-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
ମାଡି ଆସୁଛି ବାତ୍ୟା ଦାନା ଏନେଇ ରାଜ୍ୟ ସରକାର ବେଶ ତତ୍ପର ଥିବା ବେଳେ ଜିରୋ କାଜୁଆଲଟି ଗ୍ରହଣ କରିବା ସହ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ମଧ୍ୟ ଦେଇଛନ୍ତି ଯେମିତି କାହାରି କିଛି କ୍ଷୟ କ୍ଷତି ହେବନାହିଁ କିନ୍ତୁ ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ରେ ତାହା ବିପରୀତ ଦେଖିବାକୁ ମିଳୁଛି ବର୍ତମାନ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଏବେବି ଭଙ୍ଗା କୁଡ଼ିଆ ରେ ଭୟଭିତ ହୋଇ କୋଦଳା ଅଂଚଳ ର ରେଞ୍ଜର ବଙ୍ଗଳା, ତହସିଲ ରୋଡ଼, ବାଇଗଣୀଆ ସାହି, ହରିଜନ ସାହି, କରଣ ସାହି, ମରାଠୀ ବସା, ବାଉରୀ ସାହି,ନୂଆପୋଲି ଆଦି ଜାଗାରେ ଛୋଟ ଛୋଟ ପିଲାଙ୍କୁ ନେଇ ଅଛନ୍ତି
କୋଦଳା କଲ୍ୟାଣ ମଣ୍ଡପ ଠାରେ ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲା ଯାଇଥିଲେ ମଧ୍ୟ ମାତ୍ର କିଛି ଲୋକଙ୍କୁ ରଖାଯାଇଛି
ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଙ୍କ ଏଇ ମାନଙ୍କ ନଜର ପଡୁନାହିଁ ଯଦି କାହାର କିଛି କ୍ଷୟ କ୍ଷତି ହୁଏ ଏଥିପ୍ରତି କିଏ ଦାଈ ରହିବ!ଏଣୁ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଭଙ୍ଗା କୁଡିଆ ରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦେଶ ଦିଆ ଯାଉ
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କର ରିପୋଟ