-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
(ଡୋଲେଶ୍ୱର ବାଗ )
. ପ୍ରବାସୀ ଶ୍ରମିକ ପ୍ରଥାର ଉଚ୍ଛେଦ ନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ଅଧ୍ୟକ୍ଷତା ରେ ବୈଠକ ଅନୁଷ୍ଠିତ । ବୈଠକରେ ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ଉଦବୋଧନ ଦେଇ ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମ ଦ୍ବାରା ପ୍ରବାସୀ ଶ୍ରମିକ ପ୍ରଥା ସମ୍ପୂର୍ଣ ଉଚ୍ଛେଦ ହେବ ବୋଲି କହିଥିଲେ।ବିଭିନ୍ନ ବିଭାଗର ବିଗତ ଦିନର କାର୍ଯ୍ୟାବଳୀ ର ସମୀକ୍ଷା ରୁ ଜଣାଗଲାଯେ ବନବିଭାଗ ପକ୍ଷରୁ ୨,୩୭,୬୦୧, ପଞ୍ଚାୟତିରାଜ ବିଭାଗ ରୁ ୨୩, ୮୨, ୭୧୦, ଜଳ ବିଭାଜକା ବିଭାଗରୁ ୧,୧୪,୩୬୫ ଟି ଶ୍ରମ ଦିବସ ରେ କାମ ଯୋଗାଇ ଦିଆଯାଇଛି l ମିଶନ ଶକ୍ତି ତରଫରୁ ୪କୋଟି ୨ଲକ୍ଷ ୫୬ ହଜାର ୪୮୦ ଟଙ୍କା ବ୍ୟାଙ୍କ୍ ସହାୟତା ବିଭିନ୍ନ ଶ୍ରମିକ ପରିବାରକୁ ଯୋଗାଇ ଦିଆଯାଇଛି l କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁ ପାଳନ, ଏଲ୍ ଡି ଏମ ଇତ୍ୟାଦି ବିଭିନ୍ନ ବିଭାଗରୁ ମଧ୍ଯ କୃଷକ ଓ ଶ୍ରମିକ ପରିବାର ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଓ ପ୍ରଶିକ୍ଷିଣ ଯୋଗାଇ ଦିଆଯାଉଛି l ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆହୁତ ଆଜିର ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ମହାଦେବ ବଡାଇକ , ସମସ୍ତ ବିଡିଓ , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗ ଅଧିକାରି ଯୋଗଦେଇଥିଲ l