-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||     

HOME   ଜିଲ୍ଲା

ବୌଦ୍ଧ: ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

25-Oct-2024



ବୌଦ୍ଧ: ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି l ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲାପାଳ ବୌଦ୍ଧ ସୁବ୍ରତ କୁମାର ପଣ୍ଡା,ପୁଅ ଝିଅ ସମସ୍ତ ଶିଶୁ ସମାନ, ସମସ୍ତେ ଭଲ ପାଠ ପଢିବା, ସ୍ୱାବଲମ୍ବୀ ହେଵା, ଅନୁଶାସନ ପାଳନ କରି ସମୟାନୁ ବର୍ତ୍ତିତା ସହିତ ପରମ୍ପରାକୁ ବଜାୟ ତଖିବା, ହାତଧୋଇ ଖାଇବା, ମଶାରୀ ଟାଣି ଶୋଇବା ଓ ନିଜ ନିଜର ସ୍ବପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ l ସମ୍ମାନୀତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବୌଦ୍ଧ ଅନିରୁଦ୍ଧ ପ୍ରଧାନ, ବାଲ୍ୟବିବାହ ନିରାକରଣ ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ପ୍ରମୁଖ ବାଳିକା ମାନଙ୍କ ବିକାଶ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉଦଘାଟନ କରିଥିଲେ l ଉଦଘାଟନ ପର୍ଯ୍ୟାୟରେ ଅତିଥି ଭାବରେ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଉପସ୍ଥିତ ଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୁଜୁର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଅତିଥି ଭାବେ ଉକ୍ତ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ l ଉକ୍ତ ବାଳିକା ଦିବସ ଅବସରରେ ଜୁନିଅର ଓ ସିନିଅର ଦୁଇଟି ବିଭାଗରେ ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ସ୍ଲୋଗାନ ଲିଖନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l ଜିଲ୍ଲାର 120ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ l ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା l ଦଳଗତ ନୃତ୍ୟରେ ଜନତା ହାଇସ୍କୁଲ ବିଳାସପୁର ଛାତ୍ରୀ ମାନେ ପ୍ରଥମ, ବାଲାସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ଓ ପୁରୁଣା କଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦ ପାଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ଓ ଯୁଗ୍ମ ସ୍ବର୍ଣ୍ଣ ପଦକ ପାଇଥିବା ପ୍ରାଚୀ ପ୍ରଭା ମେହେର ଙ୍କୁ ସମ୍ମାନୀତ କରାଯାଇଥିଲା l ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ଧନ୍ୟବାଦ ଦେଇଥିଲେ l ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ l ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା,ଶିକ୍ଷକ ରାଜକୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ଗୋପାଳ ଅମାତ, ହୃଦାନନ୍ଦ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର, ନିରଞ୍ଜନ ମେହେର,ରେଣୁବାଳା ବେହେରା, ସ୍ମିତି ମଧୁସ୍ମିତା ସାହୁ, ଗୀତାଞ୍ଜଳି ଅଚାରୀ ପ୍ରମୁଖ ବିଭିନ୍ନ ବିଭାଗର ପ୍ରତିଯୋଗିତା ଗୁଡିକ ପରିଚାଳନା କରିଥିଲେ l
 ବୌଦ୍ଧ  ଜ଼ିଲ୍ଲା ରେ ଭୋଟର ତାଲିକା ରେ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ l ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ  ସଂଶୋଧନ କାର୍ଯ୍ୟକ୍ରମ ର ଶୁଭାରମ୍ଭ  ଅବସରରେ ଚଳିତ ମାସ  29 ତାରିଖ  ଦିନ ଜ଼ିଲ୍ଲା ସଦର  ମହାକୁମା ରେ ପଥଉତ୍ସବ ଓ ୱାକଥନ  ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଅଦ୍ୟ ତା.24.10.2024 ରିଖ (ଗୁରୁବାର ) ଜ଼ିଲ୍ଲା ପାଠାଗାର  ରେ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଉଚ୍ଚ ବିଦ୍ୟାଳୟ ସ୍ତରରେ  ସ୍ବସ୍ତିସ୍ନେହା ଶାସିନୀ, ବାଳିକା  ଉଚ୍ଚ ବିଦ୍ୟାଳୟ, ବୌଦ୍ଧ - ପ୍ରଥମ, ଆର୍ଯ୍ୟ ନାରାୟଣ  ଦେବ, ସେଣ୍ଟ ଜାଭିୟର  ସ୍କୁଲ ଏବଂ ପ୍ରିୟାନ୍ସୀ ପ୍ରତ୍ୟl ଷl ନନ୍ଦ, ଓଡିଶା ଆଦର୍ଶ ବିଦ୍ୟାଳୟ - ଦ୍ଵିତୀୟ ଏବଂ ଅନୁଶୟା  ମହାକୁଳ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର - ତୃତୀୟ  ସ୍ଥାନ, ମହାବିଦ୍ୟାଳୟ ସ୍ତର ରେ ଗଙ୍ଗାଧର ମୁନା, ଡ଼ାଏଟ, ବୌଦ୍ଧ - ପ୍ରଥମ, ଶ୍ରଦ୍ଧାଞ୍ଜଳି ସାହୁ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ଭବାନୀ ବେହେରା, ପୁରୁଣାକଟକ  ସରକାରୀ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ -ଦ୍ଵିତୀୟ ଏବଂ ରଙ୍କିତା ଡାଙ୍ଗ, ପୂଜା ମେହେର, ମା  ମାହେଶ୍ୱରୀ  ଡିଗ୍ରୀ ମହାବିଦ୍ୟାଳୟ - ତୃତୀୟ ସ୍ଥାନ ଅଧିକାର  କରିଥିଲେ l ପ୍ରବନ୍ଧ ପ୍ରତିଯୋଗିତା ରେ ଅର୍ପିତା ମେହେର, ସରକାରୀ ବାଳିକା  ଉଚ୍ଚ  ବିଦ୍ୟାଳୟ - ପ୍ରଥମ, ପୂଜାରାଣୀ  ସାହୁ, ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ - ଦ୍ଵିତୀୟ, ଶୁଭଶ୍ରୀ  ଗୁରୁ ଏବଂ ଦିବ୍ୟଜ୍ୟୋତି ମହାରଣା, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା - ତୃତୀୟ ସ୍ଥାନ ଅଧିକାର କରିଥିବା  ବେଳେ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ଡ଼ଲି ସାହୁ -ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୌଦ୍ଧ -ପ୍ରଥମ, ସାବିତ୍ରୀ ରଣା, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ - ଦ୍ଵିତୀୟ ଏବଂ ସ୍ବସ୍ତି ମୟୀ  ଗିରି, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏବଂ କପିଳାସ ମେହେର, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ - ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଚାରକ ଭାବେ  ସଭାପତି ଜ଼ିଲ୍ଲା ଉନ୍ନୟନ  ପରିଷଦ  ଚିତ୍ତରଞ୍ଜନ ଦାଶ, ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ସହକାରୀ  ଶିକ୍ଷକ ନବକିଶୋର  ଦୀପ, ସାହି ତ୍ୟିକ ରମେଶ ପ୍ରସାଦ ମେହେର ଏବଂ ନୀଳ ଲୋହିତ ମହାପାତ୍ର ଯୋଗଦେଇ ବିଚାରକ କାର୍ଯ୍ୟ ତୁଲାଇଥିଲେ l ଆସନ୍ତାକାଲି (ତା.25.10) ରେ ଜ଼ିଲ୍ଲା ପାଠଗାର  ରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ଏବଂ ମହାବିଦ୍ୟାଳୟ ସ୍ତରୀୟ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଡେପୁଟି କଲେକ୍ଟର (ନିର୍ବାଚନ ) ଶାଶ୍ୱତ ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏବଂ ଡ଼ି. ଆଇ. ପି. ଆର.ଓ ରିତାକାନ୍ତି ବଳିୟାର ସିଂହ  ଙ୍କ ସଂଯୋଜନା ରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ର ଗ୍ରନ୍ଥl ଗାରିକ ଅକ୍ଷୟ କୁମାର ମହାକୁଡ଼, କନିଷ୍ଠ ରାଜସ୍ୱ  ସହାୟକ  ମଣ୍ଟୁ ପାଣ୍ଡେ, କର୍ମଚାରୀ  ଜିତେନ୍ଦ୍ର କୁମାର  ମହାନ୍ତି,ବୀର କିଶୋର କର୍ମୀ ଏବଂ ଜ଼ିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ର କର୍ମଚାରୀ ସରୋଜ  କୁମାର ବେହେରା, ଜିତେନ ମେହେର ପ୍ରମୁଖ ଉପସ୍ଥିତ ରହି  କାର୍ଯ୍ୟକ୍ରମ ରେ ସହଯୋଗ  କରିଥିଲେ l29 ଅକ୍ଟୋବର ଟାଉନ ହଲ  ଠାରେ  ବିଭିନ୍ନ ପ୍ରତିଯୋଗିତା ର କୃତୀ  ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ l
 ରାଜ୍ୟ ସ୍ତରୀୟ ତୀରନ୍ଦାଜ ଚମ୍ପିୟାନସିପରେ ବୌଦ୍ଧ ଜିଲ୍ଲାର ସଫଳତା
      ବୌଦ୍ଧ - ରାଜ୍ୟ ସ୍ତରୀୟ ତୀରନ୍ଦାଜ ଚମ୍ପିୟାନସିପ-୨୦୨୪-୨୫ ସୁନ୍ଦରଗଡ ମୁନିସପାଲ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି । ତା -୨୨ଓ ୨୩ ଅକ୍ଟୋବର ଦୁଇଦିନ ଧରି ଅନୁଷ୍ଠିତ ଏହି ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ବିଭନ୍ନ ବିଦ୍ୟାଳୟରେ ମୋଟ -୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇ ଆସିଥିବା ୨୭୪ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ହୋଇଥିବା ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ତୀରନ୍ଦାଜୀ ୧୪ ବର୍ଷରୁ କମ ବାଳକ ବିଭାଗର ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରବୌଦ୍ଧ, ବ୍ରୋଞ୍ଜ ମେଡାଲ ଓ ୧୪ ବର୍ଷରୁ କମ ବାଳିକା ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ପ୍ରାଚୀପ୍ରଭା ମେହେର, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ଦୁଇଟି ରାଉଣ୍ଡରେ ପ୍ରଥମ  ସ୍ଥାନ ଅଧିକାର କରି ୨ ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ୧୭ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ  ସୁବ୍ରତ ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ଦୁଇଟି ରାଉଣ୍ଡରେ ପ୍ରଥମ  ସ୍ଥାନ ଅଧିକାର କରି  ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଓଭରଅଲ ରାଉଣ୍ଡରେ ପ୍ରାଚୀପ୍ରଭା ଓ ସୁବ୍ରତ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ (ଏସ॰ଜି॰ଏଫ॰ଆଇ) ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଅମ୍ଳାନ କଅଁର ଚତୁର୍ଥ ସ୍ଥାନରେ ଅଛନ୍ତି  । ଏହି ସମସ୍ତ ତୀରନ୍ଦାଜୀ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି । ଟିମ ମ୍ୟାନେଜର ଭାବେ ଶ୍ରୀ ମହେନ୍ଦ୍ର ସାହୁ ଓ ଶ୍ରୀମତୀ ସରିତା ମେହେର ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ସହଯୋଗ କରିଥିଲେ । 
   ଆନ୍ତର୍ଜାତୀୟ ବାଳିକା ଦିବସ-୨୦୨୪ ପାଳନ ଅବସରରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କକ୍ଷଠାରେ ଆୟୋଜିତ ସଭାର ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ତିରନ୍ଦାଜୀ ପ୍ରାଚୀପ୍ରଭା ମେହେର ଓ ପ୍ରିୟଙ୍କା ପ୍ରିୟଦଶିନୀ ବେହେରାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ମଧ୍ୟ  ନିଜ କାର୍ଯ୍ୟ।ଳୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘାନଶ୍ୟାମମେହେର ଜିଲ୍ଲା କ୍ରୀଡା ନିରିକ୍ଷକ ଶ୍ରୀ ଆନନ୍ଦ ବେହେରାଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀ ପ୍ରାଚୀପ୍ରଭା,ସୁବ୍ରତ ଓ ଅମ୍ଳାନ କଅଁରଙ୍କୁ    ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିନା ପ୍ରଦାନ କରିଥିଲେ ।      
 ଏହି ସଫଳତା ନିମନ୍ତେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ସଭାପତି ବସନ୍ତ କୁମାର ସାହୁ ଓ ସମ୍ପାଦକ ଅର୍ଜୁନ କଅଁର; ସମସ୍ତ ଆୟୋଜକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ,କ୍ରୀଡା ନିରୀକ୍ଷକ ଓ ତୀରନ୍ଦାଜ କୋଚ ଶ୍ରୀ ମାନସ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ସଫଳ ପ୍ରତିଯୋଗୀ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତର କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଏହି ସଫଳତା ପାଇବାର ଆଶା ପୋଷଣ କରିବାସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

(ଦୁର୍ଯ୍ଯୋଧନ ବିଶିଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026

You Might Also Like