-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ "ପ୍ରମେୟ" ର ସହ ସମ୍ପାଦକ ଜୟକୃଷ୍ଣ ହୋତା ଙ୍କର ୬୧ବର୍ଷ ବୟସରେ ବିୟୋଗ।ଉକ୍ତ ଦୁଃଖଦ ଖବର ପାଇବା ପରେ ବେଗୁନିଆ ଓ ବୋଲଗଡ଼ ସାମ୍ବାଦିକ ଓ ବୁଦ୍ଧିଜିବୀ ମହଲ ରେ ଶୋକର ଛାୟା ଖେଳି ଯାଇଛି ସେ ବୋଲଗଡ଼ ଦିବ୍ୟସିଂହପୂର ବାସିନ୍ଦା ଥିଲେ ,୧୯୮୮ ମସିହା ଧରିତ୍ରି ଖବର କାଗଜ ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ। ତାଙ୍କର ଦେହାନ୍ତ ଖବର ପାଇବା ପରେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର ମହାପାତ୍ର ଓ ବର୍ତ୍ତମାନ ର ବିଧାୟକ ପ୍ରଦୀପ କୁମାର ସାହୁ ,ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ବରିଷ୍ଠ ସାମ୍ବାଦିକ ଓ ମୋ ବେଗୁନିଆ ର ବରିଷ୍ଠ ଉପଦେଷ୍ଟା ପ୍ରମୋଦ କୁମାର ତ୍ରିପାଠୀ,ଅଧ୍ୟକ୍ଷ ରାମମାନସ ପଣ୍ଡା,ବିଶ୍ବରଂଜନ ମିଶ୍ର,ଶିକ୍ଷୟତ୍ରୀ ଓ ସମାଜସେବୀ ପ୍ରତିମା ପ୍ରଧାନ,ସମାଜସେବୀ ବାସୁଦେବ ବେହେରା,ପ୍ରେମାନନ୍ଦ ସେଠୀ ଆଦି ମୋ ବେଗୁନିଆ ପରିବାର ତରଫରୁ ସମସ୍ତ ସଭ୍ୟ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ମହାପ୍ରଭୁ ଅଶେଷ ଶକ୍ତି ପ୍ରଦାନ କରିବା ନିମନ୍ତେ ପାର୍ଥାନା କରିଛନ୍ତି।
(ପ୍ରମୋଦ ତ୍ରିପାଠୀ)