-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ଅତାବିରା (ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକସ୍ତରୀୟ କ୍ରିକେଟ ଚୟନ ପ୍ରତିଯୋଗିତା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଦନ ସୁନା ଙ୍କ ସଭାପତିତ୍ବ ରେ ଆୟୋଜିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ବିଇଓ ମିଶ୍ରାଣି କୁମ୍ଭାର ଯୋଗ ଦେଇଥିବା ବେଳେ ବ୍ଲକ ଯୁଗ୍ମ ସମ୍ପାଦକ ଶୁଭ କାନ୍ତ ମେହେର ମଞ୍ଚାସିନ ରହିଥିଲେ।ଚୟନ ଉତ୍ସବ ରେ ପୂର୍ବତନ ଶାରୀରିକ ନିରୀକ୍ଷକ ତ୍ରୈଲୋକ୍ୟ ନାୟକ ସଭା ପରିଚାଳନା କରିଥିବା ବେଳେ ବ୍ଲକ କ୍ରୀଡା ସମ୍ପାଦକ ସୁଦୀପ୍ତ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ।ଏଥିରେ ୧୭ ବର୍ଷରୁ କମ ବାଳକ
ମାନଙ୍କୁ ନେଇ ୩୪ଟି ହାଇସ୍କୁଲ ରୁ ୯୬ ଜଣ ଖେଳାଳି ଭାଗ ନେଇଥିଲେ।ଏମାନଙ୍କ ମଧ୍ୟରୁ ୧୫ଜଣ ଖେଳାଳି ଙ୍କୁ ଚୟନ କରି ଜିଲ୍ଲା ସ୍ତର ପାଇଁ ମନୋନୀତ କରାଯାଇଛି।ଯାହା ଆସନ୍ତା ନଭେମ୍ବର ୧ତାରିଖ ରୁ ୪ତାରିଖ ପର୍ଯ୍ୟନ୍ତ ପାଇକ ମାଲ ବ୍ଲକ ଛିନ୍ଦେକେଲା ହାଇସ୍କୁଲ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଯୋଗ ଦେବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜଣା ପଡିଛି।କ୍ରୀଡା ଶିକ୍ଷକ ଅମୂଲ୍ୟ ସେଠୀ, ପିତାମ୍ବର ସୁନା,ରବି ନାରାୟଣ ପ୍ରଧାନ,ସଚ୍ଚିଦାନନ୍ଦ ମିଶ୍ର, ଭୀମସେନ୍ ସାହୁ,ମାନସ କୁମାର ବିଶି,ରମେଶ ଛନ୍ଦ ସମେତ ବ୍ଲକ ର ବିଭିନ୍ନ ସ୍କୁଲ ରୁ ଆସିଥିବା ଖେଳ ଶିକ୍ଷକ ପ୍ରମୁଖ ପରିଚାଳନା କରିଥିବା ବେଳେ ରବି ଗୁପ୍ତା,ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଏନସିସି ଛାତ୍ରଛାତ୍ରୀ, କର୍ମଚାରୀ ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରହିଥିଲା।