-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
22-Nov-2024
ସୋନପୁର(ପ୍ରେରଣା ଖବର): ଗତ ୧୯ ତାରିଖ ରାତିରେ ସୁବର୍ଣ୍ଣପୁର ଜିଲ୍ଲା, ସୋନପୁର ବ୍ଲକ୍ର ଲଛିପୁର୍ ଗ୍ରାମର କମଳା ମେଡିକାଲ ଷ୍ଟୋର୍ ରୁ ଝରକା ଗ୍ରୀଲ କାଟି ଚୋରୀ ହୋଇଥିଲା। ସିସିଟିଭି ଫୁଟେଜ କୁ ଆଧାର କରି ପୋ ଲିସ ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ୍ କୁ ନେଇ ତଦନ୍ତ ଚଳାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କିଛି ସଫଳତା ମିଳି ନ ପାରିଥିବାରୁ ଓ ଅଂଚଳରେ ଏ ଭଳି ଅପରାଧ ବଢି ଚାଲୁଥିବାରୁ ସ୍ଥାନୀୟ ସମସ୍ତ ବ୍ୟବସାୟୀ, ଗୋପବନ୍ଧୁ ଯୁବକ ସଂଘର ସଭ୍ୟବୃନ୍ଦ, ଲଛିପୁର୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ତଥା ଜନସାଧାରଣ ଶତାଧିକ ସଂଖ୍ୟାରେ ଗତକାଲି ୨୧ ତାରିଖରେ ଯାଇ ଲଛିପୁର୍ ଥାନାରେ ନିଜର ଅସନ୍ତୋଷ ପ୍ରଦର୍ଶନ କରିଥିଲେ । ଥାନା ର ଅଧିକାରୀ ମାନେ ଏହାର ତଦନ୍ତ କରାଯାଇ ଖୁବ୍ ଶିଘ୍ର ଅପରାଧୀ ମାନଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କୁ ସବୁ ପ୍ରକାର ସହଯୋଗ କରିବା ପାଇଁ ମଧ୍ୟ ଅଂଚଳବାସୀ ମାନେ ପ୍ରତିଶ୍ରୁତି ଦେଇଥିଲେ। ତଦନ୍ତ ଶୀଘ୍ର ନ ହୋଇ ଡେରି ହୋଇ ଚାଲିଲେ ପୋଲିସ ପ୍ରଶାସନ ଉପରୁ ଜନସାଧାରଣ ବିଶ୍ଵାସ ହରାଇବା ସ୍ଵାଭାବିକ ବୋଲି ସବୁ ମହଲରେ ଆଲୋଚନା ହେଉଛି। ଏଭଳି ପରିପ୍ରେକ୍ଷୀରେ ଜନ ସାଧାରଣ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମନସ୍ଥ କରିଛନ୍ତି।