-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Nov-2024
ନୂଆପଡା (ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା କୋମନା ବ୍ଲକ ଜେଠୁପାଲି ଗାଁର ଏକ ବୋରୱେଲରୁ ହଳଦିଆ ରଙ୍ଗର ଚକ୍ ଚକ୍ କରୁ ଥିବା ଏକ ପଥର ଧାତୁ ବାହାରୁଛି l ଲୋକେ ଏହାକୁ ସୁନା ହୋଇ ଥିବ ବୋଲି ଅନୁମାନ କରୁଛନ୍ତି। ନଳକୂପ ରୁ ସୁନା ପଥର ବାହାରିବା ଖବର ପ୍ରଚାରିତ ହେବା ପରେ ବୋରୱେଲ ପାଖରେ ଲୋକଙ୍କ ଭିଡ ଜମୁଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତର ଜେଠୁପାଲି ଗାଁର ପ୍ରସନ୍ନ କୁମାର ତାଣ୍ଡି ବର୍ଷେ ତଳେ ଏକ ବୋରୱେଲ୍ ଖନନ କରି ଥିଲେ l କିନ୍ତୁ କିଛି ଦିନ ହେବ ଏହି ବୋର୍ୱେଲର ପାଣିକୁ ଛାଣିବା ପରେ ହଳଦିଆ ରଙ୍ଗର ଚକ୍ ଚକ୍ କରୁ ଥିବା ପଥର ଧାତୁ ଆସୁ ଥିବା ଜଣାପଡିଛି l ହଳଦିଆ ରଙ୍ଗ ପୁଣି ଚକ୍ ଚକ୍ କରୁ ଥିବାରୁ ଲୋକେ ସୁନା ହୋଇଥିବ ବୋଲି ଅନୁମାନ କରି କହିଛନ୍ତି l କିନ୍ତୁ ପରୀକ୍ଷା ପରେ କେଉଁ ଧାତୁ ତାହା ଜଣାପଡ଼ିବ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ଯମୁନା ହରିଜନ l