-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
23-Nov-2024
ତୁଷୁରା ( ପଞ୍ଚାନନ ନାଏକ) ତୁଷୁରା ଅବକାରୀ ବିଭାଗ ଓ ବଲାଙ୍ଗିର ମୋବାଇଲ ଟିମ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ୮୩ ଲିଟର ଦେଶୀ ମଦ ସହ ୨ଟି ବାଇକ ଜବତ କରିବା ଥିବା ବେଳେ ୬ ଜଣଙ୍କୁ ଶୁକ୍ରବାର ଗିରଫ କରି ତୁଷୁରା କୋର୍ଟଚାଲାଣ କରାଯାଇଥିବା ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗାହୀ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଡୁଙ୍ଗିବାହାଳ ଛକ ଠାରେ ରାଣିମାଳ ଗ୍ରାମର ଡିଙ୍ଗର ରଣା(୩୪ ବର୍ଷ) ଏକ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ୧୮ଲିଟର ଦେଶୀ ମଦ ଜବତ କରିଥିଲେ। ତୁଷୁରା ଥାନା ଅନ୍ତର୍ଗତ ଧାନଘରା ଛକ ଠାରେ ଦୁଇ ଜଣ ଯୁବକ ବାଇକରେ ଅସୁଥିବା ବେଳେ ତାଙ୍କ ଠାରୁ ୨୦ଲିଟର ଦେଶୀ ମଦ ବାହାରି ଥିଲା। ଧାନଘରା ଗ୍ରାମର ବିନୋଦରଣା(୩୨ ବର୍ଷ) ଓ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏମରାମପୁର ଥାନା ଅଧିନସ୍ଥ ସପ୍ଳାହରା ଗ୍ରାମର ଅର୍ଜୁନ ରଣା (୧୮ ବର୍ଷ)କୁ ଗିରଫ କରିଥିଲେ। ରୁଷୁଡା ଗ୍ରାମରେ ଚଢାଉ କରି ମାନସ ଭୋଇ (୨୯ ବର୍ଷ)ଙ୍କ ଠାରୁ ୨୦ଲିଟର ଦେଶୀ ମଦ ଜବତ କରାଯାଇଛି । ଗୌରଗୋଠ ଗ୍ରାମର ଗୋବିନ୍ଦ ରଣା(୩୫ ବର୍ଷ)ଙ୍କ ଠାରୁ ୧୫ଲିଟର ଦେଶୀ ମଦ ଜବତ କରାଯାଇଛି। ମାଢେକେଲା ଗ୍ରାମ ସ୍ଥିତ ଭୂବନପଡାର ଗଣେଶ୍ଵର ପୁଟେଲ (୩୦ ବର୍ଷ)ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଏସଆଇ ଡୁଲେଶ୍ଵର କୁମୁରା, ଇନ୍ସପେକ୍ଟର ଜୟଦେବ ପ୍ରଧାନ,ଏସ ଆଇ ମଞୁ ଏକା,ଏଏସ ଆଇ ମଧୁସୂଦନ ସେଠ,ଜଗନ୍ନାଥ ଭିତିରିଆ, କନଷ୍ଟେବଳ ଜତିନ୍ଦ୍ର ସାହୁ,
ଆଶିଷ ବାଗ,କନେଷ୍ଟବଳ ବିଭୂତିଭୂଷଣ ଭୋଇ, ଭୋଜରାଜ ବଢ଼େଇ ଓ ସୁନେଲୀ ପ୍ରଧାନ ପ୍ରମୁଖ ଚଢାଉରେ ସାମିଲ ଥିଲେ।