-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
(ଡୋଲେଶ୍ୱର ବାଗ )
ଜିଲ୍ଳା ପ୍ରଶାସନ ଏବଂ ପିରାମଲ୍ ଫାଉଣ୍ଡେସନ ର ମିଳିତ ସହଯୋଗରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷି ନୂଆପଡା ଜିଲ୍ଲା ରେ ସମ୍ପୂର୍ଣତା ଅଭିଯାନ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକସଭା ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପଛୁଆ ଜିଲ୍ଲାକୁ ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ କେନ୍ଦ୍ର ନିତୀ ଆୟୋଗ ଙ୍କ ଏହା ଏକ ମହତ୍ତ୍ୱାକାଙ୍କ୍ଷି ଯୋଜନା ଅଟେ l ଏହାର ସଫଳତା ପାରାମିଟର ରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଶିକ୍ଷା, ପୋଷଣ, ପୃଷ୍ଟିକର ଖାଦ୍ୟ ଯୋଗାଣ, ମୃତ୍ତିକା ସଂରକ୍ଷଣ, ବିଦ୍ୟାଳୟ ମାନଂକରେ ବିଦ୍ୟୁତ୍ ଯୋଗାଣ, ମାଗଣା ପାଠ୍ୟ ପୁସ୍ତକ ଯୋଗାଣ ଇତ୍ୟାଦି ବିଷୟ ରେ ଜିଲ୍ଲାରେ ଶତ ପ୍ରତିଶତ ସଫଳତା ହାସଲ କରି ପୁରସ୍କାର ପାଇବା ପାଇଁ ମନୋନୟନ ପ୍ରକ୍ରିୟାକୁ ଆବେଦନ କରିଛି l ବିଗତ ଦିନରେ ମଧ୍ଯ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଜିଲ୍ଲା ଏବଂ ଏହାର ଏକ ପଞ୍ଚାୟତ ରାଜ୍ୟରେ ପ୍ରଥମ ପୁରସ୍କାର ରେ ସମ୍ମାନିତ ହୋଇଥିବାରୁ ସାଂସଦ ଖୁସି ବ୍ୟକ୍ତ କରିଥିଲେ l ବିଭିନ୍ନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ପ୍ରଥମ ହୋଇ ସୁନାମ ଆଣୁଥିବାରୁ ଏହି ବିଜୟ ଧାରାକୁ ଅବ୍ୟାହତ ରଖିବା ପାଇଁ ଆହ୍ବାନ କରିଛନ୍ତି।