-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
01-Nov-2024
(ଡୋଲେଶ୍ଵର ବାଗ )
. ନୂଆପଡ଼ା ଜିଲ୍ଲା ଖଡିଆଳ ସହର ୩୫୩ ନମ୍ବର ଜାତୀୟ ରାଜପଥ କଡ ରେ ଥିବା ତ୍ରିବେଦୀ ପୂଜା ଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଅଛି। ପ୍ରତ୍ୟେକ ଦିନ ପରି ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ରାତ୍ର ୧୧ ଘଣ୍ଟା ରୁ ଉର୍ଦ୍ଧ ସମୟରେ ଅଗ୍ନିକାଣ୍ଡ ହେବା ଜାଣିବାକୁ ପାଇଥିଲେ। ଦୋକାର ବାହାର କୁ ବ୍ୟାପକ ମାତ୍ରାରେ ଧୁଆଁ ବାହାରୁ ଥିବା ବେଳେ ଦୋକାନ ମାଲିକ ଙ୍କୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣାପଡି ନାହିଁ। ଅଗ୍ନିକାଣ୍ଡ ର ଖବର ପାଇ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଥିଲେ। ଦୋକାନ ଥିବା ସମସ୍ତ ସାମଗ୍ରୀ ଭସ୍ମୀଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷୟ କ୍ଷତି ହୋଇଅଛି। ଅଗ୍ନିଶ୍ରମ ବାହିନୀ ଅଗ୍ନି ଉପରେ ଆୟତ୍ବ କରିଥିବା ବେଳେ ଜଳ ପୁଣି ଭର୍ତ୍ତି କରି ଜଳ ଚିଞ୍ଚନ କରିଥିଲେ। ଦୋକାନ ରେ ଥିବା ସମସ୍ତ ପୂଜା ସାମଗ୍ରୀ ଏବଂ ବ୍ୟବହାର ପରେ ଫିଙ୍ଗିବା ଦ୍ରବ୍ୟ ସହ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଅଛି । ପାଖକୁ ଲାଗି ଥିବା ଶର୍ମା ବିହନ ଓ ସାର ଦୋକାନ ଏବଂ ଗୋବିନ୍ଦ ମୋବାଇଲ୍ ଦୋକାନ ରେ ମଧ୍ୟ ଅଗ୍ନିର ପ୍ରକୋପ କାରଣ ରୁ ଏସି ତରଳି ଥିବା ଜଣା ପଡିଛି। ତ୍ରୀବେଦୀ ପୂଜା ଭଣ୍ଡାର ଦୋକାନ ମାଲିକ ଆଶୁତୋଷ ତ୍ରିବେଦୀ ଅଗ୍ନିକାଣ୍ଡ ସଠିକ୍ କାରଣ ଅସ୍ପଷ୍ଟ। ଘଟଣା ସ୍ଥଳ ରେ ପୋଲିସ ବିଭାଗ, ବିଦ୍ୟୁତ୍ ବିଭାଗ ଉପସ୍ଥିତ ଥିଲେ।