-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
ବୀରମହାରାଜପୁର, ( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ମହିଳା ମହାବିଦ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡ଼ାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ, ବୀରମହାରାଜପୁର ଚିକିତ୍ସାଳୟ ଅଧ୍ୟକ୍ଷ ଡ଼ା ସଞ୍ଜୟ କୁମାର ମହାପାତ୍ର , ଜିଲ୍ଲା ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଜୁଏଡ, ସଂଯୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ଓ ପି ଏସ ଡବ୍ଳୁ ଶିବ କର୍ମୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ l ଅତିଥି ବୃନ୍ଦ ମାନସିକ ସ୍ଵାସ୍ଥ୍ୟ ଉପରେ ସଚେତନତା ସୃଷ୍ଟି କରି ମାନସିକ ରୋଗୀ ଙ୍କୁ ଉତ୍ସାହିତ କରି ସଂପୂର୍ଣ୍ଣ ଚିକିତ୍ସା ମାନସିକ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ , ସୁଷମ ଖାଦ୍ୟ, ନିଶାଦ୍ରବ୍ୟ ରୁ ନିବୃତ ରହିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରିଥିଲେ। ଏବଂ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ସଂଯୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ସ୍କୁଲ ଲେଭେଲ ରେ ତମାଖୁ ମୁକ୍ତ ଉପରେ ଆବଶ୍ୟକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଉକ୍ତ ସଭାରେ ସ୍କୁଲ ର ସମସ୍ତ କର୍ମକର୍ତ୍ତା , ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ଅଧିକାରୀ । ଉକ୍ତ ସଭାରେ ଅଧ୍ୟାପିକା ସଂତୋଷିନି ନାୟକ ,ଅଭିନାଶ ହୋତା ହିସାବ ରକ୍ଷକ,ଅନୁପ ରଞ୍ଜନ ଦାସ ସ୍ଵାସ୍ଥ୍ୟ ପର୍ଯ୍ୟବେକ୍ଷକ ଓ ଟୀକା ରାମ ପଟେଲ ସହଯୋଗ କରିଥିଲେ। ୧୦ଜଣ କୃତି ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ।ଶେଷରେ ଅଧ୍ୟାପିକା ଗୀତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l