-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ପାଇକମାଳ (ପ୍ରେରଣା ଖବର): ଦୀର୍ଘ ୯ ମାସ ପରେ ନୃସିଂହନାଥ ମନ୍ଦିର ଖୋଲିଛି। ଭକ୍ତମାନଙ୍କୁ କଟକଣା ମଧ୍ୟରେ ଦର୍ଶନର ସୁଯୋଗ ମିଳିଛି। ବୁଧବାର କଡ଼ା ସୁରକ୍ଷା ଭିତରେ ସମସ୍ତ ସତର୍କତା ଅବଲମ୍ବନ କରି ଭକ୍ତଙ୍କ ଦର୍ଶନ ପାଇଁ ସକାଳ ୮ଟାରେ ମହାପ୍ରଭୁଙ୍କ ମନ୍ଦିର ଖୋଲା ଯାଇଥିଲା । ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ଉପସ୍ଥିତରେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା, ସେବାୟତ ,ସ୍ବେଚ୍ଛାସେବୀ, ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ସୁରେନ୍ଦ୍ର ମେହେର, ତହସିଲଦାର ମନୋଜ ମେହେର, ଆଇଆଇସି ବିଶ୍ବଜିତ୍ ମନବୋଧ, ଡା. ଶ୍ରୀଧର ପ୍ରଧାନ, ଉପଖଣ୍ତ ସୂଚନା ଓ ଲୋକସଂମ୍ପର୍କ ଅଧିକାରି ପୂଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୁବୋଧ ପଣ୍ତା ଉପସ୍ଥିତ ଥିଲେ। ସିଂହ ଦ୍ବାର ଦେଇ ଗୋଟିଏ ରାସ୍ତାରେ ଭକ୍ତମାନେ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ୟ ଏକ ରାସ୍ତାରେ ଫେରୁଛନ୍ତି ।ଆସନ୍ତା ୧୩ ତାରିଖ ପର୍ଯନ୍ତ କେବଳ ବରଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ପାଇକମାଳ ଚିକିତ୍ସାଳୟ ପକ୍ଷରୁ ନୃସିଂହନାଥର ସମସ୍ତ ସେବାୟତଙ୍କ କୋଭିଡ ପରୀକ୍ଷା କରାଯାଇଛି । ଶ୍ରଦ୍ଧାଳୁମାନେ ନିଜର ପରିଚୟ ପତ୍ର ଧରି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଏହାସହିତ ମନ୍ଦିର ପରିସରରେ ଥର୍ମାଲ ସ୍କ୍ରିନିଂ କରାଯାଇ ସାନିଟାଇଜର୍ ଦିଆ ଯାଉଛି । ଜିଲ୍ଲା ବାହାରୁ ଆସିଥିବା କିଛି ଭକ୍ତ ଦର୍ଶନ ନପାଇ ନିରାଶ ହୋଇ ଫେରିଛନ୍ତି। ୧୩ ତାରିଖ ପରେ ଅନ୍ୟ ଜିଲ୍ଲାର ଭକ୍ତ କୋଭିଡ୍ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ।