-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ନୂଆଦିଲ୍ଲୀ (ପ୍ରେରଣା ଖବର): ଲଗାତାର ଦୁଇ ଦିନ ଧରି ସୁନା, ରୂପା ଦରରେ ବୃଦ୍ଧି ପରେ ଆଜି ପୁଣି ଏହି ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ସୁନା, ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ପ୍ରାରମ୍ଭରେ MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୬୦ ଟଙ୍କା ହ୍ରାସ ସହ କାରବାର ହୋଇଥିଲା। ଦିନ ୧୧ଟା ୪୦ ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧,୫୬୦ ଟଙ୍କାରେ ଟ୍ରେଡ୍ କରୁଥିଲା। ସେହିପରି ଆଜି ପ୍ରାରମ୍ଭରେ MCXରେ ରୂପା ଦର ପ୍ରତି କିଲୋଗ୍ରାମକୁ ୫୫୦ ଟଙ୍କା ହ୍ରାସ ସହ କାରବାର ଆରମ୍ଭ ହୋଇଥିଲା। ସୋମବାର ୧୨୦୦ ଟଙ୍କା ଓ ମଙ୍ଗଳବାର ୩୦୦ ଟଙ୍କା ବୃଦ୍ଧି ସହ ସୁନା ଦର ପ୍ରତି ୧୦ ଗ୍ରାମକୁ MCXରେ ଦୁଇ ଦିନରେ ୧,୫୦୦ ଟଙ୍କା ମହଙ୍ଗା ହୋଇଥିଲା। ହେଲେ ଆଜି ଏହି ଦରରେ ହ୍ରାସ ଦେଖିବାକୁ ମିଳିଛି। ମଙ୍ଗଳବାର ଅର୍ଥାତ୍ ଗତକାଲି ସୁନା ଦର ୩୧୧ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୭୨୦ ଟଙ୍କାରେ କାରବାର ବନ୍ଦ ହୋଇଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୦, ୨୦୦ଟଙ୍କା ରହିଛି। ଚଳିତ ବର୍ଷରେ ବି ସୁନାର ଦାମ ବଢିବ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି।ଚଳିତ ବର୍ଷ ଏହା ଏକ ବଡ଼ ଧରଣର ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୨୧ରେ ବି ସୁନା କାରବାର ଅଧିକ ରହିବ। କେବଳ ଅଧିକ ରହିବ ତାହା ନୁହେଁ ବରଂ ୧୦ ଗ୍ରାମ ପ୍ରତି ସୁନାର ଦାମ ୬୩ ହଜାର ଟଙ୍କାରେ ପହଞ୍ଚିପାରେ। କିନ୍ତୁ ଯେଉଁମାନେ ସୁନାରେ ଟଙ୍କା ବିନିଯୋଗ କରିଛନ୍ତି ତାହା ଲାଭ ଦାୟକ ରହିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ୨୦୨୦ ବର୍ଷରେ ବିଶ୍ୱ ବଜାରରେ ସୁନା ୨୩ ପ୍ରତିଶତ ମହଙ୍ଗା ହୋଇଛି। ଏହାପୂର୍ବରୁ ୨୦୧୯ରେ ସୁନା ମୂଲ୍ୟରେ ବୃଦ୍ଧି ହାର ଦୁଇ ଅଙ୍କରେ ଥିଲା।