-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଲାଠୋର ନାବାଳକ ବଳି ଅଭିଯୋଗ ମାମଲା : ପୂର୍ବଶତ୍ରୁତାରୁ ହତ୍ୟା - ପୁଲିସ୍  । ପୁଲିସ୍ ର ତଦନ୍ତରେ ଗ୍ରମବାସୀଙ୍କ ଅସନ୍ତୋଷ, ଆମେ ସିବିଆଇକୁ ଯିବୁ - ବାପା 

24-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ଲାଠୋର ଥାନାନ୍ତର୍ଗତ ଜଲପାଙ୍କେଲ ଗ୍ରାମର ନାବାଳକ ବଳି ଅଭିଯୋଗ ମାମଲାରେ ଗତକାଲି ପୁଲିସ୍ ସେହି ଗ୍ରାମର ଅଭିଯୁକ୍ତ ବାପପୁଅ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାର ସଠିକ୍ ତଦନ୍ତ ଦାବି କରି ଗ୍ରାମବାସୀ ଲାଠୋର- ଖପ୍ରାଖୋଲ ରାସ୍ତା ଅବରୋଧ କରିବାବେଳେ ଲୋକଙ୍କୁ ଭିନ୍ନକଥା କହିବାରୁ ଉତ୍ତ୍ୟକ୍ତ ଲୋକେ ଜଣେ ଏଏସଆଇଙ୍କୁ ମାଡ ମାରିଥିଲେ ।  

ଘଟଣାରୁ ପ୍ରକାଶ ଯେ , ଗତ ୧୭ ତାରିଖରେ ଜଲପାଙ୍କେଲ ଗ୍ରାମର ତପନ ବେମାଲଙ୍କର ସାନପୁଅ ମଣ୍ଟୁ ଓରଫ ସୋମନାଥ (୧୧) ପୂର୍ବଦିନ ଅପରାହ୍ନରେ ନିଖୋଜ୍ ହୋଇଯିବା ପରେ ଗ୍ରାମବାସୀମାନେ ଉକ୍ତ ସନ୍ଦିଗ୍ଧବ୍ୟକ୍ତିର ଘରକୁ ଯାଇ ପାଟିତୁଣ୍ଡ କରିଥିଲେ । ତେଣୁ ଉକ୍ତ ବ୍ୟକ୍ତିଜଣକ ସପରିବାର ଭୟରେ ଘରୋ ପଳାଇଯାଇ ଥାନାରେ ଆଶ୍ରୟ ନେଇଥିଲା । ପରଦିନ ପିଲାଟିର କ୍ଷତାକ୍ତ ମୃତଦେହ ଗ୍ରାମ ନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ଉଦ୍ଧାର କରାଯାଇଥିଲା ।  ମୃତଦେହର କୌଣସିଠାରେ କିଛି ଆଘାତ ନଥିଲାବେଳେ ତା'ର ମୁଣ୍ଡ ପଛପଟେ ଦୁଇଟି ଗଭୀର ଆଘାତ ରହିଥିଲା ଓ କେହି ଏକ ବାଡିରେ ତା'କୁ ଜୋର୍ ରେ ପିଟିବା ସହିତ ତା'ର ମୁଣ୍ଡର ପଛପଟକୁ ନୃଶଂସ ଭାବରେ ସେଠାରେ ଥିବା ଏକ ପଥରରେ ଛେଚି ହତ୍ୟା କରିଥିବା ଏବଂ ନିକଟରେ ପୋତିବାକୁ ଏକ ଅଧାଖୋଳା ଖାଲ  ରହିଥିବା ଦେଖାଯାଇଥିଲା । ପୁଲିସ୍ ମୃତଦେହ ଉଦ୍ଧାର ପୂର୍ବକ ଘଟଣାସ୍ଥଳରୁ ଖଣ୍ଡ ଖଣ୍ଡ ରକ୍ତଲଗା ବାଡି ଓ ପଥର ଜବତ କରି ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ସ୍କ୍ବାର୍ଡ ର ସହାୟତା ନେଇ ଅନୁସନ୍ଧାନ କରିଥିଲା ।  ଏ ସମ୍ପର୍କରେ ଲାଠୋର ଥାନାରେ ଏକ ହତ୍ୟାମାମଲା ଋଜୁ କରାଯାଇ ତଦନ୍ତ କରାଯାଇଥିଲା । ତେବେ ବଲାଙ୍ଗୀର ଓ ଭବାନୀପାଟଣାରୁ ଦୁଇଟି ସନ୍ଧାନୀକୁକୁର ଅଣାଯାଇ ଅନୁସନ୍ଧାନ କଲାବେଳେ ଭବାନୀପାଟଣାର ପୁଲିସ୍ ସନ୍ଧାନୀକୁକୁରଟି ଘଟଣାସ୍ଥଳ ପାହାଡ ଉପରୁ ସିଧା କିଛିଦୂରରେ ଗ୍ରାମ ଉପକଣ୍ଠରେ ଥିବା ଗୋଚର କଲୋନୀର ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତର ଘରକୁ ବାରମ୍ବାର ଯିବାରୁ ସନ୍ଦେହ ଦୃଢୀଭୂତ ହୋଇଥିଲା । ଅଦ୍ୟାବଧି ଶବବ୍ୟବଚ୍ଛେଦ ରିପୋର୍ଟ ଜଣାପଡିପାରି ନ ଥିଲେ ହେଁ , ପୁଲିସ୍ ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତ ଓ ତା'ର ପରିବାରକୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଥିଲା । ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଓ ତାଙ୍କ ଦ୍ବାରା ଗଠିତ ଆଖପାଖ ଥାନାର ବଛା ବଛା ପୁଲିସ୍ ଅଧିକାରୀଙ୍କର ଏକ ଅନୁସନ୍ଧାନକାରୀ ଦଳ ପ୍ରାୟ ସପ୍ତାହବ୍ୟାପି  ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ  ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ତଦନ୍ତକାରୀ ଲାଠୋର ଥାନାଧିକାରୀ ରାକେଶ ବେହେରା ଏହାର ତଦନ୍ତ ଚଳାଇଥିଲେ ହେଁ  ଏହି ଜଣେ ସନ୍ଦିଗ୍ଧଙ୍କୁ ଛାଡି ଅନ୍ୟ କୌଣସି ଦିଗର ସୁରାକ୍ ମିଳିପାରି ନଥିଲା । ଗ୍ରାମବାସୀ ଓ ପରିବାର ଲୋକଙ୍କର ଦୃଢୀଭୂତ  ବଳି ସନ୍ଦେହରେ ତଦନ୍ତ ସତ୍ତ୍ୱେ ସେଭଳି କିଛିର ପ୍ରମାଣ ମିଳିପାରି ନଥିଲା ।  ତଥାପି ପୁଲିସ୍ ଉକ୍ତ ସନ୍ଦିଗ୍ଧବ୍ୟକ୍ତି ଗ୍ରାମରେ ରହୁଥିବା ଡୋଲାମଣି ରଣା (୫୫ ) ଓ ତା'ର ପୁଅ ମୁକେଶ ରଣା(୩୨) ଙ୍କୁ  ହତ୍ୟା ଅଭିଯୋଗରେ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି । 

ଗତକାଲି ପାଟଣାଗଡ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ଓ ଲାଠୋର ଥାନାଧିକାରୀ ପ୍ରମୁଖ ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ପରାୟଣ ହୋଇ ଆସାମୀ ଏହା ଘଟାଇଥିବା ଓ  ଅନ୍ୟତମ ଅଭିଯୁକ୍ତ ତା'ର ପୁଅ ମୁକେଶ ରଣା ଏଥିରେ ସହଯୋଗ କରିଥିବା ପ୍ରକାଶ କରିଛନ୍ତି ।  ଏପରିକି ଅଭିଯୁକ୍ତର ଘର ନିକଟରୁ ଆସାମୀର ରକ୍ତଲଗା ସାର୍ଟ ଓ କେତେକ ତଥ୍ୟପ୍ରମାଣ ମିଳିଥିବା ସହ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବା ମଧ୍ୟ କହିଛନ୍ତି । ପୁଲିସ୍ ଅନୁଯାୟୀ , ଏହା ବଳି ନୁହେଁ , ପୂର୍ବଶତ୍ରୁତାରୁ ପ୍ରତିଶୋଧରୁ ହତ୍ୟାକାଣ୍ଡ । ୧୧ ବର୍ଷ ପୂର୍ବେ  ଗତ ୨୦୨୩ ରେ ଠିକ୍ ସେଇ ପାହାଡ ଉପରେ ଗ୍ରାମର ସୋନୁ ରଣାଙ୍କ ପୁଅ  ମଧୁ ରଣା  ( ୧୮ ) ଙ୍କର   ଘଟଣାର ପ୍ରାୟ ୪/ ୫ ଦିନ ପରେ ଗଳିତ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ମଧୁ ଥିଲା ଏବର ବଳି ସନ୍ଦେହ ସନ୍ଦିଗ୍ଧ ଆସାମୀର ପୁଅ ମିଥୁନ୍ ର ସାଙ୍ଗ ।  ମଧୁକୁ ମିଥୁନ୍ ଗ୍ରାମର ଏକ ଝିଅ ସହ ପ୍ରେମଜନିତ କାରଣରୁ ଡାକିନେଇ ହତ୍ୟା କରିଥିବା ସନ୍ଦେହର ଚର୍ଚ୍ଚା ହୋଇଥିଲା ।  ଏହାପରେ ଖୋଜାଖୋଜି କରିବାକୁ ମିଥୁନ୍ କୁ ସାଙ୍ଗରେ ବାଇକ୍ ରେ ବସାଇ ଗ୍ରାମର କେତେକ ଲୋକ ନେଉଥିବାବେଳେ କୁଆଡେ ମିଥୁନ୍ ଗାଡିରୁ ଡେଇଁ ପଳାଇଯାଇଥିବା ସେମାନେ ଆସି ଗାଁ' ରେ କହିଥିଲେ । ତେବେ କିଛିଦିନ ପରେ ମିଥୁନ୍ ର ମୃତଦେହ କଣ୍ଟାବାଞ୍ଜି ରେଳ ଧାରଣାରୁ ଉଦ୍ଧାର କରାଯାଇଥିଲା । କିନ୍ତୁ  ଏହା ଏକ ମିଛପ୍ରଚାର ଓ ମିଥୁନ୍ ଏବେ ବି ବଞ୍ଚିଛି ଓ ବାହାରେ କେଉଁଠି ରହୁଥିବା ଗାଁ'ରେ ଲୋକଙ୍କ ବିଶ୍ୱାସ ରହିଛି ।  ସେତେବେଳେ ଏହି କଥାରେ ଗାଁ'ର କେତେକ ମୁଖିଆଶ୍ରେଣୀୟ ବ୍ୟକ୍ତିଙ୍କ ସମେତ ମଣ୍ଟୁର ଅଜା ଦଳ ବେମାଲଙ୍କ ହାତ ଥିବା ମିଥୁନ୍ ରଣାର ବାପାଙ୍କର ଦୃଢ ଧାରଣା ରହିଥିଲା । ତେଣୁ ଏତେବର୍ଷକାଳ ପ୍ରତିଶୋଧ ରଖି ଶେଷରେ ଦଳ ବେମାଲଙ୍କ ନାତି ମଣ୍ଟୁକୁ ଅଭିଯୁକ୍ତ ଡୋଲାମଣି ରଣା ଓ ତା'ର ପୁଅ ମୁକେଶ ହତ୍ୟା କରିଥିବା ପୁଲିସ୍ କହୁଛି । 

କିନ୍ତୁ ପୁଲିସ୍ ର ଏହି ଗପକୁ ମୃତବାଳକର ପରିବାର ବା ଗ୍ରାମବାସୀଙ୍କ ପକ୍ଷରୁ ଗ୍ରହଣ କରାଯାଇନାହିଁ ।  ମୃତ ବାଳକର ବାପା ତପନ ବେମାଲ କହିଛନ୍ତି ଯେ , ଯଦି ମୋ ବାପାଙ୍କ ଉପରେ ସେ ରାଗ ରଖିଥିଲା , ତାଙ୍କୁ ମାରିବା ବଦଳରେ ମୋ' ଛୁଆକୁ ସେ ମାରିବ କାହିଁକି  ?  ତା'ଛଡା ଗତକାଲି ଗାଁ'ରେ ଆସି ପୁଲିସ୍ ସିନ୍ ରିକ୍ରିଏସନ୍ କଲାବେଳେ ମୋତେ ଡାକିଲାନି ।  ଆହୁରି ବି ଗାଆଁର ଏକ ଗଛତଳୁ ଦୁଇଟି ମଦପିଆ ଗ୍ଲାସ୍ , ପାଉଚ୍ ଓ ଚାଖନା ମାଂସ ଦନା ସହ ଗୋଟିଏ ରକ୍ତଲଗା ପିଙ୍କ୍ ରଙ୍ଗର ସାର୍ଟ ପୁଲିସ୍ ଜବତ କରିଥିବା କହୁଛନ୍ତି  ! ତା'ହେଲେ ପୁଲିସ୍ କୁକୁର ଏସବୁ ଧରି ନଥିଲା କାହିଁକି  ? ଆମେ ପୁଲିସ୍ ର ଏସବୁ ତଦନ୍ତରେ ସନ୍ତୁଷ୍ଟ ନୋହୁଁ । ସିବିଆଇ କରମୁ  ! ପୁଲିସ୍ ଅଭିଯୁକ୍ତକୁ ମିସିନ୍ ( ପଲିଗ୍ରାଫ୍ ଟେଷ୍ଟ୍ ଇତ୍ୟାଦି ) କରୁ  !

ସେହିପରି ଯଦି ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବା ପୁଲିସ୍ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି , ଆସାମୀ ୧୬୪ ଷ୍ଟେ ଟ୍ ମେ ଣ୍ଟ୍ ରେକର୍ଡ କରାଯାଇଛି କି  ? 

ଏଣୁ ପ୍ରଥମେ ସନ୍ଦିଗ୍ଧର ଘରର ଦୁଇଟି କୋଠରୀକୁ ପରିବାରର ଲୋକ ଓ ଗ୍ରାମବାସୀଙ୍କ ଯୋର୍ ଦାବି ସତ୍ତ୍ୱେ ପୁଲିସ୍ ନ ଖୋଲି ଏଡାଇଯିବା , ଥାନାରୁ ସେଇଦିନ ରାତିରେ ଘରକୁ ଛାଡିଦେବା ଓ ଏବେ ଅଭିଯୁକ୍ତକୁ ଠିକ୍ ଗିରଫ କରିଥିଲେ ହେଁ , ହତ୍ୟାର କାରଣ ସମ୍ପର୍କରେ ଗପ ଫାନ୍ଦିବା ଇତ୍ୟାଦି ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି ।  ହୁଏତ ପ୍ରଥମେ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ପୁଲିସ୍ ଉକ୍ତ ସନ୍ଦିଗ୍ଧବ୍ୟକ୍ତିର ଘରର ସେହି ଦୁଇଟି ବନ୍ଦକୋଠରୀକୁ ଖୋଲିଥା'ନ୍ତା , ସେଠାରେ ସମ୍ଭବତଃ ଲୁଚାଇ ରଖାଯାଇଥିବା ପିଲାଟି ମିଳିଥା'ନ୍ତା  ଓ  ଏହା ବଳିଦିଆଯିବା ପୂର୍ବରୁ  ଲୋକମାନଙ୍କର ଘର ଉପରେ ଚଢାଉ ପରେ ଥାନାରୁ ଛଡାଯାଇ ଘରକୁ ଆସି ସନ୍ଦିଗ୍ଧ ଅଭିଯୁକ୍ତମାନେ ପିଲାଟିକୁ ନେଇ ମାରିଦେଇଥିବା କେତେକ ଅନୁମାନ ପ୍ରକାଶ କରିଛନ୍ତି । 

ପୂର୍ବରୁ ଥିବା ବିବାଦୀୟ ବଳି ଅପବାଦ ଯୋଗୁଁ  କିଛିବର୍ଷ ତଳେ ଅନ୍ୟଗ୍ରାମରୁ ଶଶୁରଘର ସେଇ ଗ୍ରାମରେ ଆସି ରହୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଲୋକେ ଦୃଢ ସନ୍ଦେହ କରିଆସୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like