-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ମଝି ପଡ଼ା ରାମଜୀ ମନ୍ଦିର ଠାରେ ମହିଳା ମାନଙ୍କ ଦ୍ଵାରା ଆୟୋଜିତ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ମହା ପୁରାଣ ପାଠ ଆଜି ପୂର୍ଣାହୁତି ପର୍ବ ପାଳନ କରାଯାଇଛି l ଏହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅବସର ରେ ୧୭୦ ଜଣ ବ୍ରାହ୍ମଣ ଙ୍କୁ ପୂଜନ କରାଯାଇଥିଲା l ଏ ଥିରେ କର୍ତ୍ତା ଭାବେ ପ୍ରଭୂ ଙ୍କ ପରମ ଭକ୍ତ ଯୋଗେଶ୍ୱର ହୋତା ଓ ଧର୍ମ ପତ୍ନୀ ସୁଷମା ହୋତା, ଓ ମନ୍ଦିର ପୂଜକ ଚୈତନ୍ୟ ପୁଝାରୀ ଏହି ବ୍ରାହ୍ମଣ ପୂଜନ କାର୍ଯକ୍ରମ କୁ ପରି ଚାଳନା କରି ମହା ପୁଣ୍ୟ ଅର୍ଜନ କରିଥିଲେ l ପ୍ରତ୍ୟହ ସକାଳ ୭ ଘଣ୍ଟା ରେ ପରାୟଣ ପଠନ କରାଯାଉଥିଲା l ୫୦୦ ରୁ ଊର୍ଦ୍ଧ୍ବ ମହିଳା ସପ୍ତାହ ବ୍ୟାପୀ ଏହି ପୁରାଣ ପାଠ ଶୁଣୁଥିଲେ l l ଅପରାହ୍ନ ରେ ପ୍ରତ୍ୟହ ଭକ୍ତ ଙ୍କ ଦ୍ଵାରା ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଉଥିଲl l ଏଥିରେ ମହିଳା ସଞ୍ଜୁ ପାଣିଗ୍ରାହି, ଅଞ୍ଜଳି ଦାସ, ସିତlଞ୍ଜଳି ଗୁରୁ, ଭlଗ୍ୟସିନି ରଥ, ମିନତି ବେଦବାକ, ଏହି ଉଲ୍ଲାସିନି ମିଶ୍ର, ଜ୍ୟୋସ୍ନା ରାଣୀ ମହାପାତ୍ର, ଦମୟନ୍ତୀ ସାହୁ, ତୂଲା ଛନ୍ଦ, ମହାପାତ୍ର, କଳ୍ପନା ଭୋଇ, ଲକ୍ଷ୍ମୀ ମଲ୍ଲିକ, ସୁଭଦ୍ରା ଦଳାଇ, କଳ୍ପନା ତ୍ରିପାଠି, କଲ୍ୟାଣୀ ସ୍ବାଇଁ, ପୂର୍ଣ୍ଣ ମାସି ପାଢ଼ୀ, ଓ ମନ୍ଦିର ପରିଚଳନା କମିଟି ପକ୍ଷରୁ ମନ ବୋଧ ଭୋଇ, ପଦ୍ମନାଭ ପାଢ଼ୀ, ଭକୋଡୋ ସ୍ବାଇଁ, ମାନ ଭଞ୍ଜନ ମିଶ୍ର, ରାମଜୀ ଲାଲ ନେଗୀ, କଇରୁ ସ୍ବାଇଁ ପ୍ରମୁଖ ଙ୍କ ତତ୍ତ୍ଵl ବଧlନ ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରା ଯାଇଥିଲା l