-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Nov-2024
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡକ୍ଟର ରମେଶ ପ୍ରସାଦ ଡିଗ୍ରୀ ଓମେନ୍ସ ମହାବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ନିଶାମୁକ୍ତ ଭାରତ ଅଭିଯାନ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ରେ ନିଶାମୁକ୍ତ ସମ୍ପର୍କିତ ଓଡ଼ିଆ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ I ଅପରାହ୍ନରେ କଲେଜ ଅଧକ୍ଷI ସରିତା ସାହୁଙ୍କ ସଭାପତିତ୍ବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅଧ୍ୟାପିକ ରାଜୀବ ଲୋଚନ ବେହେରା ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ | ଅଧ୍ୟାପିକା ଅନିତା କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ସୁଶିଲ ଭୋଇ, ଅଧ୍ୟାପିକା ସ୍ୱାଗତିକା କଅର , ପଦ୍ମିନୀ ବେନ୍ତାକର, ରିନା ମେହେର, ସୁଚିତ୍ରା ସାହୁ ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ