-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ସୋନପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହ ଠାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡ଼ାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ, ଅଧ୍ୟକ୍ଷ ବୀରମହାରାଜପୁର ଏସ ଡି ଅଚ ଡ଼ା ସଞ୍ଜୟ କୁମାର ମହାପାତ୍ର, ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଜୁଏଡ, ସଂଜୋଜିକା ଅଣସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ଓ ପି. ଏସ୍. ଡବ୍ଲ୍ଯୁ ଶିବ କର୍ମୀ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ମାନସିକ ସ୍ଵାସ୍ଥ୍ୟ ଉପରେ ସଚେତନତା ସୃଷ୍ଟି କରି ମାନସିକ ରୋଗୀଙ୍କୁ ଉତ୍ସାହିତ କରି ସଂପୂର୍ଣ୍ଣ ଚିକିତ୍ସା ମାନସିକ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ, ସୁଷମ ଖାଦ୍ୟ, ନିଶାଦ୍ରବ୍ୟରୁ ନିବୃତ ରହିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ସଂଯୋଜିକା ଅଣସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ସ୍କୁଲ ଲେଭେଲ ରେ ତମାଖୁ ମୁକ୍ତ ଉପରେ ଆବଶ୍ୟକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ଉକ୍ତ ସଭାରେ ସ୍କୁଲ ର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ। ଉକ୍ତ ସଭାରେ ଅଧ୍ୟାପିକା ସଂତୋଷିନି ନାୟକ, ଅଭିନାଶ ହୋତା ହିସାବ ରକ୍ଷକ,ଅନୁପ ରଞ୍ଜନ ଦାସ ସ୍ଵାସ୍ଥ୍ୟ ପର୍ଯ୍ୟବେକ୍ଷକ ଓ ଟୀକା ରାମ ପଟେଲ ସହଯୋଗ କରିଥିଲେ। ୧୦ଜଣ କୃତୀ ଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟାପିକା ଗୀତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l