-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2024
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ସମ୍ବାଦ ପ୍ରତିନିଧି ଅନିଲ କୁମାର ତ୍ରିପାଠୀ ଓୟୁଜେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ ଟ୍ରିବୁନାଲ ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବା ଉପଲକ୍ଷେ ତାଙ୍କ ସହପାଠୀ ବେଚମେଟ ମାନଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ନିଜ ସହପାଠୀ ସିନ୍ଧେକେଲା ରୁ ଯାଇ ବଲାଙ୍ଗୀର ଜିଲ୍ଲାର ଏକ ସମ୍ମାନଜନକ ପଦବୀରେ ମନୋନୀତ ହୋଇଥିବା ରୁ ସମସ୍ତ ସହପାଠୀ ଖୁସି ବ୍ୟକ୍ତ କରିଥିଲେ ଏବଂ ଜିଲ୍ଲା ଓୟୁଜେ ସଭାପତି ପ୍ରଦିପ୍ତ ମିଶ୍ର ଙ୍କ ସହ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଝଳପ ସରପଞ୍ଚ ଙ୍କ ସ୍ବାମୀ ଗୋବିନ୍ଦ ପୁଟେଲ, ଆର୍ତ୍ତତ୍ରାଣ ସାହୁ, ବିନୋଦ ସରାଫ, ସମ୍ବିତ ନାଏକ, ଡିସ୍କୋ ଜୈନ, ଦେବାନନ୍ଦ ଜୈନ, ଭଜମନ ପୁଟେଲ, ନରେନ୍ଦ୍ର ପଣ୍ଡା, ହରେକୃଷ୍ଣ ରଣା,ନିରନ ସାହୁ, ଦେବରାଜ ଥପା ପ୍ରମୁଖ ସାମିଲ ହୋଇଥିଲେ।