-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||     

HOME   ରାଜ୍ୟ

ଆସିଷ୍ଟାଣ୍ଟ କଲେକ୍ଟର ଲାଞ୍ଚ ନେବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

07-Jan-2021



ଡ୍ରଗ୍ ଲାଇସେନ୍ସ କରାଇବାକୁ ୨.୨୦ ଲକ୍ଷ ନେଇଥିଲେ
ସୋସିଆଲ ମଡ଼ିଆରେ କଥା କଟାକଟି ଭିଡ଼ିଓ ଭାଇରାଲ

ଛତ୍ରପୁର (ପ୍ରେରଣା ଖବର): ଖୋଦ୍ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟର ବନମାଳି ଶତପଥୀଙ୍କ ନାଁରେ ଆସିଛି ଲାଞ୍ଚ ନେବା ଅଭିଯୋଗ। ସେ ଡ୍ରଗ୍‌ ଲାଇସେନନ୍ସ କରାଇ ଦେବାକୁ ଜଣେ ମହିଳା ମିନତି ଜେନାଙ୍କ ଠାରୁ ୨.୨୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଡଗ୍‌ ଲାଇସେନନ୍ସ ନହେବାରୁ ଶ୍ରୀ ଶତପଥୀଙ୍କୁ ଟଙ୍କା ଫେରାଇବା ନେଇ କହିବାରୁ ହୋଇଥିବା ଯୁକ୍ତିତର୍କର ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ମିନତିଙ୍କ ଜ୍ୟେଷ୍ଠା କନ୍ୟା ସିପ୍ରା ଜେନାଙ୍କ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲାପାଳ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୩ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି.ଙ୍କୁ ଜିଲ୍ଲାପାଳ ଚିଠି (ପତ୍ର ସଂଖ୍ୟା ୫୪୭୩) ଲେଖି ତଦନ୍ତ ଆଦେଶ ଦେବା ସହ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଶତପଥୀଙ୍କ ବିରୋଧରେ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ଓ ପବ୍ଲିକ୍ ଗ୍ରିଭେନ୍ସ ବିଭାଗ ଅତିରିକ୍ତ ସଚିବ ଏବଂ ରାଜସ୍ବ ବିଭାଗ ଅତିରିକ୍ତ ସଚିବଙ୍କୁ ଜିଲ୍ଲାପାଳ ଚିଠି ଲେଖିଥିବା ଜଣାପଡ଼ିଛି।ସିପ୍ରାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପିତା ପବିତ୍ର ମୋହନ ଜେନାଙ୍କ ନାମରେ ଥିବା ଡ୍ରଗ୍ ଲାଇସେନ୍ସ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଆସିକା ବାଣୀବିହାର ସାହିରେ ଦୁର୍ଗାମାଧବ ଔଷଧ ଦୋକାନ ଚାଲିଛି। ଗତବର୍ଷ ମେ ୧୩ ତାରିଖରେ ପବିତ୍ରଙ୍କ ଦେହାନ୍ତ ହୋଇଥିଲା। ପିତା ପବିତ୍ରଙ୍କ ନାମରେ ଥିବା ଡ୍ରଗ୍ ଲାଇସେନ୍ସକୁ ତାଙ୍କ ମାଆ ମିନତିଙ୍କ ନାମରେ ପରିବର୍ତ୍ତନ କରିବା ପାଇଁ ବ୍ରହ୍ମପୁର ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲରଙ୍କ ଠାରେ ଆବେଦନ କରିଥିଲେ। କିନ୍ତୁ ସେଠାରେ କିଛି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସେଲ୍‌କୁ ମିନତି ଏକ ପତ୍ର ଲେଖିଥିଲେ। କରୋନା ସମୟରେ ସମସ୍ୟା ନେଇ ସେ ଜିଲ୍ଲାପାଳଙ୍କ ଦ୍ବାରା ସର୍ବସାଧାରଣଙ୍କ ଅଭିଯୋଗ ଜଣାଇବା ନିମନ୍ତେ ଧାର୍ଯ୍ୟ ହୋଇଥିବା ଲ୍ୟାଣ୍ଡ ଲାଇନ୍‌କୁ ଫୋନ୍‌ କରିଥିଲେ। ସେ ସମୟରେ ଅଭିଯୋଗ ଶୁଣାଣି ଅଧିକାରୀ ଥିବା ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଶତପଥୀ ତାଙ୍କରି ନଜ ମୋବାଇଲରୁ ସିପ୍ରାଙ୍କୁ ଫୋନ କରିଥିଲେ। ସମସ୍ୟାର ସମାଧାନ କରିଦେବା ଓ ଲାଇସେନ୍ସ କରାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଏଥିଲାଗି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ। ଡ୍ରଗ୍‌ ଲାଇସେନ୍ସ କରାଇ ଦେବା ଲାଗି ୨ ଲକ୍ଷ ୨୦ ହଜାର ଟଙ୍କା ଶ୍ରୀ ଶତପଥୀଙ୍କୁ ଦେଇଥିବା ସିପ୍ରା ଅଭିଯୋଗ କରିଛନ୍ତି। ଅର୍ଥ ଦେବାର ୭ମାସ ପରେ ବି ଡ୍ରଗ୍‌ ଲାଇସେନ୍ସ ହୋଇ ନ ଥିଲା। ଶେଷରେ ସିପ୍ରା ଶ୍ରୀ ଶତପଥୀଙ୍କୁ ଦେଇଥିବା ଟଙ୍କା ମାଗିବାରୁ ସେ ଭୂତାଇଥିଲେ। ବାରମ୍ବାର ଫୋନ୍ ଏବଂ ଦେଖା କରି ଟଙ୍କା ମାଗିବାରୁ ସେ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୭୦ ହଜାର ଟଙ୍କା ଫେରାଇଥିଲେ। ବାକି ୫୦ ହଜାର ଆଉ ଦେବି ନାହିଁ ବୋଲି ଶ୍ରୀ ଶତପଥୀ ରୋକ୍‌ଠୋକ୍‌ ମନା କରିଦେଲେ।ଏହା ପରେ ସିପ୍ରା ଏବଂ ତାଙ୍କ ମାଆ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ। ସମସ୍ତ ପ୍ରମାଣକୁ ଆଧାର କରି ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଶତପଥୀଙ୍କ ବିରୋଧ ପ୍ରାଶାସନିକ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବାକି ୫୦ ହଜାର ଟଙ୍କା ଆସିଷ୍ଟାଣ୍ଟ କଲେକ୍ଟର ଦେଉ ନ ଥିବାରୁ ସିପ୍ରା ଏବଂ ତାଙ୍କ ମାଆ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଗ୍ରିଭେନ୍ସ ସେଲ୍‌କୁ ଯାଇ ଅଭିଯୋଗ ଶୁଣାଣି ଅଧିକାରୀ ଶ୍ରୀ ଶତପଥୀଙ୍କୁ ବାକି ଟଙ୍କା ମାଗିଥିଲେ। ଶ୍ରୀ ଶତପଥୀ ଆଉ କିଛି ଜାଣିନାହିଁ କହିବାରୁ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମଡ଼ିଆରେ ମଧ୍ୟ ଭାଇରାଲ୍‌ ହୋଇଛି। ଶ୍ରୀ ଶତପଥୀ ଉକ୍ତ ଭିଡ଼ିଓରେ କହୁଛନ୍ତି, ଅତିରିକ୍ତ ଜିଲ୍ଲାପାଳ ନିକଟରେ ଜଣାଇବାରୁ ମୋ ନାମରେ ପ୍ରୋସିଡିଂ ହୋଇଛି ବୋଲି। ଅନ୍ୟପକ୍ଷରେ ଏହି ପାଟିତୁଣ୍ଡର କିଛି ସମୟ ପରେ ସିପ୍ରା ପୁଣି ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଉକ୍ତ ବିଷୟ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥୀଙ୍କୁ ଡାକି ମୁହାଁମୁହିଁ ଆଲୋଚନା କରିଥିଲେ। ସେଠାରେ କିଛି ଟଙ୍କା ନେଇ ନ ଥିବା ଶ୍ରୀ ଶତପଥୀ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଶତପଥୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026

You Might Also Like