-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
(ଚିନ୍ତାମଣି ନାଏକ )
-କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଦୁଇ ଯୁବକ ଜୟନ୍ତ ଜାନି ପିତା ଜିତେନ୍ଦ୍ର ଓଡିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗା ଓ-ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣା ର
ଯୁକ୍ତ ତିନି ଛାତ୍ର ବିଭୂତି ମଲିକ ବାପା ଭବାନୀ ଶଙ୍କର ମଲିକ ମା ସନ୍ତୋସିନି ସାହୁ ଙ୍କ ପୁଅ ଚଳିତ ମାସ ଗତ ୬,୭,୮ ତାରିଖ ରେ ଗୋଆ ଠାରେ ଅନୁଷ୍ଠିତ ହୋଇଥିବା ୟୁଥ୍ ଗେମ୍ ଅଲ ଇଣ୍ଡିଆ ନେସନାଲ ଚାଇମ୍ପିଆନସିପ -୨୦୨୪ ରେ ସଟ୍ ଫୁଟ ଇଭେଣ୍ଟ ରେ ୧୩ ମିଟର ୨୩ ସେଣ୍ଟି ମିଟର ଅତିକ୍ରମ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ପୁଣି ଥରେ ଗତ ୧୦,୧୧ ତାରିଖ ଦିନ ମଧ୍ୟ ବିଭୂତି ମଲ୍ଲିକ ରାଉଲକେଲା ରେ ରାଜ୍ୟ ସ୍ତରୀୟ ମେରିଟାଲ ଆର୍ଟ୍ସ ଚାମ୍ପିୟନସିପ ରେ ଖେଳି ପ୍ରଥମ ପୁରସ୍କାର ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ସେହିଭଳି କେସିଙ୍ଗା ଅଞ୍ଚଳ ର ବିଭୁତି ମଲ୍ଲିକ। ଆସନ୍ତା
ଡିସେମ୍ବର ୧୫ ତାରିଖ ରେ ହାଇଦ୍ରାବାଦ ଖେଳି ଯିବାର ଥିବା ପରିବାର ପକ୍ଷ ରୁ ସୂଚନା ଦେଇଛନ୍ତି ଏବଂ ସେଠାରେ ମଧ୍ୟ ପ୍ରଥମ ପଦକ ଜିତିବାର ଆଶାରଖି ଥିବା କହିଛନ୍ତି , ବିଭୂତି ମଲିକ। ଏହା କେସିଙ୍ଗା ତଥା କଳାହାଣ୍ଡି ଜିଲ୍ଲା ର ଗର୍ବ ଓ ଗୌରବ ଏମାନଙ୍କୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ସୁବେଛା ର ସୁଅ ଛୁଟୁଛି