-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ରାଜ୍ୟ

କନ୍ଧମାଳ ଜୀବିକା ମିଶନ କ୍ୟାଡରମାନଙ୍କ ସାତ ମାସର ବକେୟା ଦରମା ପାଇଁ ଦାବୀପତ୍ର ପ୍ରଦାନ

23-Oct-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସୃଷ୍ଟି ଓଡିଶା ଜୀବିକା ମିଶନ(ଜାତୀୟ ଗ୍ରାମୀଣ ଜୀବିକା ମିଶନ) କ୍ୟାଡର ମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରି କୋଠରୀ ଭିତରକୁ ଚାଲିଯାଉ ଥିବା ଦେଖିବାକୁ ମିଳୁଛି l

 ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅଶୋକ ପରିଡାଙ୍କ ନେତୃତ୍ୱରେ ଆଜି ହଜାର ହଜାର ସଂଖ୍ୟାରେ ଫୁଲବାଣୀ ସ୍ଥିତ ବିଜୁ ପଟନାୟକ କଲ୍ୟାଣ ମଣ୍ଡପରେ କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସମସ୍ତକ୍ୟାଡର ମାନେ ଏକତ୍ରିତ ହୋଇ ନିଜର ଅନ୍ଧାରି ଭବିଷ୍ୟତ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ | ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗତ ୨୦୧୪ ମସିହାରେ ଓଡିଶା ଜୀବିକା ମିଶନ ଗଠନ କରାଯାଇ ଥିଲା ଓ ସେହିଦିନ ଠାରୁଜୀବିକା ମିଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇ  ପ୍ରତି ଗାଁ ଓ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି।

ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଗ୍ରାମାଞ୍ଚଳରେ  ସିଆରପି,ଏମବିକେ,ବ୍ୟାଙ୍କ ମିତ୍ର,ପ୍ରାଣୀମିତ୍ର, କୃଷିମିତ୍ର ଉଦ୍ୟୋଗମିତ୍ର ଏହିଭଳି ବିଭିନ୍ନ ପଦ ପଦବୀରେ ବହୁ  ମହିଳା କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ଗତ ଏପ୍ରିଲ ମାସ ଠାରୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇନାହିଁ।ପ୍ରତ୍ୟହ ସେମାନଙ୍କର ମଧ୍ୟ କ୍ଷେତ୍ର ପରିଦର୍ଶନ ରହିଛି। ତେଣୁ କନ୍ଧମାଳ ଜିଲ୍ଲାର କ୍ୟାଡର ମାନେ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେକନ୍ଧମାଳ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ଯୋଗୁଁ କନ୍ଧମାଳ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇଙ୍କ  ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ। ପରେ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ ଏବଂ ଓଡିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ଶ୍ରୀ ସନ୍ତୋଷ କୁମାର ରଥଙ୍କ ସହ  ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗତ ସରକାର ରୁଣରେ ସ୍କୁଟି କେତେକ କର୍ମଚାରୀଙ୍କୁ ଯୋଗାଇଦେଇଥିବାରୁ ମାସିକ କିସ୍ତି ନ ଦେଲେ ସେପଟେ ସୁଧ ବଢୁଛି ଏବଂ ଗାଡି ସିଜ କରିବାକୁ ବ୍ୟାଙ୍କ ଧମକ ଦେଉଛି।ଏପଟେ ମାସମାସ ଧରି ଦରମା ନ ମିଳିବାରୁ ଘର ଚଳାଇବା ସହ ଫିଲଡକୁ ଯିବା ଆସିବା କରିବା ଅସମ୍ଭବ ହୋଇପଡୁଛି।ସ୍ୱଳ୍ପ ବେତନ ଭୋଗୀ ତୃଣମୂଳ ସ୍ତରର କର୍ମଚାରୀ ମାନେ ମାସ ମାସ ଧରି ବିନା ବେତନରେ ସରକାର ଙ୍କର ସେବା କିପରି ଯୋଗାଇବ ତାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କ୍ୟାଡର ମାନଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା।ଏବଂ

ଗତ୨୦୨୪ ମାର୍ଚ୍ଚ ମାସରେ ଯେଉଁ ମାନଙ୍କର ପାଞ୍ଚ ବର୍ଷ ପୂରିଯାଇଛି ସେମାନେ  ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ(ଜିପିଏଲଏଫ)ର ଆୟରୁ ଦରମା ନେବାର ନିୟମ ରହିଛି ଏବଂ କ୍ୟାଡର ମାନେ ସେହି ଅନୁଯାୟୀ ଚୁକ୍ତିନାମା  ସ୍ୱାକ୍ଷର କରିଥିବା ଜିଲା ଅଧିକାରୀ ସୂଚନା ଦେଇଛନ୍ତି।ଜିପିଏଲଏଫକୁ ଦିଆଯାଇଥିବା  ଗୋଷ୍ଠୀ ଉନ୍ନୟନ ପାଣ୍ଠି ଯଥେଷ୍ଟ ନଥିବାରୁ ପଞ୍ଚାୟତ ସ୍ତରୀୟ କ୍ୟାଡର ମାନଙ୍କ ମାସିକ ଖର୍ଚ୍ଚ ତୁଲାଇବା ସମ୍ଭବ ନୁହେଁ। ଜିପିଏଲଏଫ ସ୍ତରରେ ୧୨ରୁ ୧୫ଜଣଙ୍କ ମାସିକ ଦରମା, ଗସ୍ତଖର୍ଚ୍ଚ,ଫୋନ ବିଲ,ପୋଷାକ ଏବଂ ଅଫିସ ଘରଭଡା,ବିଦ୍ୟୁତ ବିଲ,ପ୍ରଶିକ୍ଷଣ ଇତ୍ୟାଦି ଖର୍ଚ୍ଚ  ତୁଲାଇ ଆତ୍ମନିର୍ଭରଶୀଳ ହେବାକୁ ହେଲେ କେତେ ଟଙ୍କା ମାସିକ ଆୟ ଆବଶ୍ୟକ ତାର ସମୀକ୍ଷା କରି ପୁଞ୍ଜି ଯୋଗାଇ ଦେବା ଆବଶ୍ୟକ।ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରି ବକେୟା ପାରିଶ୍ରମିକ  ସହ ନିୟମିତ ଦରମା ପ୍ରଦାନ କରିବାକୁ ଜିଲା ସଂଘର କର୍ମକର୍ତ୍ତା ମାନେ ଜିଲା ପ୍ରଶାସନ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

 ଯଦି ସରକାର କ୍ୟାଡର ମାନଙ୍କ ସାତ ମାସର ବକେୟା ଦରମା ପ୍ରଦାନ କରିବାରେ ବୈମାତୃକ ମନୋଭାବ ପୋଷଣ କରନ୍ତି ତାହେଲେ ଓଡିଶା ଜୀବିକା ମିଶନରେ ବିଭିର୍ଣ୍ଣ କ୍ୟାଡର ଭାବେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ରାଜ ରାସ୍ତା ଉପରେ ସରକାର ଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କ୍ୟାଡର ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like