳ୍ପ ବା ତିଖାଲି ଡ୍ୟାମ୍ ଯୋଜନାରେ କ୍ଷତିଗ୍ରସ୍ତ ବାସଚ୍ୟୁତଙ୍କୁ  କ୍ଷତିପୂରଣ ପ୍ରଦାନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ଅଦ୍ୟାପି କେଳେଙ୍କାରୀର ଅଭିଯୋଗ ଥମିନାହିଁ । ଗତ ୧୯୯୮ରୁ ସର୍ଭେ କରାଯାଇ ୨୦୦୦ରେ ନିର୍ମାଣ ଆରମ୍ଭ ହୋଇ ଅଦ୍ୟାବଧି ଏହାର କେନାଲ୍ ଖୋଳା ଓ ଏଥିପାଇଁ ଜମି ଅଧିଗ୍ରହଣ ସରି ନଥିବା ବେଳେ କ୍ଷତିପୂରଣ ପ୍ରଦାନରେ ଏହାର ସ୍ବାଭାବିକ୍ ଓ ଅଦାଲତି ମାମଲାରେ ଡିଗ୍ରୀ ପାଇଥିବା ଆହୁରି ୫/୬ ଶହ କ୍ଷତିଗ୍ରସ୍ତ ଲୋକମାନଙ୍କର ପାଉଣା ବିଚାରାଧୀନ ରହିଛି । ତେବେ ଏଥିରେ ଅଧିକାରୀ/କର୍ମଚାରୀଙ୍କ ଠାରୁ ଦଲାଲ୍ ମାନଙ୍କର ଶୋଷଣ ବଳି ଯାଇଛି। ଏଇ ଦଲାଲ୍ ଙ୍କ ମଧ୍ୟରେ ସ୍ଥାନୀୟ ଗାଁ' ମୁଖିଆ, କୁଜିନେତା, ସରପଞ୍ଚ, ସମିତିସଭ୍ୟ, ଓକିଲ ଓ ଅନ୍ୟମାନେ ସାମିଲ୍ ରହିଥିବା ପ୍ରକାଶ । ଏଥିମଧ୍ୟରେ ଅଳ୍ପଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ହୋଇପଡିଥିବା  ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ପେଣ୍ଡ୍ରାବନ୍ଧ ମୌଜା ବନାମ ପଞ୍ଚାୟତର ଝାଲକୁସୁମ ଗାଁ'ର ଜଣେ ଜମିମାଲିକ ବଂଶୀ ମାଝୀଙ୍କ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତିପୂରଣ ଅର୍ଥର ମିଳିତ ବାଟମାରଣା ଅଭିଯୋଗ ପ୍ରକାଶ ପାଇଥିଲା। ଅଭିଯୋଗରୁ ଏହା ମଧ୍ୟ ପ୍ରକାଶ ଯେ, ବାସ୍ତୁହରା ଓ କ୍ଷତିଗ୍ରସ୍ତ ପ୍ରଜାଙ୍କର ମଞ୍ଜୁର ଟଙ୍କାକୁ ଟାଉଟରଙ୍କ ଚକ୍ରାନ୍ତରେ ବଂଶୀୟ/ପରିବାରର ଏକାଧିକ ସଦସ୍ୟଙ୍କର ଦାବିରେ ଅଦାଲତି ମାମଲା କରାଯାଇ ପ୍ରଦତ୍ତ ରାଶିକୁ ଭାଗଭାଗ କରାଯାଇଛି। ବଂଶୀ ମାଝିଙ୍କର ଆକାଉଣ୍ଟକୁ ମଧ୍ୟ ୩ ଭାଗ ହେବ ବୋଲି ଦାବି କରାଯାଇଛି । ଏହାପରେ ଉକ୍ତ ଟାଉଟର ବା ଦଲାଲଙ୍କ ହସ୍ତକ୍ଷେପରେ ଓ ଉପସ୍ଥିତିରେ ଏହାକୁ ଭାଗବଣ୍ଟା କରାଯାଇଛି। ଏଥିରେ ପ୍ରଶାସନର ହସ୍ତକ୍ଷେପ କୌଣସି ସମାଧାନ କରିବା ପରିବର୍ତ୍ତେ ଅଧିକାରୀଙ୍କ ଆଉଏକ ଭାଗ ବଢିଯାଇଥିବାର ବରଂ ସୁଯୋଗ ସୃଷ୍ଟି କରିଥିଲା ବୋଲି କୁହାଯାଇଛି। ବଂଶୀ ମାଝିଙ୍କ ଠାରୁ ୧୫ ରୁ ୧୭ ଲକ୍ଷ ଟଙ୍କା ଗ୍ରାମର ଜଣେ ବୃଦ୍ଧ ଦଲାଲ୍ କମିଶନୀ ଖାଇଥିବା ସମସ୍ତେ ଜାଣନ୍ତି। ଏକଦା ଜଣେ ସମ୍ପନ୍ନ ଚାଷୀ ଓ ବଡ ବଂଶବୁନିଆଦୀର ବଡ ଅଂଶୀଦାର  ବଂଶୀ ମାଝି ଆଜି ବାସ୍ତୁହରା ପରିବାରହରା ଯାଯାବର ହୋଇଯାଇଛି। ଏବେ ତାଙ୍କର କୌଣସି ଘରଦ୍ବାର  ନାହିଁ l ସେ କୋଉଦିନ କାହାପିଣ୍ଡାରେ ଶୁଅନ୍ତି ଓ କ'ଣ କୋଉଠି ଖାଆନ୍ତି, ଠିକ୍ ଠିକଣା ନାହିଁ l ଯଦିଓ ଏବେ ସେ କ୍ଷତିପୂରଣ ଟଙ୍କାରୁ ଗୋଟିଏ ମଟରସାଇକଲ କିଣିଥିବା ଓ ଗାଁ' ଗାଁ' ବୁଲାବାଉତି ହେଇ  ବୁଲୁଥିବା ଗାଁ'ଲୋକେ କହୁଛନ୍ତି । 

ପ୍ରକାଶ ଯେ, ପେଣ୍ଡ୍ରାବନ୍ଧ ମୌଜାର ଖାତା ନ୦ ୧୬୧ରୁ ୧୫. ୯୫ ଏକର ଜମି ଅଧିଗ୍ରହଣର କ୍ଷତିପୂରଣ ପାଇଁ  ଝାଲକୁସୁମ ଗ୍ରାମର ବଂଶୀଧର ମାଝୀଙ୍କୁ ୧ କୋଟି ୬ ଲକ୍ଷ ୯୮ ହଜାର ୫୬୦ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କଠାରୁ ବ୍ୟାଙ୍କ ପାସ୍ ବହି ଓ ଚେକ୍ ବୁକ୍ ଆଦି ନିଜେ ରଖି ଉକ୍ତ ଦଲାଲ୍ ଷଡଯନ୍ତ୍ର କରିଥିଲେ ।  ଏଥିରୁ ବ୍ଲାଙ୍କ୍ ଚେକ୍ ରେ ୩୫ ଲକ୍ଷ ଟଙ୍କା ଅଗ୍ରୀମ ଉଠାଇ ନେବାର ଯୋଜନା କରିଥିଲେ। ତାଙ୍କ ଆତ୍ମୀୟସ୍ଵଜନଙ୍କୁ ହାତବାରିସୀ କରି ଏହା କରାଯାଇଥିଲା। ଏସମ୍ପର୍କରେ ବାପଘର ଢୋର୍ଲାମୁଣ୍ଡାରେ ୨ଟି ଝିଅଙ୍କୁ ଧରି ରହୁଥିବା ତାଙ୍କର ପତ୍ନୀ ଗତ ସେପ୍ଟେମ୍ବର ୨୬ତାରିଖରେ ଅଭିଯୋଗ କରିଥିଲେ । ଏପରିକି ତାଙ୍କର ଉକ୍ତ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସହ ସେ ନୂଆପଡା ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ, ସଚିବ ଓ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅନୁଯାୟୀ, ଜଳ ସମ୍ପଦ ସଚିବଙ୍କ ପକ୍ଷରୁ ଘଟଣାର ଉଚିତ୍ ତଦନ୍ତ ସହ ତାଙ୍କୁ ତାଙ୍କର କ୍ଷତିପୂରଣ ରାଶି ପ୍ରଦାନ କରାଯିବାକୁ (ଚିଠି ନଂ.୨୭୩୬୦/ତା ୫.୧୦. ୨୦୨୪) ନିର୍ଦ୍ଦେଶ ଦିଆଯାଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାସ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତାଙ୍କୁ ପଠାଇ ଏହାର ତଦନ୍ତ କରିଥିଲେ। ମାମଲାଟି ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ହୋଇପଡିଥିଲା । 

ଏ ସମ୍ପର୍କରେ ଖଡିଆଳ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଏବଂ ପୁନର୍ବାସ ଓ ଥଇଥାନ ଅଧିକାରୀ କାଲୁ ମାଝିଙ୍କ ଅଫିସ୍ ଓ ଉକ୍ତ ଝାଲକୁସୁମ ଗ୍ରାମକୁ ଯାଇ ଅନୁଧ୍ୟାନ କରାଯାଇଥିଲା । ସେଠାରେ ଉକ୍ତ ବଂଶୀ ମାଝିଙ୍କର ଘର ଖୋଜିବାରୁ ଗାଁ' ଲୋକେ 'ତାକୁ କୋଉଠୁ ପାଇବ, ସେ ତ ବୁଲାବାଉତି, ତେବେ ଇସ୍କୁଲ୍ ପାଖରେ ଯାଇ ତାଙ୍କ ବଂଶର ଲୋକମାନଙ୍କୁ ପଚାର ' ବୋଲି ପରାମର୍ଶ ଦେଇଥିଲେ । ସେଠାରେ ପହଞ୍ଚି ପଚାରିବାରୁ ଅସ୍ଥାୟୀ କୁଡିଆ କରି ରହୁଥିବା କିଛି ମହିଳା ଓ ଶିଶୁ ଏବଂ କିଛି ସମୟ ପରେ ତାଙ୍କର ଜଣେ ପୁତୁରା କର୍ଣ୍ଣ ମାଝି ଆସି ବୁଲେଇ ବଙ୍କେଇ ଯାହା କହିଥିଲେ , ତା' ହେଲା ସେମାନଙ୍କର ବଂଶର ୩ ଟି ବୁଢାଙ୍କର ପିଲାପିଲି ମିଶି ପ୍ରାୟ ୨୫ ଜଣ ଅଛନ୍ତି । ଏ ଟଙ୍କା ତିନି ଆକାଉଣ୍ଟ୍ ରେ ପଡି   ୯ ଭାଗ ହେବ । ଗାଁ'ର ଯେଉଁମାନେ ଲଢାଭିଡା ( ଦଲାଲି ) କରୁଛନ୍ତି, ସେମାନେ ମଧ୍ୟ କିଛି ପାରିଶ୍ରମିକ ନେବେ । ସମସ୍ତେ ସେ ଟଙ୍କାରୁ ଭାଗ ପାଇବେ । ତାଙ୍କ ପତ୍ନୀ ଶାନ୍ତି ୨ ଜଣ ଝିଅଙ୍କୁ ଧରି  ସେ  ଭେଲା ପାଖରେ  ଛତା ଗାଁ'ରେ  ବାପଘରେ ରହୁଛି ।  ବିବାହିତା ଭଉଣୀମାନଙ୍କର ଭାଗ ପାଇଁ ଅଗ୍ରୀମ ଚେକ୍ ଦିଆଯାଇଛି ' ଇତ୍ୟାଦି କହିଥିଲେ । ସେଠାରେ ଉପସ୍ଥିତ ଜଣେ ବିଧବା ବୃଦ୍ଧା ନବୀନା ମାଝି କହିଥିଲେ ଯେ ଆମକୁ ଜାଗାଜମି ଏବସୁଦ୍ଧା କିଛି ମିଳିନାହିଁ । ଏଇଠି କୁଡିଆ କରି ରହୁଛୁ ଇତ୍ୟାଦି ପ୍ରକାଶ କରିଥିଲେ ।  

ଏହାପରେ ଗତ ୨୬ ତାରିଖରେ  ଖଡିଆଳ ସ୍ବତନ୍ତ୍ର ଭୂଅର୍ଜନ ତଥା ପୁନର୍ବାସ ଓ ଥଇଥାନ ଅଧିକାରୀ କାଲୁ ମାଝିଙ୍କ ତାଙ୍କ ଅଫିସ୍ ରେ ଭେଟିବାରୁ ସେ ଏକ ସପ୍ତାହ ପୂର୍ବରୁ ବଂଶୀ ମାଝି ଓଗେର ୨୫ ଜଣଙ୍କୁ ଉକ୍ତ କ୍ଷତିପୂରଣ ରାଶି ବଣ୍ଟାଯାଇ ସାରିଥିବା ପ୍ରକାଶ କରିଛନ୍ତି । ସେ ମଧ୍ୟ କୌଣସି ଅନିୟମିତତା ନଥିବା ଓ ଗତ ପ୍ରାୟ ତିନିବର୍ଷ ମଧ୍ୟରେ ତାଙ୍କର ଏଠାରେ ପ୍ରଥମେ ଜୋନ୍ ଅଫିସର ଓ ତା'ପରେ ଏସ୍ ଏଲ୍ ଓ ଆଣ୍ଡ୍ ଆର୍ ଆର୍ ଓ ହିସାବରେ କୌଣସି ପ୍ରକାରର ସମସ୍ୟା ନଥିବା ପ୍ରକାଶ କରିଛନ୍ତି । ଅଦ୍ୟାବଧି ଆହୁରି ୫ଶହରୁ ୬ ଶହ ଖଣ୍ଡେ ମାମଲା ବିଚାରାଧୀନ ରହିଥିବା ମଧ୍ୟ କହିଛନ୍ତି। ସେହିପରି ବଂଶୀଧର ମାଝି ଗାଁ'ରେ ଉପଯୁକ୍ତ ଥଇଥାନ ହୋଇ  ରହିଥିବା ଓ  କେବେ ଚାହିଁଲେ, ସେ ଡକାଇଦେବେ ବୋଲି ସଫେଇ ଦେଇ ଉପଯୁକ୍ତ କ୍ଷମତାପତ୍ର ପ୍ରସ୍ତୁତ କରାଯାଇ କ୍ଷତିପୂରଣ ବଣ୍ଟନର ସମସ୍ତ କାଗଜପତ୍ର ଦେଇଥିଲେ। ତାଙ୍କ ନିର୍ଦ୍ଦେଶରେ ଏହି ମାମଲାର ଡେପୁଟେସନରେ ଆସିଥିବା ଆର.ଆଇ ରମାକାନ୍ତ ଭଟ୍ଟ ମଧ୍ୟ ଡକୁମେଣ୍ଟ୍ ଯୋଗାଇ ଦେଇଥିଲେ । ସେ ଦେଇଥିବା ସଫଟୋ ଡକୁମେଣ୍ଟ୍ ରେ ଗ୍ରାମର ଉକ୍ତ ମୁଖିଆ ବୋଲାଉଥିବା ବିଶ୍ବେଶ୍ବର ଜଗତ  ସାକ୍ଷୀ ରହିଥିବା ଭାଗବଣ୍ଟା ବେଳର ଫଟୋରେ ରହିଥିବା ଦେଖାଯାଇଛି। ତେଣୁ ଅଭିଯୋଗ ଓ ତଦନ୍ତ ସତ୍ତ୍ୱେ ଦଲାଲ୍ ମାନେ ନିରୀହ ସରଳ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚାପ ପକାଇ ପ୍ରଭାବିତ କରିବା ସହ ଅଧିକାରୀମାନଙ୍କ ସହ ସଲାସୁତୁରା କରି ଭାଗବଣ୍ଟା କରୁଥିବା ଅଭିଯୋଗ ପ୍ରକାଶ ପାଇଆସୁଥିଲେ ହେଁ, ପ୍ରକୃତ ଦୁର୍ନୀତି ଧରା ପଡୁନାହିଁ ବା ସେ ଦିଗରେ ତଦନ୍ତ ପ୍ରତି ସରକାରଙ୍କର ଆନ୍ତରିକତା ନଥିବା ଲକ୍ଷ୍ୟ କରାଯାଇଛି । 

ଏସ୍ ଏଲ୍ ଓ ଙ୍କ ସୂଚନାନୁଯାୟୀ, ଏଲ୍ ଏ କ୍ଷତିପୂରଣ ଆଗରୁ ପ୍ରଦାନ କରାଯାଇଛି । ସେତେବେଳେ ଅଶୋକ ବାଗ ଏଠାରେ ଅଧିକକାଳ ଧରି ଏହି ଅଧିକାରୀ ଦାୟିତ୍ୱରେ ରହିଥିଲେ । ଏବେ ସେ କେବଳ ଡିଗ୍ରୀମାମଲାଗୁଡିକର କ୍ଷତିପୂରଣ ବଣ୍ଟନ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ସେ ଅଧିକନ୍ତୁ ପୁନର୍ବାସ ଓ ଥଇଥାନ ଅଧିକାରୀ ରହିଥିବାରୁ ସେ କ୍ଷେତ୍ରରେ କ'ଣ ଅଗ୍ରଗତି ହୋଇଥିବା ପଚାରିବାରୁ, ସବୁ ଠିକ୍ ଠାକ୍ ଚାଲିଥିବା ସଫେଇ ଦେଇଛନ୍ତି । 

ତେବେ ଅଞ୍ଚଳର ବୁଦ୍ଧିଜିବୀ ଓ ନେତୃସ୍ଥାନୀୟ ଯୁବନେତାମାନେ ଏହି ପ୍ରକଳ୍ପରେ ଆରମ୍ଭରୁ ଅଦ୍ୟାବଧି କୋଟି କୋଟି ଟଙ୍କାର ଦୁର୍ନୀତି, ଅନିୟମିତତା ଓ ବାଟମାରଣା ହୋଇଆସୁଥିବା ଅଭିଯୋଗ କରନ୍ତି ।  

ଉଦାହରଣ ସ୍ୱରୂପ, ସେହି ପେଣ୍ଡ୍ରାବନ୍ଧ ପଞ୍ଚାୟତର ହରିପୁର ଗ୍ରାମର ଜଣେ ହରିଜନ ବ୍ୟକ୍ତି ଅଶୋକ ତାଣ୍ଡି  ଅନ୍ୟଗ୍ରାମ ଚାନ୍ଦୋପଲାରୁ ଆସି ସିଲିଂ ଜମି ପାଇ ରହୁଥିବା ଓ  ବାସଚ୍ୟୁତ ହୋଇ ନଥିଲେ ହେଁ ବାସଚ୍ୟୁତ ଦର୍ଶାଇ ତାଙ୍କ ବାପପୁଅଙ୍କ ନାଁ'ରେ ଚଞ୍ଚକତା ପୂର୍ବକ ଡବଲ କ୍ଷତିପୂରଣ ଉଠାଇଥିବା ଅଭିଯୋଗରେ ଧରାପଡି ଆଗୁଆ ଜାମିନ ନେଇ ଖସି ଯାଇ ଥିବା ଓ ସେ ହିଁ ବଂଶୀ ମାଝି ମାମଲାର ମୁଖ୍ୟ ଦଲାଲ୍ ହୋଇ ଲକ୍ଷଲକ୍ଷ ଟଙ୍କା ମାରି ନେଇଥିବା ଅଭିଯୋଗ ହୋଇଥିଲା। ଯଦିଓ ସେ ଏହାକୁ ଅସ୍ବୀକାର କରନ୍ତି । 

ସବୁଠାରୁ ବଂଶୀ ମାଝି ମାମଲାରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ମାନଙ୍କୁ କିଛି ଟଙ୍କା ମିଳି ନଥିବା ବେଳେ ଏକାଧିକ ଦାବିଦାର ଠିଆ କରାଇ ଦଲାଲ୍ ମାନେ ଲକ୍ଷଲକ୍ଷ ଟଙ୍କା ହଡପ କରି ନେଇଛନ୍ତି । ଏହାର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି । 

ଏହି ପ୍ରକଳ୍ପ ନିମନ୍ତେ ୧୨ ଟି ଗାଁ' ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଓ ୧୯ ଖଣ୍ଡ ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ପ୍ରକଳ୍ପର ଅନ୍ୟାନ୍ୟ ଅନିୟମିତତା ସମ୍ପର୍କରେ ଆଗକୁ ଏକ ବିଶଦ ଅନୁସନ୍ଧାନମୂଳକ ତଥ୍ୟସମ୍ବଳିତ ସପ୍ରମାଣ ରିପୋର୍ଟ ପ୍ରକାଶ ପାଇବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   07-Mar-2026
  ଜିଲ୍ଲା  
ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   07-Mar-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026

You Might Also Like