-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ରାଉରକେଲା, (ପ୍ରେରଣା ଖବର ବ୍ୟୁରୋ) - . ଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ଗ୍ୟାସ ଲିକ ହୋଇ ୪ଜଣ ଠିକା କର୍ମଚାରୀ ମୃତ। ମୃତଦେହ ଇସ୍ପାତ ଜେନେରାଲ ହସପିଟାଲ ମର୍ଗ ହାଉସରେ ରଖାଗଲା। ଶ୍ରମିକ ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ। ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଦାବି।ଦୋଷି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି। ମୃତ ଠିକା କର୍ମଚାରୀ ଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟ ଙ୍କୁ ରାଉରକେଲା ଇସ୍ପାତ କାରଖାନାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି। ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି।ପଶ୍ଚିମାଞ୍ଚଳ ପୋଲିସ ଆଇଜି କଵିତା ଜଲାନଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କଲେ। ଇସ୍ପାତ ଜେନେରାଲ ହସପିଟାଲ ଓ ରାଉରକେଲା ଇସ୍ପାତ କାରଖାନା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ ଆରମ୍ଭ କଲେ।