-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ମାମଲା: କୋରମ୍ ଅଭାବରୁ ଓ ପ୍ରିଜାଇଡିଂ ଅଫିସରଙ୍କ ଛୁଟିନେବା ଯୋଗୁଁ ଅନାସ୍ଥାପ୍ରସ୍ତାବ ବାତିଲ୍ !

01-Nov-2024



କେସିଙ୍ଗା:   ଆଜି ନଭେମ୍ବର ୧ ତାରିଖରେ ଥିଲା  କଳାହାଣ୍ଡି ଜିଲ୍ଲାର କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ଅନାସ୍ଥାପ୍ରସ୍ତାବ ।  ତେବେ କୋରମ୍ ଅଭାବରୁ ଓ ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ଥିବା ଭବାନୀପାଟନା ସହକାରୀ ଉପଜିଲ୍ଲାପାଳଙ୍କ ପତ୍ନୀଙ୍କ ଦେହ ଖରାପ ହୋଇପଡିବା ଯୋଗୁଁ ସେ ହଠାତ୍ ଛୁଟିରେ ଚାଲିଯିବାରୁ ଏହି ଅନାସ୍ଥାପ୍ରସ୍ତାବଟି ବାତିଲ୍ ହୋଇଯାଇଥିବା ଜଣାଯାଇଛି । 

ଏହି ନର୍ଲା ଓ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ୨୬ ପଞ୍ଚାୟତବିଶିଷ୍ଟ କେସିଙ୍ଗା ପଞ୍ଚାୟତ ସମିତିର ମୋଟ ସଭ୍ୟଙ୍କ ସଂଖ୍ୟା ୫୫ ଓ  ଏଥିରୁ ଅଧ୍ୟକ୍ଷଙ୍କ ବିପକ୍ଷରେ ଦାବି କରିଥିବା ସମିତିସଭ୍ୟ ମନୋଜ ପଟ୍ଟନାୟକଙ୍କ ସପକ୍ଷରେ ୩୪ ଟି ସଭ୍ୟଙ୍କ ସମର୍ଥନ ରହିଥିବା ବେଳେ ଆଉ ୩ ଟି ସଭ୍ୟଙ୍କର ସମର୍ଥନ ଆବଶ୍ୟକ ଥିଲା। ସେଥିମଧ୍ୟରୁ ନର୍ଲା ବିଧାୟିକା ମନୋରମା ମହାନ୍ତି(ବିଜେଡି) ତାଙ୍କ ସପକ୍ଷରେ ଥିବାବେଳେ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ (କଂଗ୍ରେସ ) ଓ କଳାହାଣ୍ଡି ସାଂସଦ ମାଳବିକା ଦେଓ (ବିଜେପି) ଭୋଟ୍ ଦେବାକୁ ଆସିଲେ ନାହିଁ। ଏଣୁ ତାଙ୍କର ଆବଶ୍ୟକ ଥିବା ମୋଟ ୩୭ ଟି ଭୋଟ୍ ରୁ  ୨ ଟିର ଅଭାବରୁ କୋରମ୍ ପୁରି ପାରିଲା ନାହିଁ। ଆହୁରି ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବର ପ୍ରିଜାଇଡିଂ ଅଫିସର ଭବାନୀପାଟନା ସହକାରୀ ଉପଜିଲ୍ଲାପାଳଙ୍କ ପତ୍ନୀଙ୍କର ହଠାତ୍ ଦେହଖରାପ ହୋଇପଡିବା ଦର୍ଶାଇ ସେ ଛୁଟିରେ ଚାଲିଗଲେ । ଏଣୁ ଏହି ଦୁଇଟି କାରଣ ନିମନ୍ତେ ଏହି ଅନାସ୍ଥାପ୍ରସ୍ତାବ ବାତିଲ୍ ହୋଇଥିବା ପ୍ରକାଶ । 

ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ , ଏହି ବ୍ଲକ୍ ର ବିଜେଡିର ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଇତିମଧ୍ୟରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହିତ ବିଜେପି ଆଡକୁ ଢଳିଥିବା ପ୍ରକାଶ। ସେହିପରି ନିର୍ଦ୍ଦଳୀୟ ଥିବା ଓ ଏବେ ବିଜେଡି ଆଡକୁ ଢଳିଥିବା ସମିତିର ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ସ୍ବାମୀ ସମିତିସଭ୍ୟ ମନୋଜ ପଟ୍ଟନାୟକଙ୍କୁ ନର୍ଲା ବିଧାୟିକାଙ୍କ ସ୍ବାମୀ ତଥା ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସମର୍ଥନ ଓ ଗୋଟି ଚାଳନା ସତ୍ତ୍ୱେ ତାଙ୍କୁ ଏଥର ସଫଳତା ମିଳିପାରିଲା ନାହିଁ l    ଉଲ୍ଲେଖନୀୟ ଯେ, ଗତବର୍ଷଠାରୁ ଏହି ବ୍ଲକ୍ ରେ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଓ ଉପାଧ୍ୟକ୍ଷାଙ୍କ ସ୍ବାମୀ ସମିତିସଭ୍ୟ ମନୋଜ ପଟ୍ଟନାୟକଙ୍କ ମଧ୍ୟରେ ଟଣାଓଟରା ଆରୋପ ପ୍ରତ୍ୟାରୋପ ଚାଲି ଆସୁଛି। ଏପରିକି ବ୍ଲକ୍ ପ୍ରଶାସନରେ ଅନିୟମିତତା ଚାଲିଥିବା ଆଳରେ ସରପଞ୍ଚ ସଂଘ ଧାରଣା ଦେଇ ଆନ୍ଦୋଳନ ମଧ୍ୟ କରିଥିଲା। ଅନ୍ୟାନ୍ୟ ବିଶୃଙ୍ଖଳା ସୃଷ୍ଟିର ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା। ଏହି ଅନାସ୍ଥାପ୍ରସ୍ତାବ ପାଇଁ ସାଂସଦ ଓ ବିଧାୟକମାନଙ୍କୁ ନିଜ ନିଜ ପକ୍ଷକୁ ଆଣିବା ପାଇଁ ଗତକାଲି ସୁଦ୍ଧା ଭୁବନେଶ୍ବରରେ ଉଭୟଗୋଷ୍ଠୀ ଡେରା ପକାଇଥିଲେ । 

ଏହା ସହିତ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ କସରତ ଓ ଅର୍ଥବଳରେ ଏହି ଅନାସ୍ଥାପ୍ରସ୍ତାବ ମାମଲାକୁ ଚାପ ପକାଯାଇ ହାଇଜେକ୍ କରି ନିଆଗଲା ବୋଲି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like