-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ଥାନା ଅନ୍ତର୍ଗତ ସିଂଘିଯୁପା ପଞ୍ଚାୟତ କମିରା ଗାଁ ରୁ ଖଇରମାଲ ଜୋରକୁ ସଂଯୋଗ କରିଥିବା କେନାଲ ଉପରେ ଜଣେ ବ୍ୟକ୍ତି ଜବରଦଖଲ କରି ସଲ୍ଭେଣ୍ଟ ପ୍ଲାଣ୍ଟ ନିର୍ମାଣ କରିଛନ୍ତି l ଫଳରେ ବହୁ ଚାଷ ଜମିରେ ଚାଷ ହୋଇନପାରି ପଡିଆ ପଡିଛି l ଏନେଇ ଜଣେ ଚାଷୀଙ୍କ ଅଭିଯୋଗ ପରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସୁବର୍ଣ୍ଣପୁର ଜିଲ୍ଲାପାଲ ଅନ୍ୟା ଦାସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି l ସୂଚନା ଅନୁସାରେ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ଉକ୍ତ କେନାଲକୁ ଜବରଦଖଲ କରି ସଲଭେଣ୍ଟ ପ୍ଲାଣ୍ଟ ନିର୍ମାଣ କରିଛନ୍ତି । ଯାହା ଫଳରେ ବହୁ ଚାଷ ଜମି ଚାଷ ହୋଇନପାରି ପଡିଆ ପଡିଛି l ଏନେଇ ଚାଷୀ ବଳିଷ୍ଠ ମହାକୁର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ l ହେଲେ କୌଣସି ସୁଫଳ ମିଳିଲା ନାହିଁ l ପରେ ଚାଷୀ ଜଣକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ l ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଲ ଅନ୍ୟା ଦାସ,ବିନିକା ତହସିଲଦାର ସୀତାରାମ ଭୋଇ ଜବରଦଖଲ ସ୍ଥାନକୁ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଚାଷୀ ବଳିଷ୍ଠ ମହାକୁର, ଦେବେନ୍ଦ୍ର ସେଠୀ ଏବଂ ସେହି ଇଲାକାରେ ଥିବା ଅନ୍ୟ ଚାଷୀ ମାନଙ୍କୁ ନ ଜଣାଇ ଜିଲ୍ଲାପାଲ ଆସି ତଦନ୍ତ କଲେ ।ତାର ନିରପେକ୍ଷ ତଦନ୍ତ କୁ ନେଇ ସେନେଇ ଚାଷୀ ମହଲରେ ସଂଧେହ ସୃଷ୍ଟି କରିଛି ।