-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Nov-2024
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି): ଜ଼ିଲ୍ଲା ଦୁର୍ନୀତି ନିବାରଣ ଶାଖl ଏବଂ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଚେତନତା ରା଼ଲି ଅନୁଷ୍ଠିତ ହୋଇଯାଇଛି l ଏହି ରା଼ଲି କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ଏହି ଶୋଭାଯାତ୍ରା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ୱାରଲେ ସ ଛକ, ବାଘଗୁଡା ଛକ ଦେଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରେ ପହଂଚି ଥିଲା l ଏହି କାର୍ଯ୍ୟକ୍ରମ ରେ ଡ଼ି. ଏସ. ପି. ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ଶାଖl, ବୌଦ୍ଧ ସୁରେଶ କୁମାର କଁହର, ଇନସ୍ପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ଡ଼ି. ପି ସି. ମିଶନ ଶକ୍ତି ତଥା ଡ଼ି. ପି. ଏମ., ଓ. ଏଲ. ଏମ. ରଶ୍ମି ରଞ୍ଜନ ସେଠୀ, ଭିଜିଲାନ୍ସ ଏବଂ ମିଶନ ଶକ୍ତି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମିଶନଶକ୍ତି ର ଶତl ଧି କ ସଦସ୍ୟା, ବୌଦ୍ଧ ବ୍ଲକ ସ୍ତରୀୟ ମିଶନ ଶକ୍ତି ର କର୍ମକର୍ତ୍ତା, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଏନ. ସି. ସି. କ୍ୟାଡେଟ ଏବଂ ଛାତ୍ରଛାତ୍ରୀ, ଡ଼ାଏଟ ର ଛାତ୍ରଛାତ୍ରୀ ପ୍ଲା କାର୍ଡ, ବ୍ୟାନର ଧରି ବୌଦ୍ଧ ସହର ପରିକ୍ରମା କରି ଦୁର୍ନୀତି ବିରୁଦ୍ଧରେ ସଚେତନତା ର ବାର୍ତ୍ତା ପ୍ରଚାର କରିଥିଲେ l ଏକ ସଚେତନତା ରଥ, ପି ସି ଆର ଭ୍ୟାନ, ଆମ୍ବୁଲାନ୍ସ ଟିମ ଏବଂ ଗାଡି ମଧ୍ଯ ରା଼ଲି ରେ ସାମିଲ ଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ଶୋଭାଯାତ୍ରା ରେ ଯାଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରେ ପହଂଚି ଥିଲେ l